ଟିମ ଇଣ୍ଡିଆର ପୂର୍ବ କୋଚ ଗ୍ରେଗ ଚାପେଲ ଗାଙ୍ଗୁଲିଙ୍କ ଉପରେ ବର୍ଷିଲେ। ଦାଦାଙ୍କ ବିରୁଦ୍ଧରେ ଦେଲେ ବଡ଼ ବୟାନ।

ଭାରତୀୟ ଦଳର ପୂର୍ବ କୋଚ ଗ୍ରେଗ ଚାପେଲ ପୁଣିଥରେ ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଲକ୍ଷ୍ୟ କରିଛନ୍ତି ଆଉ ତାଙ୍କର ଆଲୋଚନା କରିବାର ନଜର ଆସିଛନ୍ତି। ଗ୍ରେଗ ଚାପେଲ କହିଲେ କି ଗାଙ୍ଗୁଲି ନିଜ ଖେଳ ଉପରେ ସୁଧାର କରିବାକୁ ଜମା ବି ଚାହୁନଥିଲେ ଆଉ କେବଳ ସେ ଟିମର ଅଧିନାୟକ ହେବାକୁ ଚାହୁଁଥିଲେ। ଗ୍ରେଗ ଚାପେଲ ଟିମ ଇଣ୍ଡିଆରେ ୨୦୦୫-୨୦୦୭ ଯାଏ କୋଚ ରହିଥିଲେ ଆଉ ଏହି ଭିତରେ ତାଙ୍କର ଆଉ ସୌରଭ ଗାଙ୍ଗୁଲିଙ୍କର ବହୁତ ବିବାଦ ବି ହେଇଥିଲା।

Google

ଗ୍ରେଗ ଚାପେଲ ଗାଙ୍ଗୁଲିଙ୍କୁ ଟିମରୁ ବାହାର କରି ଦେଇଥିଲେ ଆଉ ୨୦୦୭ ବିଶ୍ୱକପରେ ଟିମ ଇଣ୍ଡିଆ ପ୍ରଥମ ରାଉଣ୍ଡରୁ ହିଁ ବାହାରି ଯାଇଥିଲା। ସେତେବେଳେ ବି ଟିମର କୋଚ ଚାପେଲ ହିଁ ଥିଲେ। ସେ କ୍ରିକେଟ ଲାଇଫ ସିରିଜ ପୋଡ଼କାଷ୍ଟରେ ଏକ ଇଣ୍ଟରଭିଉରେ କହିଲେ କି ଟିମ ଇଣ୍ଡିଆର କୋଚ ରହିବା ସମୟରେ ତାଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡିଥିଲା କାରଣ ତାଙ୍କ ପାଖରୁ ଅପେକ୍ଷା ବହୁତ ଅଧିକ ବଢି ଯାଇଥିଲା। ସେ ଏହି ମୁସ୍କିଲର କାରଣ ସୌରଭ ଗାଙ୍ଗୁଲିଙ୍କୁ କହିଲେ। ସେ କହିଲେ କି “ସୌରଭ ଗାଙ୍ଗୁଲି ଜମା ବି ପରିଶ୍ରମ କରିବାକୁ ଚାହୁଁ ନଥିଲେ ଆଉ ନା ହିଁ ନିଜର ଖେଳକୁ ସୁଧାରିବାକୁ ଚାହୁଁଥିଲେ। ସେ ବାସ ଟିମର କ୍ୟାପଟେନ ହେବାକୁ ଚାହୁଁଥିଲେ ଯାହାଦ୍ୱାରା କି ସେ ସବୁ ଜିନିଷ ସମ୍ଭାଳିପାରିବେ।”

ରାହୁଲ ଦ୍ରାଭିଡଙ୍କର ପ୍ରଶଂସା କଲେ:

ଗ୍ରେଗ ଚାପେଲ କହିଲେ କି ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ, ବିରେନ୍ଦ୍ର ସେହ୍ଵାଗ, ଅନୀଲ କୁମ୍ବଲେ ତଥା ଅନ୍ୟାନ୍ୟ ଯୁବ ଖେଳାଳି ମାନଙ୍କ ସହ କାମ କରିବା ଅଦ୍ଭୁତ ଥିଲା। ସେମାନେ ଟିମକୁ ଭଲ ବନେଇବା ପାଇଁ ଅଧିକ ପରିଶ୍ରମ କରୁଥିଲେ। ଧୋନୀ ବି ସେମାନଙ୍କ ଭିତରୁ ଜଣେ ଥିଲେ। ସେ କହିଲେ କି ରାହୁଲ ଦ୍ରାଭିଡ ଏମିତି ଏକ ଖେଳାଳି ଥିଲେ ଯିଏ କି ଭାରତୀୟ ଟିମକୁ ଦୁନିଆର ସର୍ବ ଶ୍ରେଷ୍ଠ ଟିମ ବନେଇବା ପାଇଁ ନିବେଶ କରୁଥିଲେ। ମାତ୍ର ଟିମ ଭିତରେ ସମସ୍ତଙ୍କର ଏପରି ଭାବନା ନଥିଲା। ସେ କହିଲେ, ” ଯେତେବେଳେ ସୌରଭ ଗାଙ୍ଗୁଲି ଟିମରୁ ଡ୍ରପ ହେଲେ ତ ସମସ୍ତେ ଆମ ଉପରେ ଧ୍ୟାନ ଦେଲେ କାରଣ ତାଙ୍କ ମନରେ ଡର ରହିଲା କି ଯଦି ଗାଙ୍ଗୁଲି ଟିମରୁ ବାହାରି ଯାଇପାରିବେ ତ କେହି ବି ବାହାରି ଯାଇ ପାରିବେ।”

Google
ଗାଙ୍ଗୁଲି ହିଁ କୋଚ ପାଇଁ ସମ୍ପର୍କ କଲେ:

ଗ୍ରେଗ ଚାପେଲଙ୍କୁ ଟିମ ଇଣ୍ଡିଆର କୋଚ ହେବା ପାଇଁ ଗାଙ୍ଗୁଲି ହିଁ କହିଥିଲେ। ସେତେବେଳେ ଅଷ୍ଟ୍ରେଲିଆ ଟିମର କୋଚ ଜନ ବୁକାନନ ଥିଲେ ଆଉ ଚାପେଲ ଫଇସଲା ନେଲେ କି ନିଜର ହିଁ ଟିମ ନୁହଁ ବରଂ ଦୁନିଆର ଅନ୍ୟ ସବୁଠୁ ମଜବୁତ ଟିମ ଇଣ୍ଡିଆର କୋଚ ହେବେ। ଯେଉଁ ଗାଙ୍ଗୁଲି ତାଙ୍କୁ କୋଚ ହେବା ପାଇଁ କହିଲେ ସେହି ଚାପେଲ ହିଁ ଗାଙ୍ଗୁଲିଙ୍କୁ ଟିମରୁ ବାହାର କରି ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *