ଦୁଇଟି ପରାଜୟ ପରେ ବଢ଼ିଲା CSK ର ଅସୁବିଧା! ଗୋଟେ ବୋଲର ମେଡିକାଲରେ ତ ଅନ୍ୟଜଣେ ଆଘାତ!

ବ୍ୟୁରୋ ରିପୋର୍ଟ: ପୂର୍ଵ ସିଜନର ଚମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲ ୨୦୨୨ର ଆରମ୍ଭ ଭଲ ରହିନାହିଁ। ଆଇପିଏଲ ୨୦୨୨ ଆରମ୍ଭର ଅଳ୍ପଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଅଧିନାୟକତ୍ୱ ଛାଡିଥିଲେ ଓ ତାଙ୍କ ଜାଗାରେ ରବିନ୍ଦ୍ର ଜାଡେଜାଙ୍କୁ ନୂତନ ଅଧିନାୟକ କରାଯାଇଥିଲା କିନ୍ତୁ ସେ ଏବେ ପର୍ଯ୍ୟନ୍ତ ସେପରି ଅଧିନାୟକତ୍ୱ କରିପାରିନାହଁନ୍ତି।  ଜାଡେଜାଙ୍କ ଅଧିନାୟକତ୍ୱ ଦୁଇଟି ଯାକ ମ୍ୟାଚ ଚେନ୍ନାଇ ହାରିଛି। ପ୍ରଥମେ କେକେଆର ସହ ଓପନିଙ୍ଗ ମ୍ୟାଚ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଲକ୍ଷନୌ ବିରୁଦ୍ଧରେ ୨୧୦ ରନ କରିବା ପରେ ମଧ୍ୟ ୬ ୱିକେଟରେ ହାରିଥିଲା। ଟିମ ପାଇଁ ଏବେ ଆହୁରି ଖରାପ ଖବର ଆସିଛି ଦୁଇ ଖେଳାଳି ଆଘାତ ଓ ଖରାପ ସ୍ୱାସ୍ଥ୍ୟ ପାଇଁ ବାହାର ହୋଇଛନ୍ତି।

Google

ଏବେ ଜଣାପଡିଛି କି ବୋଲର କ୍ରିସ ଜୋର୍ଡନ ଆଘାତ ହେବାପରେ ବୋଲର ଆଡ଼ମ ମିଲନେ ଆଘାତ ହୋଇଛନ୍ତି। ୨୬ ମାର୍ଚ୍ଚକୁ ଜୋର୍ଡନଙ୍କ ଗଳା ଖରାପ ପରେ ତାଙ୍କୁ ମୁମ୍ବାଇର ଏକ ମେଡିକାଲରେ ଭର୍ତି କରାଯାଇଥିଲା। ଏହି କାରଣରୁ ସେ ପ୍ରଥମ ମ୍ୟାଚ ଖେଳିପାରିନଥିଲେ। ତାଙ୍କୁ ଠିକ ହେବାକୁ ଆଉ ଦୁଇ ତିନିଦିନର ସମୟ ଲାଗିବ। କେକେଆର ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିଥିବା ଆଡମ ମିଲନେ ଆଘାତ କାରଣରୁ ଦ୍ୱିତୀୟ ମ୍ୟାଚ ଲକ୍ଷନୌ ବିରୁଦ୍ଧରେ ଖେଳିପାରିନଥିଲେ। ପୂର୍ବରୁ ହିଁ ଟିମକୁ ଦୀପକ ଚାହାରଙ୍କ ରୂପରେ କମି ଅନୁଭବ ହେଉଛି।

ସିଏସକେର ଖେଳାଳି ଖରାପ ଫିଟନେସରେ ଅସୁବିଧା:

ସିଏସର ତିନିଜଣ ଅନୁଭବୀ ବୋଲର ଅନଫିଟ କାରଣରୁ ଟିମ ପେସରଙ୍କ କମି ମ୍ୟାଚରେ ଅନୁଭବ କରୁଛି। ଏହି କାରଣରୁ ଲକ୍ଷନୌ ବିରୁଦ୍ଧରେ ସିଏସକେ ଦୁଇ ଯୁବ ଖେଳାଳି ତୁଷାର ଦେଶପାଣ୍ଡେ ଓ ମୁକେସ ଚୌଦୁରିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଥିଲା। ତୁଷାର ଓ ମୁକେସ ମିଶି ୭.୩ ଓଭରରେ ୭୯ ରନ ଦେଇଥିଲେ। ରବିବାରକୁ ପଞ୍ଜାଵ କିଙ୍ଗସ ସହ ଟିମ ପୁର୍ବ କମ୍ବୀନେସର ସହ ଓହ୍ଲାଇପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *