ବ୍ୟୁରୋ ରିପୋର୍ଟ: ଗତ ବର୍ଷ ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସକୁ କ୍ରିକେଟ ଖେଳ ଆରମ୍ଭ ହେବା ପୂର୍ବରୁ ଲାଗିଛି ଏକ ବଡ଼ ଝଟକା। ପୂର୍ବ ବର୍ଷର ଅତ୍ୟଧିକ ରନ ସଂଗ୍ରହ କରିଥିବା ଋତୁରାଜ ଗାଇକୱାଡ ଏବଂ ବୋଲିଁ ରେ ଭଲ ପ୍ରଦର୍ଶନ କରିଥିବା ଦୀପକ ଚହର ନିଜର ଫିଟ୍ ନେସ୍ ପାଇଁ ଚର୍ଚ୍ଚାରେ ରହିଥିବା ଏହି ଦୁଇ ଖେଳାଳୀଙ୍କ ସହ ଆଉ ଏକ ଖେଳାଳି ମଧ୍ୟ ହୁଏତ ଆଇପିଏଲରେ ଚେନ୍ନାଇ ତରଫରୁ ଅଂଶ ଗ୍ରହଣ କରି ନ ପାରନ୍ତି।

ଗତ ବର୍ଷ ଆଇପିଏଲର ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ସର୍ବାଧିକ ରନ ସଂଗ୍ରହ କରିଥିବା ଋତୁରାଜ ଗାଇକାୱାଡ ଯିଏ କି ଅରେଞ୍ଜ କ୍ୟାପ ବିଜେତା ଏବଂ ଦୀପକ ଚାହର ଯିଏ କି ପୂର୍ବ ଥର ଆଇପିଏଲରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ ସେ ଦୁଇ ଜଣ ନିଜର ଫିଟ୍ ନେସ ପାଇଁ ପରୀକ୍ଷା ଦେଉଛନ୍ତି ।
ଠିକ୍ ଏହି ସମୟରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଉ ଏକ ଝଟକା ଲାଗିଛି । ଚେନ୍ନାଇର ଅଲରାଉଣ୍ଡର ଦ୍ଦ୍ଵେନ୍ ପ୍ରିଟୋରୀୟସ ପ୍ରଥମ ସପ୍ତାହରେ ଯେଉଁ କେତୋଟି ମ୍ୟାଚ୍ ଖେଳାଯିବ ସେଥିରେ ଉପସ୍ଥିତ ପ୍ରାୟ ରହିବେ ନାହିଁ । କାରଣ ଏହି ଦକ୍ଷିଣ ଆଫ୍ରିକା ଦେଶର ଖେଳାଳୀଙ୍କ ଚୟନ ତାଙ୍କ ଦେଶ ତରଫରୁ ବାଂଲାଦେଶ ସହ ଶିରିଜ୍ ଖେଳିବା ପାଇଁ ହୋଇଛି ସୂତ୍ରରୁ ଏହା ମଧ୍ୟ ଜଣା ପଡ଼ୁଛି କି ସେ ଟେଷ୍ଟ ସିରିଜରେ ବି ଚୟନ ହୋଇ ପାରନ୍ତି । ଯଦି ଏପରି ହୁଏ ତାହାଲେ ସେ ଅପ୍ରେଲ ମାସ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ଖେଳି ପାରିବେ ନାହିଁ ।

ତାଙ୍କର ଚୟନ ଦକ୍ଷିଣ ଆଫ୍ରିକା କ୍ରିକେଟ ତରଫରୁ ଦିନିକିଆ ଦଳରେ ହୋଇଛି ପରେ ଟେଷ୍ଟ ପାଇଁ ଦଳ ପ୍ରକାଶ କରାଯିବ । ଯଦି ଏପରି ହୁଏ ତାହାଲେ ସେ ଅପ୍ରେଲ ୧୨ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ସହ ଯୋଗ ଦେଇ ପାରିବେ ନାହିଁ । ବାଂଲାଦେଶ ଦକ୍ଷିଣ ଆଫ୍ରିକା ଟୁଅର ରେ ଅଛି ଯିଏ କି ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଛି ଏହି ଦିନିକିଆ ମ୍ୟାଚ ଗୁଡ଼ିକ ୧୮ ,୨୦ ଏବଂ ୨୩ ମାର୍ଚ୍ଚ ରେ ଖେଳାଯିବା ବେଳେ ଟେଷ୍ଟ ମ୍ୟାଚ୍ ଗୁଡ଼ିକ ୩୧ ମ୍ୟାଚ୍ ଏବଂ ୮ ଅପ୍ରେଲକୁ ଖେଳାଯିବାର ଅଛି।
ତେଣୁ ଏହା ଅନୁମାନ ଯେ ସେ ଚେନ୍ନାଇ ସୁପର କିଙ୍ଗସ୍ ସହ ଯୋଗ ଦେଇ ପାରିବେ ନାହିଁ । ଏହି ଖେଳାଳିଙ୍କୁ ଚେନ୍ନାଇ ମେଗା ଅକ୍ସନରେ ୫୦ ଲକ୍ଷ ଟଙ୍କା ଦେଇ କିଣିଥିଲେ । ଏହି ଖେଳାଳି ଦଳ ସହ ଯୋଗ ନଦେବାରୁ ଦଳର ପ୍ରସ୍ତୁତି ରେ ବାଧା ସୃଷ୍ଟି ହୋଇପାରେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ