ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଆଜି ଦୁଇ ବଡ଼ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ହେବାର ଅଛି। ଏହି ମ୍ୟାଚ ମୁମ୍ବାଇର ଡିବାଇ ପାଟେଲ ଷ୍ଟାଡିୟମରେ ଖେଳାଯିବାର ଅଛି। ଆଇପିଏଲ ଇତିହାସରେ ଏହି ଦୁଇ ଟିମ ସବୁଠୁ ସଫଳ ରହିଛି। ଆଇପିଏଲରେ ମୁମ୍ବାଇ ୫ ଥର ଚାମ୍ପିୟାନ ହୋଇଥିବା ବେଳେ ଚେନ୍ନାଇ ଚାରିଥର ଚମ୍ପିୟାନ ହୋଇଥିଲା। ଆଇପିଏଲ ୨୦୨୨ରେ ଦୁଇ ଟିମରେ ପ୍ରଦର୍ଶନ ଖରାପ ରହିଛି। ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ମୁମ୍ବାଇ ସବୁ ୬ ଟି ଯାକ ମ୍ୟାଚ ହାରିଥିବା ବେଳେ ଚେନ୍ନାଇ ୬ ରୁ ମାତ୍ର ୧ ଟି ମ୍ୟାଚ ଜିତିଛି। ଆସନ୍ତୁ ମ୍ୟାଚ ପୂର୍ବରୁ ପିଚ ଓ ମୌସୁମ ରିପୋର୍ଟ ଜାଣିବା।

ମୁମ୍ବାଇର ପ୍ରଦର୍ଶନ କଥା କହିବା ତ ଟିମ ଏବେ ପର୍ଯ୍ୟନ୍ତ ନିରାଶଜନକ ପ୍ରଦର୍ଶନ କରିଛି। ଟିମ ଏବେ ପର୍ଯ୍ୟନ୍ତ ସବୁ ୬ ଟି ଯାକ ମ୍ୟାଚ ହାରିଯାଇଛି। ଟିମ ପକ୍ଷରୁ ଅଧିନାୟକ ରୋହିତ ଶର୍ମା, କାୟରନ ପୋଲାଡ଼, ଇସାନ କିସନ, ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମରାଙ୍କ ଠୁ ଟିମ ଭଲ ପ୍ରଦର୍ଶନର ଆଶା କରିବ। ଟିମ ଏବେ ପଏଣ୍ଟ ଟେବୁଲରେ ସଭା ଶେଷରେ ଅଛି।
ଦ୍ୱିତୀୟ ବିଜୟ ଉପରେ ସିଏସକେର ନଜର:
ଆଇପିଏଲ ୨୦୨୨ରେ ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱ ସିଏସକେ ଟିମ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ। ଟିମ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟେ ବିଜୟ ହାସଲ କରିଛି। ଟିମ ୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୯ ମ ସ୍ଥାନରେ ଅଛି।
Best vs Best ??#MIvCSK #CSKvsMi #MumbaiIndians #OneFamily #CSK? pic.twitter.com/Yk9yb3dli5
— Dhritiraj Das (@Dhritiraz_das) April 20, 2022
ମୌସମ ରିପୋର୍ଟ:
ୱେଦର ଡ଼ଟକମର ରିପୋର୍ଟ ଅନୁସାରେ ୨୧ ତାରିଖରେ ମୁମ୍ବାଇର ତାପମାତ୍ର ୪୦ଡିଗ୍ରୀ ରହିପାରେ। ରାତିରେ ଏହା ୨୭ ଡିଗ୍ରୀ ରହିବାର ସମ୍ଭାବନା ଅଛି। ରାତ୍ରି ସମୟରେ ଆଦ୍ରତା ୬୪% ରହିବ। ବର୍ଷା ହେବାର ସମ୍ଭାବନା ୪% ରହିଥିବା ଜଣାପଡିଛି।
ପିଚ ରିପୋର୍ଟ:
ମୁମ୍ବାଇର ଡିବାଇ ପଟେଲ ଷ୍ଟାଡିୟମ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ଅଟେ। ଏହି ପିଚରେ ବଲ ଭଲସେ ବ୍ୟାଟରେ ଆସିଥାଏ ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ ଆରାମରେ ବଡ଼ ଶର୍ଟ ଖେଳିପାରିଥାନ୍ତି। ପେସର ମାନେ ଏଠାରେ ଖାସ ପ୍ରଦର୍ଶନ କରିପାରିନଥାନ୍ତି କିନ୍ତୁ ମ୍ୟାଚରେ ବଲ ପୁରୁଣା ହେଲେ ଏଠାରେ ସ୍ପିନରଙ୍କୁ ସହାୟତା ମିଳିଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।