ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ସିଏସକେ ଚାରିଥର ଆଇପିଏଲ ଚମ୍ପିୟାନ ହୋଇଛି। ଧୋନିଙ୍କ ଅଧିନାୟକତ୍ୱରେ ଏହି ଟିମ ଯେଉଁ କାରନାମା କରିଛି ଅନ୍ୟ କୌଣସି ଅଧିନାୟକ କରିପାରିନାହାନ୍ତି। କିନ୍ତୁ ଧୋନିଙ୍କ ବୟସ ଏବେ ବଢିବଢିଯାଉଛି ଓ ଖେଳ ଉପରେ ମଧ୍ୟ ଏହାର ପ୍ରଭାବ ମଧ୍ୟ ଦେଖାଯାଉଛି। ଆଗାମୀ ସିଜନ ପରେ ସେ ଆଇପିଏଲ ଖେଳିବା ମଧ୍ୟ ପକ୍କା ନୁହେଁ। ତେଣୁ ଅଧିନାୟକ ପଦ ପାଇଁ ସିଏସକେକୁ ଏକ ନୂଆ ଅଧିନାୟକ ଆବଶ୍ୟକ। ଏହି ପଦ ପାଇଁ ସିଏସକେ ପାଖରେ ଜଣେ ଭଲ ଖେଳାଳି ପୂର୍ବରୁ ଅଛନ୍ତି।

ଏହି ଖେଳାଳି ହୋଇପାରନ୍ତି ନୂଆ ଅଧିନାୟକ: ଆଇପିଏଲ ୨୦୨୨ ପାଇଁ ସିଏସକେ ଚାରିଜଣ ଖେଳାଳିଙ୍କୁ ରିଟନ କରିଛି। ସିଏସକେ ଧୋନି, ଜାଡେଜା, ଋତୁରାଜ ଗାୟକବାଡ ଓ ମୋଇନ ଅଲ୍ଲୀଙ୍କୁ ରିଟନ କରିଛି। ପୂର୍ଵରୁ ମାନା ଯାଉଥିଲାକି ସିଏସକେର ଷ୍ଟାର ଓପନର ଫାଫ ଡୁପ୍ଲେସିଙ୍କୁ।ସିଏସକେର ଆଗାମୀ ଅଧିନାୟକ କରାଯାଇପାରେ। କିନ୍ତୁ ସିଏସକେ ତାଙ୍କୁ ରିଲିଜ କରିଦେଇଛି। ତେଣୁ ଏବେ ଧୋନିଙ୍କ ପରେ ଏହି ଅଧିନାୟକ ପଦ ରବିନ୍ଦ୍ର ଜାଡେଜାଙ୍କୁ ଦିଆଯାଇପାରେ। ଜାଡେଜାଙ୍କୁ ସିଏସକେ ୧୬ କୋଟିରେ ରିଟନ କରିଛି।ଧୋନି ମଧ୍ୟ ଜାଡେଜାଙ୍କୁ ବହୁତ ସପୋର୍ଟ କରିଥାନ୍ତି।
ରାଇନାଙ୍କୁ ମଧ୍ୟ କରାଗଲା ଡ୍ରପ: ଡୁ ପ୍ଲେସିଙ୍କ ଭଳି ଏହା ମଧ୍ୟ କୁହାଯାଉଥିଲାକି ଧୋନିଙ୍କ ପରେ ରାଇନାଙ୍କୁ ସିଏସକେର ନୂଆ ଅଧିନାୟକ କରାଯାଇପାରେ କିନ୍ତୁ ଏହା ମଧ୍ୟ ହୋଇପାରିଲା ନାହିଁ। କାରଣ ସିଏସକେ ରାଇନାଙ୍କୁ ମଧ୍ୟ ଡ୍ରପ କରିଦେଇଛି। ରାଇନାଙ୍କର ଫର୍ମ ମଧ୍ୟ ସିଏସକେର ଅସୁବିଧା ବଢ଼ାଉଛି। ତେଣୁ ସେ ସିଏସକେର ଆଗାମୀ ଅଧିନାୟକ ହୋଇପାରିବେ ନାହିଁ। ଏହା ସହ ତାଙ୍କ ବୟସ ଓ କ୍ରିକେଟରେ ଅଧିକ ଆକ୍ଟିଭ ନରହିବା ମଧ୍ୟ ଏହା ସୁଚାଉଛିକି ସେ ଅଧିନାୟକ ହୋଇପାରିବେ ନାହିଁ।

ସବୁଠୁ ସଫଳ ଟିମ ମଧ୍ୟରେ ଗୋଟେ ସିଏସକେ: ସିଏସକେ ଆଇପିଏଲରେ ଦୁଇଟି ସଫଳ ଟିମ ମଧ୍ୟରୁ ଗୋଟେ। ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକତ୍ୱରେ ସିଏସକେ ଚାରିଥର ଆଇପିଏଲ ଟ୍ରଫି ଜିତିଛି ଓ ୯ ଥର ଫାଇନାଲ ଖେଳିଛି।ସିଏସକେଠୁ ଅଧିକ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଟ୍ରଫି ଜିତିଛି। ଏହି ବର୍ଷ କିନ୍ତୁ ମୁମ୍ବାଇ ପ୍ଲେଅଫରେ ପହଁଚିପାରିଲା ନାହିଁ।
କେବେ ହେବ ଆଇପିଏଲ ମେଗା ଅକ୍ସନ: ଆଇପିଏଲ ୨୦୨୨ର ମେଗା ଅକ୍ସନର ତାରିଖ ଏବେ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ଅନୁମାନ କରାଯାଉଛିକି ଡିସେମ୍ବର ୨୦୨୧ ବା ଜାନୁଆରୀ ୨୦୨୨ରେ ଏହାର ଆୟୋଜନ ହୋଇପାରେ। ଦେଖିବାକୁ ହେବକି ସିଏସକେ ନିଜର କେତେ ପୁରୁଣା ଖେଳାଳିଙ୍କୁ ପୁଣି ଟିମରେ ସାମିଲ କରିବାରେ ସଫଳ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।