ପ୍ଲେ ଅଫକୁ ଯିବ CSK! ଏହି ପୂର୍ବ ଭାରତୀୟ କ୍ରିକେଟରଙ୍କ ବଡ଼ ବୟାନ, ପଢ଼ନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗଙ୍କୁ ଆମେ ସମସ୍ତେ ପ୍ରାୟ ଭଲ ଭାବରେ ଜାଣୁ ସେ ଭାରତର ଜଣେ ବହୁତ ପ୍ରସିଦ୍ଧ କ୍ରିକେଟର ଅଟନ୍ତି। ତେବେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ଅନେକ ଖେଳ ଖେଳିଛନ୍ତି। ସେ ତାଙ୍କୁ ବହୁତ ଭଲ ଭାବରେ ମଧ୍ୟ ଜାଣିଛନ୍ତି ତେବେ ଏହି ବର୍ଷ ଆଇପିଏଲରେ ଚେନ୍ନାଇ ଦଳର ଅଧିନାୟକ ପଦରୁ ଧୋନି ହଟି ଯାଇଥିଲେ। ଏହା ପରେ ଚେନ୍ନାଇ ଦଳର ଅଧିନାୟକ ଭାବରେ ରବୀନ୍ଦ୍ର ଜାଡେଜା ଭାର ନେଇଥିଲେ। ତେବେ ତାଙ୍କର ନେତୃତ୍ୱରେ ଦଳ ଅଧିକ ଭଲ ପ୍ରଦର୍ଶନ କରି ପାରି ନଥିଲା। ଏହା ଦଳ ପାଇଁ ଏକ ବହୁତ ବଡ଼ କ୍ଷତି ମଧ୍ୟ ଥିଲା।

Google

ତାଙ୍କର ନେତୃତ୍ୱରେ ଦଳ ନଅଟି ମ୍ୟାଚ ମଧ୍ୟରୁ ମାତ୍ର ୩ ଟି ଜିତିବାରେ ସଫଳ ହୋଇ ପାରି ଥିଲା ଏହା ସହିତ ଏହି ଦଳର ଅଧିନାୟକ ଭାବରେ ପୁଣି ଅଧିନାୟକ ମହେନ୍ଦ୍ର ସିଂ ଧୋନି ଭାର ନେଇଛନ୍ତି। ଯାହା ଫଳରେ ଏହି ଦଳ ପୁଣି ବିଜୟ ପଥରେ ଅଗ୍ରସର ହେଉଛି। ତେବେ ଏତେ ଅଧିକ ମ୍ୟାଚ ହାରିବା ପରେ ମଧ୍ୟ ଯଦି ଏହି ଦଳ ଧୋନିଙ୍କ ନେତୃତ୍ୱରେ ପ୍ଲେ ଅଫକୁ ଚାଲି ଯାଉଛି ତେବେ ଏହାକୁ ନେଇ ଅଧିକ ଚକିତ ହେବାର କୌଣସି କାରଣ ନାହିଁ କାରଣ ଧୋନି ପୂର୍ବରୁ ଏପରି ଅନେକ ଚମତ୍କାର କରି ସାରିଛନ୍ତି ଯାହା ଅସମ୍ଭବ ମନେ ହେଉଥାଏ। ଏପରି କହିଛନ୍ତି ବିରେନ୍ଦ୍ର ସେହୱାଗ।

କାରଣ ସେ ଜାଣିଛନ୍ତି କି ଧୋନି ବାସ୍ତବରେ କଣ କରିପାରନ୍ତି। ଧୋନି ଅଧିନାୟକ ଭାବରେ ଭାର ନେବା ପରେ ବର୍ତ୍ତମାନ ବିଶେଷ ଭାବରେ ବିରେନ୍ଦ୍ର ସେହୱାଗ ଅଧିକ ଖୁସି ଥିବାର ଦେଖା ଯାଇଛି। କାରଣ ସେ ଭଲ ଭାବରେ ଜାଣିଛନ୍ତି କି ଏହି ଆଇପିଏଲ ଧୋନିଙ୍କ ଅଧିନାୟକ ହେବା ପରେ ଅଧିକ ଭାବରେ ରୋମାଞ୍ଚକ ହେବାକୁ ଯାଉଛି।ତେବେ ଗତ ଥର ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ନିଜର ଚତୁର୍ଥ ଟାଇଟଲ ଜିତି ପାରି ଥିଲା। ତେବେ ଚେନ୍ନାଇ ଆହୁରି ପାଞ୍ଚଟି ମ୍ୟାଚ ଖେଳିବା ପାଇଁ ଯାଉଛି।

Google

ଚେନ୍ନାଇ ନିଜର ପାଞ୍ଚଟି ମ୍ୟାଚ ଯଥାକ୍ରମେ ବାଙ୍ଗାଲୋର,ଦିଲ୍ଲୀ,ମୁମ୍ବାଇ, ଗୁଜୁରାଟ,ରାଜସ୍ଥାନ ବିପକ୍ଷରେ ଖେଳିବାକୁ ଯାଉଛି। ତେବେ ଚେନ୍ନାଇ ଯଦି ନିଜର ସମସ୍ତ ମ୍ୟାଚ ଜିତି ଯାଇଥାଏ ତେବେ ଚେନ୍ନାଇ ନିଜର ପ୍ଲେ ଅଫକୁ ଯିବାର ସମ୍ଭାବନା ଅଧିକ କରି ପାରିବ। ତେବେ ଏହା ନିଶ୍ଚୟ ଭାବରେ ଅସମ୍ଭବ ଭଳି ମନେ ହେଉଥିଲେ ମଧ୍ୟ ଧୋନି କୌଣସି ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ଭଲ ଭାବରେ ଜାଣିଛନ୍ତି। ତେବେ ଧୋନି ଚେନ୍ନାଇ ଦଳକୁ ଆଗକୁ ନେଇ ଯାଇ ପାରୁଛନ୍ତି ନା ନାହିଁ ଏହା ଦେଖିବା ପାଇଁ ବାକି ରହିଲା ଏହା ସହିତ ଏହି ଆଇପିଏଲରେ ଧୋନି ଚେନ୍ନାଇ ଦଳକୁ କେତେ ଆଗକୁ ନେଇ ପାରିବେ ଏହା ମଧ୍ୟ ଦେଖିବାକୁ ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *