ବ୍ୟୁରୋ ରିପୋର୍ଟ: ଅବସର ନେଇସାରିଥିବା କ୍ରିକେଟରଙ୍କ ପାଇଁ ଆୟୋଜନ ହେଉଥିବା ଲିଯେଣ୍ଡସ ଲିଗ କ୍ରିକେଟର ଦ୍ୱିତୀୟ ସିଜନ ଏବେ ଓମାନ ଜାଗାରେ ଭାରତରେ ହେବ। ଏହାର ସୂଚନା ଟୁର୍ଣ୍ଣାମେଣ୍ଟର ଆୟୋଜକ ୨୩ ଜୁଲାଇକୁ ସୂଚନା ଦେଇଛନ୍ତି। ଆୟୋଜକ କହିଛନ୍ତି ଭାରତରେ କ୍ରିକେଟ ପ୍ରସଂସକଙ୍କ ବଡ଼ ସଂଖ୍ୟାକୁ ଦେଖି ଏହି ଫଇସଲା ନିଆଯାଇଛି।

ଏଲଏଲସିର ଦ୍ୱିତୀୟ ସିଜନ ୨୦ ସେପ୍ଟେମ୍ବରରୁ ଆରମ୍ଭ ହେବ,ଯେଉଁଥିରେ ଭାରତ ସହ ଅନ୍ୟ ୯ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ଏବେ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରାଉଣ୍ଡ ସ୍ଥିର କରାଯାଇନାହିଁ ଓ ଜଲ୍ଦି ହିଁ ଏହା ଉପରେ ସେସ ଫଇସଲା ନିଆଯିବ।
ଏଲଏଲସିର ସହ ସଂସ୍ଥାପକ ଓ ସିଇଓ ରମନ ରହେଜା ଏହା ବିଷୟରେ କହିଛନ୍ତି,”ଆମକୁ ଏହି ସିଜନର ଆୟୋଜନ ଭାରତରେ କରିବା ପାଇଁ ଲଗାତର ପ୍ରସଂସକଙ୍କ ଠୁ ଅନୁରୋଧ ଆସୁଛି।ଆମେ ଏହି ଲିଗର ଦ୍ୱିତୀୟ ସିଜନ ଭାରତରେ ଆୟୋଜନ କରିବାକୁ ନେଇ ଉତ୍ସାହିତ ଅଛୁ।ଭାରତରେ ସବୁଠୁ ଅଧିକ କ୍ରିକେଟ ପ୍ରସଂସକ ଅଛନ୍ତି”।

ସେ ଆଗକୁ କହିଛନ୍ତି,”ପ୍ରଥମ ସିଜନରେ ଭାରତର ସବୁଠୁ ଅଧିକ ପ୍ରସଂସକ ଥିଲେ,ଏହା ପରେ ପାକିସ୍ତାନଜ଼ ଶ୍ରୀଲଙ୍କା ଓ ଅନ୍ୟ ଦେଶର। ଆମେ ଆମ ଦର୍ଶକ ଓ କ୍ରିକେଟ ପ୍ରେମୀଙ୍କୁ ଭଲ ଅନୁଭବ ଦେବାକୁ ଆଶା କରିଛୁ। ଲାଇଭ କ୍ରିକେଟ ଦେଖିବାର ଉତ୍ସାହିର ମୁକାବିଲା କରାଯାଇପାରିବ ନାହିଁ”।
ଏହି ଖେଳର ଅନେକ ବଡ଼ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନର ଅଂଶ ହେବ। ଏଥିରେ ପୂର୍ଵ ମହାନ ଓପନର ବିରେନ୍ଦ୍ର ସେହ୍ଵାଗ,ସେନ ୱାର୍ଟସନ, ଇୟୋନ ମୋର୍ଗାନ,ଇରଫାନ ପଠାନ, ୟୁସୁଫ ପଠାନ,ମହାନ ସ୍ପିନର ମୁଥେୟା ମୁରଲିଧରନ, ମଣ୍ଟି ପାନେସର ସାମିଲ ଅଛନ୍ତି। ତାଙ୍କ ଛଡା ହରଭଜନ ସିଂହ,ବଙ୍ଗଳାଦେଶର ପୂର୍ଵ ଅଧିନାୟକ ମଶରଫେ ମୋରତାରଜା,ଦିନେସ ରାମଦିନ ଓ ଲେଣ୍ଡଲ ସିମଂସ ମଧ୍ୟ ଏହି ସିଜନ ପାଇଁ ନିଜ ଉପଲବ୍ଧି ବିଷୟରେ ସୂଚନା ଦେଇଛନ୍ତି।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏହି ଲିଗରେ ଅଂଶଗ୍ରହଣ କରିବା ନେଇ ଖବର ଥିଲା। କିନ୍ତୁ ସେ ମନା କରିଦେଇଛନ୍ତିକି ସେ ଅଂଶ ଗ୍ରହଣ କରିବେନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।