ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୬୮ ତମ ମ୍ୟାଚ ସିଏସକେ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚକୁ ରାଜସ୍ଥାନ ୫ ୱିକେଟରେ ଜିତି ପ୍ଲେ ଅଫରେ ପହଁଚିଯାଇଛି। ରାଜସ୍ଥାନ ଚେନ୍ନାଇ ଠୁ ମିଳିଥିବା ୧୫୧ ରନର ଲକ୍ଷ୍ୟକୁ ୨ ଟି ବଲ ବାକିଥାଇ ହାସଲ କରିନେଇଥିଲା। ରାଜସ୍ଥାନ ପାଇଁ ଓପନର ଯସସ୍ୱି ଜୟସୱାଲ ୫୯ ଓ ଆର ଅଶ୍ୱିନୀ ୪୦ ରନର ଯୋଗଦାନ ଦେଇଥିଲେ। ଏହି ମ୍ୟାଚ ରାଜସ୍ଥାନର ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କ ପାଇଁ ଖାସ ରହିଲା।

ଚାହଲ ଏହି ମ୍ୟାଚରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ଏହି ମ୍ୟାଚରେ ସୁନ୍ଦର ବୋଲିଙ୍ଗ କରି ଦୁଇଟି ୱିକେଟ ନେଇଥିଲେ। ସେ ଆଇପିଏଲର ଏକ ସିଜନରେ ସବୁଠୁ ଅଧିକ ୱିକେଟ ନେଇଥିବା ଭାରତୀୟ ସ୍ପିନର ହୋଇଯାଇଛନ୍ତି।
ଏହି ମାମଲାରେ ସେ ପୂର୍ଵ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଆଇପିଏଲ ୨୦୨୨ରେ ଚାହଲ ଏବେ ପର୍ଯ୍ୟନ୍ତ ୨୬ ୱିକେଟ ନେଇସାରିଛନ୍ତି। ସିଏସକେ ବିରୁଦ୍ଧରେ ରାଜସ୍ଥାନ ରୟାଲ୍ସର ଏହା ଶେଷ ମ୍ୟାଚ ଥିଲା ଲିଗ ରାଉଣ୍ଡର। ଆସନ୍ତୁ ସେହି ଭାରତୀୟ ସ୍ପିନରଙ୍କ ବିଷୟରେ ଜାଣିବା ଯିଏକି ଆଇପିଏଲର ଗୋଟେ ସିଜନରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି।
What a season it's been for @yuzi_chahal 🔥https://t.co/Ri4GfbUqXA | #IPL2022 pic.twitter.com/msSQjkUAkE
— ESPNcricinfo (@ESPNcricinfo) May 20, 2022
ୟୁଜବେନ୍ଦ୍ର ଚାହଲ(୨୦୨୨): ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୨୬ ୱିକେଟ ନେଇଛନ୍ତି। ସେ ଆଇପିଏଲର ଏକ ସିଜନରେ ସବୁଠୁ ଅଧିକ ୱିକେଟ ନେଇଥିବା ଭାରତୀୟ ସ୍ପିନର ହୋଇଯାଇଛନ୍ତି। ସେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୧୪ ମ୍ୟାଚରେ ୪୩୦ ରନ ଦେଇ ୨୬ ୱିକେଟ ନେଇଛନ୍ତି। ୪୦ ରନ ଦେଇ ୫ ୱିକେଟ ତାଙ୍କର ଏହି ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
ହରଭଜନ ସିଂହ (୨୦୧୩): ଆଇପିଏଲ ୨୦୧୩ରେ ହରଭଜନ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳୁଥିଲେ। ସେହି ବର୍ଷ ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପ୍ରଥମ ଥର ଆଇପିଏଲ ଟ୍ରଫି ଜିତିଥିଲା। ହରଭଜନ ସେହି ସିଜନରେ ୨୪ ୱିକେଟ ନେଇଥିଲେ ଓ ତାଙ୍କର ସେହି ରେକର୍ଡ ପାଖାପାଖି ୯ ବର୍ଷ ପର୍ଯ୍ୟନ୍ତ ରହିଥିଲା। ସେହି ସିଜନରେ ୧୪ ରନ ଦେଇ ୩ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।
Yuzi Chahal equals with Imran Tahir for most wickets by a spinner in single IPL season – 26 wickets.
— Johns. (@CricCrazyJohns) May 20, 2022
ୟୁଜବେନ୍ଦ୍ର ଚାହଲ (୨୦୧୫): ଆଇପିଏଲ ୨୦୧୫ରେ ୟୁଜବେନ୍ଦ୍ର ଚାହଲ ଆରସିବି ପଟୁ ଖେଳୁଥିଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ଆରସିବି ଟିମ ପଟୁ ଖେଳିଛନ୍ତି। ୨୦୧୫ ଆଇପିଏଲ ସିଜନରେ ଚାହଲ ୨୩ ୱିକେଟ ନେଇଥିଲେ। ସେହି ସିଜନରେ ୪୦ ରନ ଦେଇ ତିନୋଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।