CSK vs PBKS: ପ୍ରଥମ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଚେନ୍ନାଇ! ମୟଙ୍କ ବନାମ ଜାଡେଜା? କିଏ ମରିବ ବାଜି?

ବ୍ୟୁରୋ ରିପୋର୍ଟ: ପୂର୍ଵ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୨ର ଆରମ୍ଭ ଭଲ କରିପାରିନାହିଁ। ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଆରମ୍ଭ ଦୁଇଟି ଯାକ ମ୍ୟାଚ ହାରିଯାଇଛି। ଚେନ୍ନାଇ ତୃତୀୟ ମ୍ୟାଚ ୩ ଏପ୍ରିଲକୁ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ଖେଳିବାର ଅଛି। ପଞ୍ଜାଵ କିଙ୍ଗସ କଥା କହିବାତ ପଞ୍ଜାଵ କିଙ୍ଗସ ଏବେ ପର୍ଯ୍ୟନ୍ତଏହି ଆଇପିଏଲରେ ଦୁଇଟି ମ୍ୟାଚ ଖେଳିଛି ଯେଉଁଥିରୁ ଗୋଟେ ମ୍ୟାଚ ଜିତିଛି ଓ ଗୋଟେ ମ୍ୟାଚ ହାରିଛି। ପୂର୍ଵ ମ୍ୟାଚରେ ପଞ୍ଜାଵ କେକେଆର ଠୁ ବଡ଼ ପରାଜୟ ପାଇଥିଲା ଏବେ ପୁଣି ପଞ୍ଜାଵ ଟିମ ବିଜୟର ଲକ୍ଷ୍ୟ ରଖି ଓହ୍ଲାଇବ।

Google

ଆଇପିଏଲର ରେକର୍ଡ ଦେଖିବା ତ ଚେନ୍ନାଇ ଟିମ ପଞ୍ଜାଵ ବିରୁଦ୍ଧରେ ବାଜି ମାରିଛି। ଦୁହେଁ ଏବେ ପର୍ଯ୍ୟନ୍ତ ୨୫ ଟି ମ୍ୟାଚରେ ସାମ୍ନା ସାମ୍ନି ହୋଇଛନ୍ତି ଯେଉଁଥିରେ ଚେନ୍ନାଇ ୧୫ ଟି ମ୍ୟାଚ ଜିତିଥିବା ବେଳେ ପଞ୍ଜାଵ ଟିମ ୧୦ ଟି ମ୍ୟାଚ ଜିତିଛି। ଆଇପିଏଲ ୨୦୨୧ରେ ଦୁହେଁ ଗୋଟେ ଗୋଟେ ମ୍ୟାଚ ଜିତିଥିଲେ। ସେହିପରି ବର୍ଷ ୨୦୨୦ରେ ଚେନ୍ନାଇ ଦୁଇଟା ଯାକ ମ୍ୟାଚ ଜିତିଥିଲା।

ଋତୁରାଜ ଓ ରାୟୁଡୁ ଭଲ ଫର୍ମରେ ନାହଁନ୍ତି:

ଆଇପିଏଲ ୨୦୨୧ରେ ଅରେଞ୍ଜ କ୍ୟାପ ଜିତିଥିବା ଓପନର ବ୍ୟାଟ୍ସମ୍ୟାନ ଋତୁରାଜ କବାଡ଼ ଫର୍ମରେ ନାହାନ୍ତି। ସେ ଦୁଇଟି ଯାକ ମ୍ୟାଚ ମିଶି ଏକ ରନ କରିଛନ୍ତି। ସେହିପରି ସିନିୟର ବ୍ୟାଟ୍ସମ୍ୟାନ ଅମ୍ବତି ରାୟୁଡୁ ମଧ୍ୟ ପୂର୍ଵ ଫର୍ମରେ ନାହାଁନ୍ତି। ବୋଲିଙ୍ଗରେ ଅନୁଭବୀ ଦୀପକ ଚାହାର ଆଘାତ କାରଣରୁ ବାହାର ଅଛନ୍ତି। ତୁଷାର ଦେଶପାଣ୍ଡେ ୨ଟି ୱିକେଟ ନେଇଛନ୍ତି ଓ ବ୍ରାଭୋ ୪ ଟି ୱିକେଟ ନେଇଛନ୍ତି। ଜାଡେଜା ମଧ୍ୟ ଫର୍ମରେ ନାହାଁନ୍ତି।

Google

ମୟଙ୍କ ଓ ଧାୱମଙ୍କୁ କରିବାକୁ ହେବ କମାଲ:

ପଞ୍ଜାଵ କିଙ୍ଗସ କଥା କବିବାତ ପୂର୍ଵ ଦୁଇଟି ଯାକ ମ୍ୟାଚରେ ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧୱନ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଭାନୁକା ରାଜପଖେ ନିଜ ପ୍ରଦର୍ଶନରେ ପ୍ରଭାବିତ କରିଛନ୍ତି। ରାହୁଲ ଚାହାରଙ୍କ ଛଡା ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରିପାରିନାହଁନ୍ତି।

ଦୁଇ ଟିମ ଏହି ପ୍ରକାର ଅଟେ:

ପଞ୍ଜାଵ କିଙ୍ଗସ: ମୟଙ୍କ ଅଗ୍ରୱାଲ(ଅଧିନାୟକ), ଶିଖର ଧାୱନ, ଅର୍ସଦୀପ ସିଂହ, କଗୀସୋ ରବାଡ଼ା, ଜନି ବେୟରଷ୍ଟୋ, ରାହୁଲ ଚାହାର, ହରପ୍ରୀତ ବ୍ରାର, ସାହାରୁଖ ଖାନ, ପ୍ରଭସିମରନ ସିଂହ, ଜିତେସ ଶର୍ମା, ଇସାନ ପୋରେଲ, ଲିୟାମ ଲିଭିଙ୍ଗଷ୍ଟୋନ, ଓଡ଼ିୟନ ସ୍ମିଥ, ସନ୍ଦୀପ ଶର୍ମା, ରାଜ ବାବା, ରିଷି ଧାୱନ, ପ୍ରେରକ ମାଂଙ୍କଡ଼, ବୈଭବ ଅରୋଡା, ରିତିକ ଚଟର୍ଜି, ବଲତେଜ ଢାଡ଼ା, ଅଂସ ପଟେଲ, ନାଥନ ଏଲିସ, ଅଥର୍ବ ତାୟଡେ, ଭାନୁକା ରାଜପକ୍ଷେ, ବେନି ହୋବେଲ।

Google

ସିଏସକେ: ରବିନ୍ଦ୍ର ଜାଡେଜା(ଅଧିନାୟକ),ଋତୁରାଜ ଗାୟକୱାଡ଼, ମହେନ୍ଦ୍ର ସିଂହ ଧୋନି,ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ,ରବିନ ଉଥାପା,ଡେଭନ କନୱେ, ଡିଜେ ବ୍ରାଭୋ,କ୍ରିସ ଜୋର୍ଡନ, ଶିଭମ ଦୁବେ,ଦୀପକ ଚାହାର, ସିମରଜିତ ସିଂହ, ପ୍ରିଟୋରିୟସ୍, ମିଚେଲ ସେଣ୍ଟନର, ଆଡ଼ମ ମିଲନେ, ରାଜବର୍ଧନ ହେଙ୍ଗରଗକର,ପ୍ରଶାନ୍ତ ସୋଲଂଙ୍କି,ମହେଶ ତୀକ୍ଷଣା,ମୁକେସ ଚୌଦୁରି,ଶୁଭ୍ରାଂଶୁ ସେନାପତି,କେଏମ ଆସିକ,ତୁଷାର ଦେଶପାଣ୍ଡେ,ସି ହରି ନିଶାନ୍ତ, ଏନ ଜଗଦିସନ, ଭଗତ ବର୍ମା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *