ବଡ଼ ଫଇସଲା ନେଲା BCCI! ଦିଲ୍ଲୀ କ୍ୟାପିଟାଲସର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ!

ବ୍ୟୁରୋ ରିପୋର୍ଟ: IPL 2022 ରୋମାଂଚକ ମ୍ୟାଚ ସହ ଗତି କରୁଛି। ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଦିଲ୍ଲୀ କ୍ୟାପିଟାଲସର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସହିତ ପଂଜାବର ମ୍ୟାଚ ପୁନେରେ ଖେଳାଯିବାର ଥିଲା। ଯାହାକି ୨୦ ଏପ୍ରିଲରେ ହେବାର ଥିଲା। ହେଲେ ଏହି ମ୍ୟାଚ ମୁମ୍ବାଇର ବ୍ରେଭନକୁ ସ୍ଥାନାନ୍ତରିତ କରାଯାଇଛି।

BCCI ଆଇପିଏଲର ୩୨ ତମ ମ୍ୟାଚ ଚେଞ୍ଜ କରିଥିବା ବିଶେଷ ରିପୋର୍ଟରୁ ଜଣା ଯାଇଛି। ପୁନେର ଏମସିଏ ଷ୍ଟାଡିୟମରେ ଦିଲ୍ଲୀ ସହିତ ପଂଜାବର ମ୍ୟାଚ ହେବାର ଥିଲା ମାତ୍ର ଏହା ଚେଞ୍ଜ କରାଯାଇଛି। BCCI ଏହି ଫଇସଲା କରୋନା ପ୍ରକୋପରୁ ଦୁରେଇ ରହିବା ପାଇଁ ନେଇଛନ୍ତି। ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ଆଇସୋଲେସନରେ ରଖାଯାଇଛି।

ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟ:

୧.ଫିଜିଓ:ପାଟ୍ରିକ ଫରହାର୍ଟ।
୨.ମାସାଜ ଥେରାପିଷ୍ଟ: ଚେତନ କୁମାର।
୩. ଡାକ୍ତର: ଅଭିଜିତ ସାଲଭି।
୪.ସୋସିଆଲ ମିଡିଆ ଟିମ: ଆକାଶ ମାଣେ।
୫. ଖେଳାଳି: ମିଚେଲ ମାର୍ସ।

ଆଇସୋଲେସନରେ ୬ମ ଏବଂ ୭ମ ଦିନରେ ଟେଷ୍ଟ କରାଯିବ। ତାହାପରେ ଅନ୍ୟ ଫଇସଲା ନିଆଯିବ। ବିଶେଷ ରିପୋର୍ଟ ଅନୁଯାୟୀ ୧୬ ଏପ୍ରିଲ ପର ଠୁ ଦିଲ୍ଲୀ କ୍ୟାପିଟାଲସ ସବୁ ସଦସ୍ୟଙ୍କ ଆରଟି ପିସିଆର ଟେଷ୍ଟ କରାଯାଉଛି। ୧୯ ଏପ୍ରିଲରେ ଚତୁର୍ଥ ରାଉଣ୍ଡ ଟେଷ୍ଟ କରାଯାଉଛି। ହେଲେ ବିଶେଷ ରିପୋର୍ଟ ଅନୁସାରେ ଏଥିରେ ସମସ୍ତଙ୍କର ନେଗେଟିଭ ଆସିଥିଲା। ତେବେ ୨୦ ଏପ୍ରିଲ ସକାଳେ ପୁଣିଥରେ ଟେଷ୍ଟ କରାଯିବାର ଅଛି ବୋଲି ସୂତ୍ରରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *