ଆଇପିଏଲର ଦ୍ୱିତୀୟ ଭାଗ ଆଜି ୨୬ ଏପ୍ରିଲ ଠାରୁ ଆରମ୍ଭ ହୋଇ ସାରିଛି। ଏହା ସହିତ ୨୭ ଏପ୍ରିଲରେ ଟୁର୍ଣ୍ଣାମେଣ୍ଟର ଟପ ୨ ଟିମ ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ୩୭ ତମ ମ୍ୟାଚ ଖେଳାଯିବାର ଅଛି। ତେବେ ଏହା ସହିତ ଚେନ୍ନାଇ ଦଳ ରାଜସ୍ଥାନ ପାଖରୁ ଘରୋଇ ଗ୍ରାଉଣ୍ଡରେ ମିଳିଥିବା ପରାଜୟ ପରେ ଜିତିପାରେ କିନ୍ତୁ ରାଜସ୍ଥାନକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇବା ଧୋନୀଙ୍କ ଦଳ ଚେନ୍ନାଇ ପାଇଁ ଏତେ ସହଜ ମଧ୍ୟ ହେବ ନାହିଁ।
ମ୍ୟାଚ ସମ୍ପର୍କିତ ବିବରଣୀ:
ତାରିଖ:- ୨୭ ଏପ୍ରିଲ,ଗୁରୁବାର
ସ୍ଥାନ:- ସବାଇ ମାନସିଂହ ଷ୍ଟାଡିୟମ,ଜୟପୁର
ମ୍ୟାଚ ଆରମ୍ଭ ହେବାର ସମୟ: ସନ୍ଧ୍ୟା ୭.୩୦
ରାଜସ୍ଥାନ ଦଳର ସମ୍ଭାବ୍ୟ ପ୍ଲେଇଁ ଏକାଦଶ:
ରାଜସ୍ଥାନ ରୟାଲ:- ୟଶଶ୍ୱୀ ଜୟସୱାଲ, ଦେବଦତ ପାଡ଼ିକଲ,ସିମ୍ରନ ହେଟମେୟର, ରବି ଅଶ୍ୱିନ,ଯେସନ ହୋଲ୍ଡର, ଜୋସ ବଟଲର, ସଞ୍ଜୁ ସାମସନ( ଅଧିନାୟକ ଓ ୱିକେଟ କିପର),ଧ୍ରୁବ ଯୁରେଲ, ଟ୍ରେଣ୍ଟ ବୋଲ୍ଟ, ୟୁଜି ଚାହଲ ଓ ସନ୍ଦୀପ ଶର୍ମା।
ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାୟକୱାଡ଼, ଡେଭନ କନୱେ, ଅମ୍ବତି ରୟୁଡୁ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ରବୀନ୍ଦ୍ର ଯାଡେଜା, ଶିବମ ଦୁବେ, ଏମ ଏସ ଧୋନି ( ଅଧିନାୟକ ଓ ୱିକେଟ କିପର), ତୁଷାର ଦେଶପାଣ୍ଡେ, ମଥିସା, ମହେଶ ତିକ୍ଷଣା।
ତେବେ ଏହି ଆଇପିଏଲର ମୁକାବିଲା ଜୟପୁର ଠାରେ ହେବାକୁ ଯାଉଛି। ପ୍ରଥମେ ଲକ୍ଷନୌ ବନାମ ରାଜସ୍ଥାନ ମ୍ୟାଚରେ ଦ୍ୱିତୀୟ ପାରିରେ ଟିମ ୧୫୫ ରନ ଲକ୍ଷ୍ୟକୁ ହାସଲ କରି ପାରି ନଥିଲା।ତେବେ ଏହା ଭାବରେ ଏକ କମ ରନର ଖେଳ ସମର୍ଥକ ମାନଙ୍କୁ ଦେଖିବାକୁ ପଡି ପାରେ। ତେବେ ଗତ ପାଞ୍ଚ ମ୍ୟାଚରେ ଏଠାରେ ପ୍ରଥମ ପାରିର ବ୍ୟାଟିଂ ହାର ୧୨୬ ରନ ରହିଛି।
ଚେନ୍ନାଇ (CSK) ଦଳରେ ଋତୁରାଜ ଗାୟକୱାଡ଼, ଡେଭନ କନୱେ, ଅମ୍ବତି ରୟୁଡୁ, ଅଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ରବୀନ୍ଦ୍ର ଯାଡେଜା, ଶିବମ ଦୁବେ, ଏମ ଏସ ଧୋନି ପରି ଜବରଦସ୍ତ ଖେଳାଳି ଅଛନ୍ତି। ରାଜସ୍ଥାନ (RR) ଦଳରେ ବି ଜବରଦସ୍ତ ଖେଳାଳି ଅଛନ୍ତି। ଯେପରିକି ୟଶଶ୍ୱୀ ଜୟସୱାଲ, ଦେବଦତ ପାଡ଼ିକଲ,ସିମ୍ରନ ହେଟମେୟର, ରବି ଅଶ୍ୱିନ,ଯେସନ ହୋଲ୍ଡର, ଜୋସ ବଟଲର, ସଞ୍ଜୁ ସାମସନ।