ଭାରତ ଅଣ୍ଡର-୧୯ ବିଶ୍ୱକପର କ୍ବାର୍ଟର ଫାଇନାଲରେ ବଙ୍ଗଳାଦେଶକୁ ହରାଇ ସେମି ଫାଇନାଲରେ ପହଁଚିଯାଇଛି। ଏହି ବିଜୟ ସହ ଭାରତ ଦୁଇ ବର୍ଷ ପୂର୍ବେ ଅଣ୍ଡର-୧୯ ବିଶ୍ୱକପରେ ବଙ୍ଗଳାଦେଶ ସହ ମିଳିଥିବା ପରାଜୟର ପ୍ରତିଶୋଧ ନେଇଯାଇଛି। ଭାରତର ଏହି ବିଜୟର ହିରୋ ହେଉଛନ୍ତି ବାମହାତୀ ପେସର ରବି କୁମାର। ସେ ବଙ୍ଗଳାଦେଶକୁ ୧୧୧ ରନରେ ଅଲଆଉଟ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ସେ ୭ ଓଭରରେ ୧୪ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ତାଙ୍କୁ ଏହି ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ କରାଯାଇଥିଲା।

ରବିଙ୍କ ବାପା ସିଆରପିଏଫରେ ଅଛନ୍ତି,ତାଙ୍କର ଜନ୍ମ ୨୯ ଅକ୍ଟୋବର ୨୦୦୩କୁ କୋଲକତାରେ ହୋଇଥିଲା। ଏହା ପରେ ତାଙ୍କ ପରିବାର ଉତ୍ତରପ୍ରଦେଶ ଚାଲିଯାଇଥିଲା ଓ ସେଠାରେ ରବି କୁମାର ଟେନିଶ ବଲ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ରବିଙ୍କ ପିଲାବେଳର କୋଚ ରବି ଭରଦ୍ବାଜ ତାଙ୍କୁ ବିଭିନ୍ନ କଳା ଶିଖାଇଥିଲେ।
#RaviKumar's timely emergence adds 'X-factor' to India's ?? #U19WorldCup campaign @im_sandipan writes: https://t.co/m16VQOFhim
— Firstpost Sports (@FirstpostSports) January 30, 2022
ରବି କୁମାର ୨୦୧୯ରେ ବାଲିଗୁଂଜ ୟୁନାଇଟେଡ କ୍ରିକେଟ କ୍ଳବ ପାଇଁ ଅଣ୍ଡର-୧୬ ପାଇଁ ଟ୍ରାଏଲ ଦେବାକୁ ଆସିଥିଲେ। ସେବେ କ୍ରିକେଟ ବଙ୍ଗାଲ ଏସୋସିଏସନ ତାଙ୍କୁ ମୌକା ଦେଇନଥିଲା। କାରଣ ସେ ବୟସର ଜଣାପଡିବା ଟେଷ୍ଟରେ ଫେଲ ହୋଇଯାଇଥିଲେ। ଏହା ପରେ କଂଚନଜଂଙ୍ଗ ୱାରିଅର୍ସ ତରଫରୁ ସେ କୈବ ଟି-୨୦ ଲିଗରେ ଅଂଶଗ୍ରହଣ କରିଥିଲେ ଓ ବଙ୍ଗାଲର ଅଣ୍ଡର-୧୯ ଟିମରେ ଜାଗା ପାଇଲେ।
ପୂର୍ଵ କିଛି ବର୍ଷରୁ ରବି କୁମାର ଭାରତର ଓପନର ବ୍ୟାଟ୍ସମ୍ୟାନ ଅଣ୍ଡର-୧୯ ଟିମର କୋଚ ଦେବାଂଗ ଗାନ୍ଧୀଙ୍କ ଅଣ୍ଡରରେ ଟ୍ରେନିଙ୍ଗ କରୁଛନ୍ତି। ଏହା ଦ୍ଵାରା ତାଙ୍କ ଖେଳରେ ଉନ୍ନତି ହୋଇଛି। ତାଙ୍କର ମୁଖ୍ୟ ଜିନିଷ ହେଉଛି ସେ ବଲକୁ ଦୁଇ ପଟକୁ ସୁଇଙ୍ଗ କରାଇପାରନ୍ତି ଓ ଅଧିକ ଉଚ୍ଚତା ହେବା କାରଣରୁ ତାଙ୍କୁ ଅଧିକ ଉଚ୍ଚତା ମଧ୍ୟ ମିଳିଥାଏ। ନୂଆ ବଲରେ ଅଧିକ ୱିକେଟ ମଧ୍ୟ ସେ ନେଇଥାନ୍ତି।
A dream ball for a left-arm pacer, Ravi Kumar, you beauty. pic.twitter.com/m52anQ24BU
— Johns. (@CricCrazyJohns) January 30, 2022
ରବି ୱେଷ୍ଟଇଣ୍ଡିଜରେ ଚାଲୁଥିବା ଅଣ୍ଡର-୧୯ ବିଶ୍ୱକପରେ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ବଙ୍ଗଳାଦେଶ ବିରୁଦ୍ଧରେ କ୍ବାର୍ଟର ଫାଇନାଲରେ ତିନୋଟି ୱିକେଟ ନେଇଥିବା ବେଳେ ଆୟରଲାଣ୍ଡ ବିରୁଦ୍ଧରେ ୧୧ ରନ ଦେଇ ଗୋଟେ ୱିକେଟ ଅକ୍ତିଆର କରିଥିଲେ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଭ୍ୟାସ ମ୍ୟାଚରେ ଘାତକ ବୋଲିଙ୍ଗ କରିଥିଲେ। ସେହି ମ୍ୟାଚରେ ସେ ୩୪ ରନ ଦେଇ ୪ ଟି ୱିକେଟ ନେଇଥିଲେ। ସେ ପୁରା ୧୦ ଓଭର ବୋଲିଙ୍ଗ କରିପାରୁନାହାନ୍ତି କାରଣ କୌଣସି ଟିମ ଭାରତ ବିରୁଦ୍ଧରେ ୫୦ ଓଭର ପୁରା ଖେଳିପାରୁନାହିଁ। ରବି ଅଣ୍ଡର-୧୯ ଏସିଆ କପରେ ମଧ୍ୟ ୪ ୱିକେଟ ନେଇଥିଲେ।
ଜାହିର ଖାନ, ଇରଫାନ ପଠାନ ଓ ଆଶିଷ ନେହେରା ଅବସର ନେବା ପରେ ଭାରତୀୟ ଟିମ ବାମହାତୀ ବୋଲରଙ୍କ ତଲାସରେ ଅଛି। ଅଣ୍ଡର-୧୯ ବିଶ୍ୱକପ ୨୦୧୬ରୁ ବାହାରିଥିବା ଖଲିଲ ଅହମ୍ମଦ କିଛି ଆଶା ଦେଖାଯାଉଥିଲେ କିନ୍ତୁ ସେ ଅଳ୍ପ ଦିନ ଖେଳି ଟିମରୁ ବାହାର ହୋଇଗଲେ। ରବି କୁମାରଙ୍କୁ ନେଇ ଆଶା କରାଯାଉଛି କି ସେ ଭାରତ ପାଇଁ ବଡ଼ ଦାବିଦାର ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।