CSK କୁ ଲାଗିଲା ଶକ୍ତ ଧକ୍କା! IPL ରୁ ବାହାରିଲେ ଦୀପକ ଚାହର!

ବ୍ୟୁରୋ ରିପୋର୍ଟ: ଦୀପକ ଚାହରଙ୍କର ଆଇପିଏଲ ୨୦୨୨ରେ ଫେରିବାର ସମ୍ଭାବନା ପାଖାପାଖି ଶେଷ ହୋଇଯାଇଛି। ଦୀପକ ଚାହାର ବାଙ୍ଗାଲୋରରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଥିବାବେଳେ ଆଉ ଏକ ଆଘାତ ତାଙ୍କୁ ଲାଗିଯାଇଛି। ଚାହାର ଫେବୃଆରୀରେ ଗୋଡ଼ର ଆଘାତ କାରଣରୁ ଏନସିଏରେ ରହି ଫିଟ ହେଉଥିଲେ ,କିନ୍ତୁ ଏବେ ତାଙ୍କ ପିଠିରେ ମଧ୍ୟ ଆଘାତ ଲାଗିଯାଇଛି। ଆଇପିଏଲ ୨୦୨୨ର ମେଗା ଅକ୍ସନରେ ସିଏସକେ ଦୀପକ ଚାହାରଙ୍କୁ ୧୪ କୋଟିରେ କିଣିଥିଲା ଓ ପ୍ରାୟ ଦାବି ଥିଲା କି ସେ ଏପ୍ରିଲ ଦ୍ୱିତୀୟ ସପ୍ତାହ ମଧ୍ୟରେ ଫିଟ ହୋଇଯିବେ। କିନ୍ତୁ ଏବେ ତାଙ୍କ ଆଘାତକୁ ଦେଖି ସେ ଏହି ଆଇପିଏଲ ଖେଳିପରିବାର ସମ୍ଭାବନା ଲାଗୁନାହିଁ।

Google

ଦୀପକ ଚାହାରଙ୍କ ବିନା ଚେନ୍ନାଇ ପୂର୍ବରୁ ହିଁ ସଂଘର୍ଷ କରୁଛି। ପ୍ରଥମ ଚାରିଟି ମ୍ୟାଚରେ ଚାହରଙ୍କ କମି ଅନୁଭବ କରୁଥିବା ସିଏସକେ ପାଇଁ ଏହା ଏବେ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ।

ରିହୈବିଲିଟେସନ ସମୟରେ ଲାଗିଲା ପିଠିରେ ଆଘାତ:

ସିଏସକେ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। ଏପରି ମାନାଯାଉଥିଲାକି ଚାହର ଏହି ସପ୍ତାହର ଶେଷରେ ଟିମ ସହିତ ମିଶିପାରନ୍ତି। କିନ୍ତୁ ଆଉ ଏକ ଆଘାତ ଲାଗିବା ଦ୍ଵାରା ସେ ପାଖାପାଖି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି।

ସୂତ୍ର ଅନୁସାରେ ଚାହରଙ୍କୁ ଏନସିଏରେ ରିହୈବିଲିଟେସନ ସମୟରେ ଆଘାତ ଲାଗିଛି। ସେ ଗୋଟେ ମାସରୁ ଅଧିକ ସମୟ ହେବ ଏନସିଏରେ ଅଛନ୍ତି। ସେ ଫେବୃଆରୀରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଆଘାତ ହେବା ପରେ ଠିକ ହେବା ପାଇଁ ଏନସିଏ ଯାଇଥିଲେ। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚ ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ସେ ନିଜ ସ୍ପେଲ ମଧ୍ୟ ସେହି ମ୍ୟାଚରେ ପୁରାକରିପାରିନଥିଲେ। ଏହା ପରେ ଶ୍ରୀଲଙ୍କାସହ ସିରିଜରୁ ମଧ୍ୟ ସେ ବାହାର ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *