ଗୋଟିଏ ସମୟ ଥିଲା ଯେତେବେଳେ ସୁରେଶ ରାଇନା ଭାରତୀୟ ଦଳର ଅଂଶ ଥିଲେ। କିନ୍ତୁ ପରେ ସେ ଭାରତୀୟ ଦଳରୁ ଅବସର ନେଇ ଯାଇଥିଲେ। ଏହାପରେ ତାଙ୍କୁ ଆଇପିଏଲ ଦଳରେ ମଧ୍ୟ ଦେଖିବାକୁ ମିଳି ନଥିଲା। ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ନିଜ ଦଳରେ ମଧ୍ୟ ସାମିଲ କରି ନଥିଲା। ୨୦୨୧ ଆଇପିଏଲ ସିଜିନରେ ସେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲେ। ଏହାପରେ ମେଗା ଆକ୍ସନରେ ଦଳ ତାଙ୍କୁ ଛାଡି ଦେଇଥିଲା। ସମସ୍ତଙ୍କ ବିଶ୍ୱାସ ରହିଥିଲା ଯେ ଚେନ୍ନାଇ ଦଳ ପୁଣି ଥରେ ତାଙ୍କୁ କିଣିବ। କିନ୍ତୁ ୨୦୨୨ ଆଇପିଏଲ ସିଜିନର ମେଗା ଅକ୍ସନରେ କୋୖଣସି ଦଳ ତାଙ୍କୁ କିଣି ନଥିଲେ। ଏପରିକି ଚେନ୍ନାଇ ଦଳ ମଧ୍ୟ ତାଙ୍କୁ କିଣି ନଥିଲା।

ଆଇପିଏଲରେ କିଣା ଯାଇନଥିଲେ ମଧ୍ୟ ସେ ନିଜ ଭରସା ଏବଂ ଆତ୍ମବିଶ୍ବାସ କେବେ ହରାଇ ନଥିଲେ। ସେ ଲଗାତାର ଭାବରେ ଅଭ୍ୟାସ ଜାରି ରଖିଥିଲେ। ନିଜ ଇନଷ୍ଟାଗ୍ରାମରେ ଏକ ଭିଡଓ ସେୟାର କରିଛନ୍ତି ଯେଉଁଥିରେ ସେ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଯେତେବେଳେ ସେ ପଡ଼ିଆରେ ଖେଳୁଥାନ୍ତି ,ସେ ସାହାସ , ଅନୁଭବ ଏବଂ ଭରସା ଠାରୁ ଅଧିକ କିଛି ନାହିଁ। ପଡି଼ଆରେ ସମୟ ବିତାଇବା ବହୁତ ଭଲ ଲାଗିଲା।
ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ ଏହି ଅଭ୍ୟାସ ଭିଡ଼ିଓରେ ଚେନ୍ନାଇ ସୁପର କିଙ୍ଗସର ଜର୍ସି ପିନ୍ଧି ଖେଳୁଥିବାର ଦେଖିବାକୁ ମିଳିଥିଲା। ସେ ନିଜ ଆଗ ଖେଳ ଭଳି ଅତି ସୁନ୍ଦର ବ୍ୟାଟିଂ କରୁଥିଲେ। ପଡ଼ିଆରେ ବିଭିନ୍ନ ସର୍ଟସ ଲଗାଇଥିଲେ।
Nothing beats the feeling of when I'm on the field. Had the best time on the ground!! ❤️🏏#gratitude pic.twitter.com/RCHAOM1t53
— Suresh Raina🇮🇳 (@ImRaina) August 24, 2022
ରାଇନା ଚେନ୍ନାଇ ସୁପର କିଙ୍ଗସର ଜର୍ସି ପିନ୍ଧି ଖେଳୁଥିବାର ଦେଖି ସୋସିଆଲ ମିଡ଼ିଆରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇ ଯାଇଛି। ସମସ୍ତେ ଭାବୁଛନ୍ତି ଯେ , ପୁଣି ଥରେ ଚେନ୍ନାଇ ଜର୍ସି ପିନ୍ଧି ଆଇପିଏଲ ଖେଳି ପାରନ୍ତି।
ତାଙ୍କ କ୍ୟାରିଅର ଭଲ ରହିଛି। ସେ ୨୦୫ ମ୍ୟାଚର ୨୦୦ ଟି ଇନିଂସରେ ୩୨.୫ ଔସତ ୫୫୨୮ ରନ କରିଛନ୍ତି। ଆଇପିଏଲରେ ସେ ଗୋଟିଏ ଶତକ ଏବଂ ୩୯ ଟି ଅର୍ଦ୍ଧଶତକ ଲଗାଇଛନ୍ତି। ଏହା ବ୍ୟତୀତ ସେ ବୋଲିଙ୍ଗରେ ୬୯ ଟି ମ୍ୟାଚରେ ୨୫ ଟି ୱିକେଟ ନେଇଛନ୍ତି।