ଚଳିତ ଆଇପିଏଲ ସିଜିନର ୩୩ତମ ମ୍ୟାଚ ମଧ୍ୟ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ଡି.ୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଇଥିଲା ମୁମ୍ବାଇ ଇଂଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ। ଏହି ମ୍ୟାଚକୁ ଚେନ୍ନାଇ ସୁପର କିଙ୍ଗସ ୩ ଟି ୱିକେଟରେ ଜିତି ନେଇଛି।

ଟସ ଜିତି ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରବୀନ୍ଦ୍ର ଜାଡେଜା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇରେ ଇଂଡିଆନ୍ସର ଦୁଇ ଓପନର ନିଜ ଦଳକୁ ଏକ ଭଲ ଆରମ୍ଭ ଦେବାକୁ ବିଫଳ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ଦୁଇଟି ବଲ ଖେଳି ଶୂନ୍ୟରେ ଆଉଟ ହୋଇଥିବା ବେଳେ ଇଶାନ କିଶାନ ଗୋଟିଏ ବଲ ଖେଳି ଶୂନ୍ୟରେ ଆଉଟ ହୋଇଥିଲେ।
ମୁମ୍ବାଇ ପ୍ରଥମ ଓଭରରେ ହିଁ ନିଜର ଦୁଇଟି ମହତ୍ତ୍ୱ ପୂର୍ଣ ୱିକେଟ ହରାଇଥିଲା। ଏହାପରେ ଯୁବ ଖେଳାଳି ଡିୱାଲଡ଼ ବ୍ରେଭିସ ମଧ୍ୟ ୭ ଟି ବଲରେ ମାତ୍ର ୪ ରନ କରି ନିଜ ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ ନିଜ ୱିକେଟ ଦେଇ ଦେଇଥିଲେ। ଭଲ ଫର୍ମରେ ଥିବା ସୂର୍ଯ୍ୟ କୁମାର ଯାଦବ ୨୧ ବଲରୁ ୩୨ ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ।

ଏହାପରେ ତିଲକ ବର୍ମା ଏବଂ ହୃତିକ ସୋକେନ୍ ଏକ ମଜବୁତ ଯୋଡି ଗଢିବା ସହିତ ରନ ସଂଗ୍ରହ କରିଥିଲେ। ଏହାପରେ ହୃତିକ ସୋକେନ୍ ୨୫ ବଲରୁ ୨୫ ରନ ସଂଗ୍ରହ କରି ଆଉଟ ହେବା ପରେ କିରନ ପୋଲର୍ଡ଼ ନିଜର କମାଲ ଦେଖାଇବାରେ ବିଫଳ ହୋଇଥିଲେ। ଏହାପରେ ଅନ୍ତିମ ଓଭରରେ ତିଲକ ବର୍ମା ଜୟଦେବ ଉନାଦକତଙ୍କ ସହିତ ମିଶି ରନ ଗତି ବଢାଇଥିଲେ। ଯାହାଫଳରେ ମୁମ୍ବାଇ ଇଂଡିଆନ୍ସ ୨୦ ଓଭରରେ ୭ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଥିଲେ।
ଦଳ ପକ୍ଷରୁ ତିଳକ ବର୍ମା ୪୩ ବଲରୁ ୫୧ ରନ ସଂଗ୍ରହ କରି ଦଳକୁ ଏକ ଉତ୍ତମ ସ୍କୋରରେ ପହଞ୍ଚାଇ ଥିଲେ।

ଜବାବରେ ଚେନ୍ନାଇ ସୁପର କିଙ୍ଗସ ପ୍ରଥମ ବଲରେ ହିଁ ନିଜର ପ୍ରଥମ ୱିକେଟ ହରାଇଥିଲା। ଋତୁରାଜ ଗାଏକୱାଡ଼ ଗୋଟିଏ ବଲ ଖେଳି ଆଉଟ ହୋଇଥିଲେ। ଏହାପରେ ରବିନ ଉଥାପା ମିଚେଲ ସେଣ୍ଟନରଙ୍କ ସହିତ ମିଶି ଚେନ୍ନାଇ ଦଳର ସ୍କୋର ବୋର୍ଡ ଆଗକୁ ନେଇଥିଲେ।
ରବିନ ଉଥାପା ୨୫ ବଲରେ ୩୦ ରନ, ମିଚେଲ ସେଣ୍ଟନର ୯ ବଲରେ ୧୧ ରନ ଏବଂ ଆମ୍ବତି ରାୟୁଡୁ ୩୫ ବଲରେ ୪୦ ରନ ସଂଗ୍ରହ କରିଥିଲେ। ରବୀନ୍ଦ୍ର ଜାଡେଜା ଏବଂ ଶିବମ ଦୁବେ ବଡ଼ ସ୍କୋର କରିପାରି ନଥିଲେ। ରବୀନ୍ଦ୍ର ଜାଡେଜା ୮ ବଲରେ ୩ ରନ ଏବଂ ଶିବମ ଦୁବେ ୧୪ ବଲରେ ୧୩ ରନ ସଂଗ୍ରହ କରି ଆଉଟ ହୋଇ ଯାଇଥିଲେ। ଏହାପରେ ମହେନ୍ଦ୍ର ସିଂ ଧୋନି ଏବଂ ପ୍ରିଟୋରିଅସ ଚେନ୍ନାଇ ସୁପର କିଂସକୁ ବିଜୟ ଆଡକୁ ନେଇ ଯାଇଥିଲେ।

ପ୍ରିଟୋରିଅସ ୧୪ ବଲରୁ ୨୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ମାତ୍ର ମହେନ୍ଦ୍ର ସିଂ ଧୋନି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲ। ଚେନ୍ନାଇ ସୁପର କିଂସକୁ ଅନ୍ତିମ ଓଭରରେ ଜିତିବା ପାଇଁ ୧୭ ରନର ଆବଶ୍ୟକ ହେଉଥିବା ବେଳେ ଜୟଦେବ ଉନାଦକତଙ୍କ ଅନ୍ତିମ ଓଭରରେ ସେ ଗୋଟିଏ ଛକା ଏବଂ ଚୌକା ମାରି ମ୍ୟାଚ ରୋମାଞ୍ଚକର ପରିସ୍ଥିତିକୁ ନେଇ ଯାଇଥିଲେ। ଅନ୍ତିମ ବଲରେ ୪ ରନ ଦରକାର ହେଉଥିବା ବେଳେ ଧୋନି ୪ ରନ ମାରି ଚେନ୍ନାଇକୁ ବିଜୟୀ କରାଇଥିଲେ।
ସେ ୧୩ ବଲରୁ ୨୮ ରନ ସଂଗ୍ରହ କରିଥିଲେ। ମୁକେଶ ଚୌଧୁରୀ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ସେ ୩ ଓଭରରେ ମାତ୍ର ୧୯ ରନ ଦେଇ ୩ ଟି ୱିକେଟ ନେଇଥିଲେ। ଏଥିସହିତ ଚେନ୍ନାଇ ସୁପର କିଙ୍ଗସ ୪ ପଏଣ୍ଟ ପାଇ ନବମ ସ୍ଥାନରେ ପୂର୍ବ ଭଳି ଥିବା ବେଳେ ମୁମ୍ବାଇ ଇଂଡିଆନ୍ସ ସମସ୍ତ ମ୍ୟାଚ ପରାଜିତ ହୋଇ ଶେଷ ସ୍ଥାନରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।