CSK vs RCB:ରୋମାଂଚକ ମ୍ୟାଚରେ ବାଜି ମାରିଲା ଚେନ୍ନାଇ! RCB କୁ ହରାଇ ହାସଲ କଲା ପ୍ରଥମ ବିଜୟ!

ଆଇପିଏଲ ୨୦୨୨ ସିଜିନ ବର୍ତ୍ତମାନ ରୋମାଞ୍ଚକର ପରିସ୍ଥିତିରେ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ଦେବାରେ ବ୍ୟସ୍ତ। ଏଥିମଧ୍ୟରେ ଏପ୍ରିଲ ୧୨ ତାରିଖ ମଙ୍ଗଳବାର ଦିନ ଖେଳା ଯାଇଥିବା ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା। ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚକୁ ୨୩ ରନରେ ଜିତି ନେଇଛି। ଏଥିସହିତ ନିଜର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ।

 

ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ଚାରି ଉଇକେଟ ହରାଇ ୨୧୫ ରନ କରିଥିଲା। ଦଳ ପକ୍ଷରୁ ଋତୁରାଜ ଗାଏକୱାଡ଼ ମାତ୍ର ୧୬ ବଲରେ ୧୭ ରନ ଓ ମୋଇନ ଅଲ୍ଲୀ ୮ ଟି ବଲରେ ମାତ୍ର ୩ ରନ କରି ଜଲ୍ଦି ଆଉଟ ହୋଇଯାଇଥିଲେ ମଧ୍ୟ ରବିନ ଉଥାପା ଏବଂ ଶିବମ ଦୁବେ ଦଳକୁ ଏକ ଉତ୍ତମ ସ୍କୋରରେ ନେଇ ପହଞ୍ଚାଇ ଦେଇଥିଲେ। ସେ ତୃତୀୟ ୱିକେଟ ଯୋଡିରେ ୧୬୫ ରନର ପାର୍ଟନର୍ସିପ୍ପ ଯୋଡି ଥିଲେ। ସିଭମ ୪୬ ରନରେ ୯୫ ରନଏ ଧୂଆଁ ଧାର ପାଳି ଖେଳିଥିବା ବେଳେ ରବିନ ଉଥାପା ୫୫ ବଲରେ ୮୦ ରନ ସଂଗ୍ରହ କରି ନେଇଥିଲେ। ଅନ୍ତିମ ଓଭର ବେଳକୁ ଚେନ୍ନାଇ ଚାରୋଟି ୱିକେଟ ପରେ ମଧ୍ୟ ୨୧୫ ରନ କରିବାକୁ ସକ୍ଷମ ଥିଲା। ବାଙ୍ଗାଲୋରର ସମସ୍ତ ବୋଲର ବହୁତ ରନ ଦେଇଥିଲେ।

ଏହାର ଜବାବ ବାଙ୍ଗାଲୋର ଜଲ୍ଦି ନିଜର ୱିକେଟ ହରାଇବାକୁ ଲାଗିଥିଲା। ଅଧିନାୟକ ଫାଫ ଡୁ ପ୍ଲେସି ମାତ୍ର ୮ ରନ କରି ଆଉଟ ହୋଇଥିବା ବେଳେ ଅନୁଜ ରାୱତ ମାତ୍ର ୧୨ ରନ ଏବଂ ବିରାଟ କୋହଲି ମାତ୍ର ୧ ରନ କରି ପାରିଥିଲେ। ଏହାପରେ ଦିନେଶ କାର୍ତିକ ଏବଂ ଗ୍ଲେନ ମ୍ୟାକ୍ସୱେଲ କିଛି ଦର୍ଶନୀୟ ଖେଳ ଖେଳିଥିଲେ। ସାହବାଜ ଅହମ୍ମଦ ୨୭ ବଲରୁ ୪୧ ରନ ଏବଂ ସୂୟାସ ପ୍ରଭୁଦେଶାଇ ୧୮ ବଲରୁ ୩୧ ରନ ସଂଗ୍ରହ କରିଥିଲେ ମଧ୍ୟ ଆଉଟ ହୋଇ ଯାଇଥିଲେ। କ୍ରମାଗତ ଭାବରେ ଦଳ ୯ ଟି ୱିକେଟ ହରାଇ ୧୯୩ ରନ ପାଖରେ ପହଞ୍ଚିଥିଲେ।

 

ଚେନ୍ନାଇ ପକ୍ଷରୁ ମହେଶ ଥିକସାନା ୪ ଟି ୱିକେଟ ଏବଂ ରବୀନ୍ଦ୍ର ଜାଡେଜା ୩ ଟି ୱିକେଟ ନେଇଥିଲେ। ଏହି ମ୍ୟାଚରେ ସିଭମ ଦୁବେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *