IND VS NZ: ୩ୟ ଟି-୨୦ ରେ ଓହ୍ଲାଇବା କ୍ଷଣି ଅର୍ଦ୍ଧଶତକ ଲଗାଇଲେ ୟୁଜବେନ୍ଦ୍ର ଚାହଲ, ଏମିତି କୀର୍ତ୍ତିମାନ କରିବାରେ ବନିଲେ ୬ ନମ୍ବର ଖେଳାଳି

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କଲିକତାରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ। ଏହି ମ୍ୟାଚରେ ଓହ୍ଲାଇବା ଖଣି ଚହଲଙ୍କର ଅର୍ଦ୍ଧଶତକ ପୁରା ହୋଇଯାଇଛି। ଚହଲଙ୍କର ଏହା ଟି-୨୦ ଇଣ୍ଟରନେସନାଲରେ ୫୦ ତମ ମ୍ୟାଚ ଅଟେ। ସେ ଟି-୨୦ ଇଣ୍ଟରନେସନାଲରେ ଭାରତ ପକ୍ଷରୁ ୫୦ ମ୍ୟାଚ ଖେଳିଥିବା ୬ ନମ୍ବର ଖେଳାଳି ଅଟନ୍ତି।

Google

ଏହି ମ୍ୟାଚ ପୂର୍ବରୁ ୟୁଜବେନ୍ଦ୍ର ଚାହଲ ଟି-୨୦ ଇଣ୍ଟରନେସନାଲରେ ୪୯ ମ୍ୟାଚରେ ୬୩ ୱିକେଟ ଅକ୍ତିଆର କରିଥିଲେ। ସେ ଟି-୨୦ ଇଣ୍ଟରନେସନାଲରେ ଭାରତ ପଟୁ ସବୁଠୁ ଅଧିକ ୱିକେଟ ନେବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଟି-୨୦ ବିଶ୍ୱକପରେ ଯଶପ୍ରୀତ ବୁମରା ଏହି ରେକର୍ଡରେ ନମ୍ବର ୧ରେ ପହଁଚିଥିଲେ। ବୁମରା ୫୫ ଟି ମ୍ୟାଚରେ ୬୬ ଟି ୱିକେଟ ଅକ୍ତିଆର କରିଛନ୍ତି।

ଚାହଲଙ୍କ ଜାଗାରେ ଚାହାରଙ୍କୁ ଟି-୨୦ ବିଶ୍ୱକପରେ ମୌକା ମିଳିଥିଲା: ଚାହଲ ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ଭଲ ପ୍ରଦର୍ଶନ କରିପାରିନଥିବାରୁ ଟି-୨୦ ବିଶ୍ୱକପରେ ଜାଗା ପାଇନଥିଲେ। ସେ ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ୬ ଟି ମ୍ୟାଚରେ ୮.୨୬ ଇକୋନୋମିରେ ୪ ୱିକେଟ ନେଇଥିଲେ। ଚାହଲଙ୍କ ଜାଗାରେ ରାହୁଲ ଚାହାରଙ୍କୁ ଟି-୨୦ ବିଶ୍ୱକପରେ ଜାଗା ମିଳିଥିଲା। ସେ ଗୋଟେ ମଧ୍ୟ ୱିକେଟ ନେଇପାରିନଥିଲେ ଯାହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ସିରିଜରେ ଡ୍ରପ କରାଯାଇଛି।

Google

ଚାହଲ ଟି-୨୦ ବିଶ୍ୱକପରେ ଜାଗା ନମିଳିବା ଦ୍ଵାରା ଦୁଃଖୀଥିଲେ: ଚାହଲ ଏକ ଇଣ୍ଟରଭିଉରେ ଟିମ ଇଣ୍ଡିଆରୁ ଡ୍ରପ ହେବାକୁ ନେଇ କହିଥିଲେ। ସେବେ ସେ ସ୍ୱୀକାର କରିଥିଲେକି ଟି-୨୦ବିଶ୍ୱକପରେ ଜାଗା ନମିଳିବା ଦ୍ଵାରା ସେ ଗୋଟେ ଦୁଇ ଦିନ ଦୁଃଖୀ ଥିଲେ। କାରଣ ସେ ନିୟମିତ ରୂପରେ ଟିମରେ ସାମିଲ ଥିଲେ ଓ ଅଚାନକ ତାଙ୍କୁ ଡ୍ରପ କରାଯିବା ଦ୍ଵାରା ତାଙ୍କୁ ବହୁତ କଷ୍ଟହୋଇଥିଲା।

ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ଚାହଲ ୧୪ ୱିକେଟ ନେଇଥିଲେ: IPL କଥା କହିବା ତ ଚାହଲ IPL ରେ ଆରସିବି ପକ୍ଷରୁ ଖେଳିଥାନ୍ତି। ଚାହଲ ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ୮ ଟି ମ୍ୟାଚରେ ୭.୦୬ର ଇକୋନୋମିରେ ୧୪ ଟି ୱିକେଟ ନେଇଥିଲେ। ଯେବେକି ତାଙ୍କ ଜାଗାରେ ଟି-୨୦ ବିଶ୍ୱକପରେ ବଛାଯାଇଥିବା ରାହୁଲ ଚାହାର ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ୪ ଟି ମ୍ୟାଚରେ ୭.୭୩ ର ଇକୋନୋମିରେ ମାତ୍ର ୨ ଟି ୱିକେଟ ଅକ୍ତିଆରଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *