ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନି ପ୍ରାୟ ୪୦ ବର୍ଷୀୟ ହୋଇଗଲାଣି ଓ ସେ ଇଣ୍ଟରନେସନାଲ କ୍ରିକେଟରୁ ମଧ୍ୟ ଅବସର ନେଇସାରିଲେଣି। କିନ୍ତୁ ଧୋନି ଏବେ ମଧ୍ୟ ଆଇପିଏଲ ଖେଳୁଛନ୍ତି ଓ ପୂର୍ଵ ଦୁଇ ବର୍ଷରୁ ଏହି ପ୍ରଶ୍ନ ବାରମ୍ବାର ସାମ୍ନାକୁ ଆସୁଛିକି କେବେ ଧୋନି ଆଇପିଏଲରୁ ଅବସର ନେବେ। ଗୋଟେ ଦିନ ପୂର୍ବରୁ ଧୋନି ହାଇଦ୍ରାବାଦ ବିରୁଦ୍ଧରେ ମ୍ୟାଚରେ ଅଧିନାୟକତ୍ୱ ପାଇଁ ଓହ୍ଲାଇଥିଲେ ଓ ସେବେ ମଧ୍ୟ ଏହି ପ୍ରଶ୍ନ ପଚରାଯାଇଥିଲା ସେ କେବେ ଆଇପିଏଲରୁ ସନ୍ୟାସ ନେବେ।

ସେହି ମ୍ୟାଚରେ ଟସ୍ ସମୟରେ କମେଣ୍ଟେଟର ଡେନି ମୋରୀସନ ଧୋନିଙ୍କୁ ପଚାରିଥିଲେ ମୁଁ ଆପଣଙ୍କୁ ଦୁଇ ବର୍ଷ ତଳେ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲି କି କଣ ଆପଣ ଆଗାମୀ ବର୍ଷ ମଧ୍ୟ ଯେଲୋ ଜର୍ସିରେ ଦେଖାଯିବେ। ଏହା ଉପରେ ଧୋନି ହସିକି ଜବାବ ଦେଇଥିଲେ କହିଥିଲେ ମୁଁ ଆପଣଙ୍କୁ ପୂର୍ଵ ଥର ମଧ୍ୟ ଏହା କହିଥିଲି ମୁଁ ଯେଲୋ ଜର୍ସିରେ ନଜର ଆସିବି। କିନ୍ତୁ ତାହା ଏହି ଯେଲୋ ଜର୍ସି ହେବେ ବା କୌଣସି ଅନ୍ୟ ଜର୍ସି ଏହା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ।
ଧୋନି ଆଇପିଏଲକୁ ନେଇ କହିଲେ ବଡ଼ କଥା:
ମହେନ୍ଦ୍ର ସିଂହ ଧୋନିଙ୍କ ଏହି ବୟାନର ଅନେକ ଅର୍ଥ ବାହାରକରାଯାଉଛି। କାରଣ ଧୋନିଙ୍କୁ ୪୦ ବର୍ଷ ହୋଇଗଲାଣି, ଏହି ବର୍ଷ ମେଗା ଅକ୍ସନ ପୂର୍ବରୁ ମଧ୍ୟ ସିଏସକେ ପ୍ରଥମ ରବିନ୍ଦ୍ର ଜାଡେଜାଙ୍କୁ ରିଟନ କରିଥିଲା ଓ ପରେ ତାଙ୍କୁ ଅଧିନାୟକ କରିଥିଲା ଯାହା ଦ୍ୱାରା ଲାଗୁଥିଲାକି ଏହା ଧୋନିଙ୍କର ଶେଷ ବର୍ଷ। କିନ୍ତୁ ଜାଡେଜାଙ୍କ ଅଧିନାୟକତ୍ୱରେ ସିଏସକେ ଭଲ ପ୍ରଦର୍ଶନ କରିପାରିଲା ନାହିଁ ଓ ଆରମ୍ଭ ୮ ରୁ ୬ ମ୍ୟାଚ । ଏହା ପରେ ଧୋନୀଙ୍କୁ ସିଜନ ମଝିରେ ପୁଣି ଅଧିନାୟକ କରାଗଲା।

ଧୋନି କଣ ପାଇଁ ସିଏସକେର ଅଧିନାୟକ ରହିବେ?:
ଧୋନି କେବଳ ଏହି ସିଜନରେ ସିଏସକେର ଅଧିନାୟକ ହୋଇଛନ୍ତି ନା ସେ ଆଗାମୀ ବର୍ଷ ମଧ୍ୟ ସିଏସକେର ଅଧିନାୟକ ରହିବେ?ଏହା ଏବେ ପକା ଜଣାପଡିନାହିଁ। ସେ ଯେଉଁପରି ଆଗକୁ ୟେଲୋ ଜର୍ସିରେ ଦେଖାଯିବେ କହିଛନ୍ତି ଜଣାପଡୁଛି ସେ ଆଗାମୀ ବର୍ଷ ମଧ୍ୟ ଖେଳିବେ।କିନ୍ତୁ ଦାୟୀତ୍ୱ ବଦଳିପାରେ ଓ ତାହା କଣ ହେବ? ଏଥିପାଇଁ ଅପେକ୍ଷା କରିବାକୁ ପଡିବ।
ଧୋନିଙ୍କ ପରେ କିଏ?:
ଧୋନି ପୁଣିଥରେ ସିଏସକେର ଅଧିନାୟକ ହେବା ପରେ ଅନେକ ପ୍ରଶ୍ନ ଉଠୁଛି। ପ୍ରଥମ ପ୍ରଶ୍ନ କି ସିଏସକେର ଆଗାମୀ ଅଧିନାୟକ କିଏ ହେବ। କଣ ଧୋନି ୨୦୨୩ଟିମର ଅଧିନାୟକ ରହିବେ ଓ ଜାଡେଜାଙ୍କ ହଟିବା ସଠିକ ଫଇସଲା ଥିଲା?

ସିଏସକେ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ:
ଧୋନିଙ୍କ ପରେ ଆଗାମୀ ଅଧିନାୟକ ଖୋଜିବା ସିଏସକେ ପାଇଁ ଚ୍ୟାଲେଞ୍ଜ ହେବ। କାରଣ ବ୍ରାଭୋ, ରାଇଡୁ ଓ ଉଥାପାଙ୍କ ବୟସ ଅଧିକ ହୋଇଆଗଲାଣି। ଏବେ ପର୍ଯ୍ୟନ୍ତ ଟିମ ଧୋନିଙ୍କ ବିକଳ୍ପ ଅଧିନାୟକ ଖୋଜିପାରିନାହିଁ। ଜାଡେଜାଙ୍କୁ ଯେଉଁଭଳି ଅଧା ସିଜନରୁ ଅଧିନାୟକ ପଦରୁ ବାହାର କରାଯାଇଛି ଏହାକୁ ଦେଖି ତାଙ୍କୁ ଆଉ ଅଧିନାୟକ କରାଯିବା ଭଳି ଲାଗୁନାହିଁ।
ଅଧିନାୟକ ପାଇଁ ସିଏସକେ ପାଖରେ ଏକମାତ୍ର ବିକଳ୍ପ ହେଉଛନ୍ତି ଧୋନି। ସିଏସକେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କୁ ଅଧିନାୟକ ପାଇଁ କହିପାରେ ଓ ଧୋନିଙ୍କର କଣ ଫଇସଲା ହେବ ଏହା ଦେଖିବାକୁ ହେଲେ ଅପେକ୍ଷା କରିବାକୁପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।