କଣ ଦୂର ହେବ ପାଖାପାଖି ୧୦୦ ବର୍ଷର ଅପେକ୍ଷା? ଅଲମ୍ପିକରେ ମିଶିଵ କ୍ରିକେଟ, ପଢନ୍ତୁ ପୁରା ଖବର

ଆଇସିସି କ୍ରିକେଟକୁ ଅଲମ୍ପିକରେ ସାମିଲ କରିବା ପାଇଁ ଲମ୍ବା ସମୟରୁ ପ୍ରୟାସ କରୁଛି ବୋଲି ଜଣା ଯାଉଛି। ୨୦୨୮ ଲସ ଏଞ୍ଜଲେସ ଅଲମ୍ପିକରେ କ୍ରିକେଟ ସାମିଲ ହୋଇପାରେ। ଏହାର ସମ୍ଭାବନା ଏଥିପାଇଁ ବଢିଛି କାରଣ ଆଇସିସି ଇଭେଣ୍ଟର ଆୟୋଜନ ଏବେ ଆମେରିକାକୁ ଦିଆଯାଇଛି। ବର୍ଷ ୨୦୧୪ ଟି-୨୦ ବିଶ୍ୱକପର ଆୟୋଜନ ଆମେରିକା ଓ ୱେଷ୍ଟଇଣ୍ଡିଜ ମିଶି କରିବେ। ଆମେରିକା ଏବେ ଆଇସିସିର ଏସୋସିଏଟ ସଦସ୍ୟ ଅଟେ।

Google

ଆମେରିକାରେ ଏବେ କ୍ରିକେଟ ବଢୁଛି ଓ ସେଠାକର କ୍ରିକେଟର ସବୁ ଟି-୨୦ ଲିଗରେ ଖେଳୁଛନ୍ତି। ଅନେକ ଦେଶର ବଡ଼ ଖେଳାଳି ଏବେ ଆମେରିକା ପଟୁ ଖେଳୁଛନ୍ତି। ଏଥିରେ ଭାରତର ଉନମୁକ୍ତ ଚାନ୍ଦ ସାମିଲ ଅଛନ୍ତି। ଟି-୨୦ ବିଶ୍ୱକପର ଆୟୋଜନ ଦ୍ଵାରା ଆଇସିସି ସେଠାକର ଇଂଫ୍ରାଷ୍ଟକ୍ଚରକୁ ଜାଣିପାରିବ। ଏହା ସହ ସେଠିକାର ପ୍ରସଂସକକୁ ବଡ଼ ଇଭେଣ୍ଟ ଦେଖିବାର ମୌକ ମଧ୍ୟ ମିଳିବ। ଏହା ପୂର୍ବରୁ ଭାରତ ଓ ୱେଷ୍ଟଇଣ୍ଡିଜର ଟି-୨୦ ମ୍ୟାଚ ଛଡା ଅନେକ ଇଣ୍ଟରନେସନାଲ ମ୍ୟାଚ ମଧ୍ୟ ଆମେରିକାରେ ଖେଳାଯାଇସାରିଛି।

ଟି-୧୦ ଲିଗକୁ ସାମିଲ କରାଯାଇପାରେ: ଅଲମ୍ପିକରେ ଟି-୧୦ ଲିଗକୁ ସାମିଲ କରାଯାଇପାରେ। କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଇଭେଣ୍ଟକୁ ଇଣ୍ଟରନେସନାଲ କ୍ରିକେଟରେ ସାମିଲ କରାଯାଇନାହିଁ। କିନ୍ତୁ ଆମେରିକାରେ ଟି-୧୦ ଲିଗକୁ ଅନେକ ବର୍ଷରୁ ସଫଳତା ସହିତ ଆୟୋଜନ କରାଯାଉଛି। ଆଇସିସି ତରଫରୁ ଏହାକୁ ମାନ୍ୟତା ମଧ୍ୟ ଦିଆଯାଇସାରିଛି। ଏବେ ଆଇସିସି ଇଣ୍ଟରନେସନାଲରେ ଟି-୨୦, ଏକଦିବସିୟ ଓ ଟେଷ୍ଟ ମ୍ୟାଚର ହିଁ ଆୟୋଜନ କରୁଛି।କିନ୍ତୁ ଅଲମ୍ପିକକୁ ଦେଖି ଟି-୧୦କୁ ମଞ୍ଜୁରୀ ଦିଆଯାଇପାରେ।

Google

୧୯୦୦ରେ ଅଲମ୍ପିକରେ କ୍ରିକେଟକୁ ମିଳିଥିଲା ମେଡାଲ: ୧୯୦୦ ରେ ପ୍ୟାରିସରେ ହୋଇଥିବା ଅଲମ୍ପିକରେ କ୍ରିକେଟକୁ ସାମିଲ କରାଯାଇଥିଲା। କିନ୍ତୁ ଏଥିରେ କେବଳ ଦୁଇଟି ଟିମକୁ ମୌକା ମିଳିଥିଲା। ବ୍ରିଟେନ ଫ୍ରିଞ୍ଚ ଏଥଲେଟିକକୁ ହରାଇ ଗୋଲ୍ଡ ମେଡାଲ ଜିତିଥିଲା। ସେବେ କେବଳ ଦୁଇଟି ଟିମ ଅଲମ୍ପିକରେ ଓହ୍ଲାଇଥିଲେ। ଏହା ପରେ କୌଣସି ଅଲମ୍ପିକରେ କ୍ରିକେଟକୁ ମୌକା ମିଳିନାହିଁ। ବର୍ଷ ୨୦୨୨ରେ ବର୍ମୀଘଂମ କମନୱେଲଥ ଗେମ୍ସରେ ମହିଳା ଟି-୨୦କୁ ସାମିଲ କରାଯାଇଥିଲା। ଏହାକୁ ମଧ୍ୟ କ୍ରିକେଟର ଲୋକପ୍ରିୟତା କିପରି ବଢୁଛି ଦେଖାଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *