CSK vs LSG: CSK ର ବିସ୍ପୋରକ ଆରମ୍ଭ! ଉଥାପାଙ୍କ କାଉଣ୍ଟର ଆଟାକ! ୨୭ ବଲରେ ୫୦!

IPL 2022 ର ଆଉ ଏକ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ ସହିତ ଲକ୍ଷନୌ ସୁପରଜାଏଂଟସ ଭିତରେ ଖେଳାଯାଉଛି। ଆଗ ବ୍ୟାଟିଂ କରି ସୁନ୍ଦର ଆରମ୍ଭ କରିଛି ଚେନ୍ନାଇ। CSK ପାଇଁ ଓପନ କରିବା ପାଇଁ ଆସିଥିଲେ ଋତୁରାଜ ଗାଏକୱାଡ଼ ଏବଂ ରବିନ ଉଥାପା। ହେଲେ ଋତୁରାଜ ଗାଏକୱାଡ଼ ରନ ଆଉଟ ହୋଇଯାଇଥିଲେ। ସେ ୧ ରନ କରିଥିଲେ।

Google

ହେଲେ ୱିକେଟ ଗଳିବା ପରେ ବି ରବିନ ଉଥାପା ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୨୭ ବଲରେ ୫୦ ଲଗାଇଥିଲେ। ତାଙ୍କର ଏହି ପାରିରେ ୧ଟି ଛକା ଏବଂ ୮ ଟି ଚୌକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୮୫.୧୯ ଥିଲା। ତାଙ୍କୁ ରବି ବିସ୍ନୋଇ ଆଉଟ କରିଥିଲେ। ମୋଇନ ଅଲ୍ଲୀ ବି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୨୨ ବଲରେ ୩୫ ଲଗାଇଥିଲେ। ସେ ୨ଟି ଛକା ଏବଂ ୪ଟି ଚୌକା ଲଗାଇଥିଲେ। ନିଜର ପୂର୍ବ ମ୍ୟାଚ CSK ହାରିଥିବା ବେଳେ ଲକ୍ଷନୌ ମଧ୍ୟ GT ବିପକ୍ଷରେ ପରାସ୍ତ ହୋଇଥିଲା। କେ ଏଲ ରାହୁଲ ଲକ୍ଷନୌ ଟିମର କ୍ୟାପଟେନ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ଚେନ୍ନାଇର କ୍ୟାପଟେନ ଅଟନ୍ତି। CSK କୁ ସୁନ୍ଦର ତଥା ଆକର୍ଷଣୀୟ ଆରମ୍ଭ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରବିନ। ତାଙ୍କ ଛଡା ମୋଇନ ଅଲ୍ଲୀ ବି ସୁନ୍ଦର ବ୍ୟାଟିଂ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *