IPL-15 ର ଆରମ୍ଭ ହୋଇସାରିଛି। ପ୍ରଥମ ମ୍ୟାଚ KKR ସହ CSK ର ଥିଲା। ପ୍ରଥମେ ବ୍ୟାଟିଂ କରି CSK ନିର୍ଧାରିତ ୨୦ ଓଭରରେ ୧୩୧ ରନ କରିଛି। ଏହି ରନ ପଂହଚାଇବାର ମୁଖ୍ୟ କାରଣ ରହିଥିଲେ ପୂର୍ବ ଚେନ୍ନାଇ କ୍ୟାପଟେନ ଏମ ଏସ ଧୋନି।

ପ୍ରଥମରୁ ଚେନ୍ନାଇର ୱିକେଟ ଗଲିଚାଳିଥିଲା। ଋତୁରାଜ ପ୍ରଥମ ଓଭରରେ ଆଉଟ ହୋଇଯାଇଥିଲେ। ତାଙ୍କୁ ଉମେଶ ଯାଦବ ଆଉଟ କରିଥିଲେ। ଦଳ ସମ୍ବାଳିଥିଲେ ଉଥାପା। ସେ ୨୧ ବଲରେ ୨୮ କରିଥିଲେ। ହେଲେ ସେ ଆଉଟ ହେବା ପରେ ରାୟୁଡୁ, ଦୁବେ ଆଉଟ ହୋଇଯାଇଥିଲେ।
ତାହାପରେ ଜାଡେଜାଙ୍କ ସହ ଧୋନି ପାରି ସମ୍ଭାଳିଥିଲେ। ଧୋନି ୩୮ ବଲର ସାମ୍ନା କରି ୫୦ ରନ ବନାଇବାରେ ସକ୍ଷମ ରହିଥିଲେ। ଏହି ପାରିରେ ୭ ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଅନ୍ୟ ପକ୍ଷରେ ରବୀନ୍ଦ୍ର ଜାଡେଜା ୨୮ ବଲରେ ୨୬ ରନ ବନାଇବାରେ ସକ୍ଷମ ରହିଥିଲେ। ସେ ଗୋଟିଏ ଛକା ଲଗାଇଥିଲେ। KKR ଆଗରେ ଟାର୍ଗେଟ CSK ୧୩୨ ରନର ରଖିଛି।
ICYMI: A massive roar and a warm reception by the Wankhede crowd for the legendary @msdhoni 😍 💛 👏#TATAIPL | #CSKvKKR pic.twitter.com/6ZecoUHgbU
— IndianPremierLeague (@IPL) March 26, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।