ବ୍ୟୁରୋ ରିପୋର୍ଟ: ଓପନର ବ୍ୟାଟ୍ସମ୍ୟାନ କନୱେଙ୍କ ୮୭ ରନର ସୁନ୍ଦର ଅର୍ଦ୍ଧଶତକ ଓ ମୋଇନ ଅଲ୍ଲୀଙ୍କ ସୁନ୍ଦର ବୋଲିଙ୍ଗ ଦ୍ଵାରା ଆଇପିଏଲର ୫୫ ତମ ମ୍ୟାଚରେ ସିଏସକେ ଦିଲ୍ଲୀକୁ ୯୧ ରନରେ ହରାଇଛି। ସିଏସକେର ୨୦୯ ରନର ପିଛା କରିବାକୁ ଓହ୍ଲାଇ ଦିଲ୍ଲୀ କ୍ୟାପିଟଲ୍ସ ୧୭.୪ ଓଭରରେ ୧୧୭ ରନରେ ଅଲ ଆଉଟ ହୋଇଯାଇଥିଲା। ଦିଲ୍ଲୀ ତରଫରୁ ମିଚେଲ ମାର୍ସ ସବୁଠୁ ଅଧିକ ୨୫ ରନ କରିଥିଲେ। ଏହା ସିଏସକେର ଏହି ସିଜନର ଚତ୍ରୁର୍ଥ ବିଜୟ। ୧୧ ଟି ମ୍ୟାଚରେ ସିଏସକେ ୮ ଅଙ୍କ ସହ ଅଷ୍ଟମ ସ୍ଥାନରେ ଅଛି। ଦିଲ୍ଲୀ ଟିମ ଏବେ ଷଷ୍ଠ ସ୍ଥାନରେ ଅଛି।

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଦିଲ୍ଲୀର ଆରମ୍ଭ ଭଲ ରହିନଥିଲା। ଓପନର ଶ୍ରୀଖର ଭରତ ୮ ରନ କରି ସିମରଜିତ ସିଂହଙ୍କ ଶିକାର ହୋଇଥିଲେ।ଏହା ପରେ ଡେଭିଡ ୱାନର ୧୯ ରନ କରି ମହେଶ ତୀକ୍ଷଣାଙ୍କ ଶିକାର ହୋଇଥିଲେ। ଏହା ପରେ ୨୦ ବଲରେ ୨୫ ରନ କରିଥିବା ମିଚେଲ ମାର୍ସଙ୍କୁ ମୋଇନ ଅଲ୍ଲୀ କ୍ୟାଚ ଆଉଟ କରାଇଥିଲେ। ଅଧିନାୟକ ରିଷଭ ପନ୍ତ କିଛି ଭଲ ସର୍ଟ ଖେଳିଲେ କିନ୍ତୁ ସେ ମଧ୍ୟ ମୋଇନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।
ରୀପଲ ପଟେଲ(୬)ଙ୍କୁ ମୋଇନ ଅଲ୍ଲୀ ନିଜର ତୃତୀୟ ଶିକାର କରିଲେ। ଅକ୍ଷର ପଟେଲ (୧) ଓ ରୋବମ୍ୟାନ ପାବେଲ(୩) ଙ୍କୁ ମୁକେସ ଚୌଦୁରି ଆଉଟ କରିଥିଲେ। ଦିଲ୍ଲୀର ଅଷ୍ଟମ ଝଟକା କୁଲଦୀପ ଯାଦବଙ୍କ ରୂପରେ ଲାଗିଲା ଯିଏକି ସିମରଜିତଙ୍କ ଶିକାର ହୋଇଥିଲେ। ସିଏସକେ ପାଇଁ ମୋଇନ ଅଲ୍ଲୀ ତିନୋଟି, ସିମରଜିତ, ମୁକେସ ଓ ବ୍ରାଭୋ ୨-୨ ଟି ୱିକେଟ ନେଇଥିଲେ।
Presenting, MOM – Devon Conway.! 👑
Let this be the first of many Singam Shields, Dev.! #WhistlePodu #Yellove 💛🦁 pic.twitter.com/FrpP59s51v
— Chennai Super Kings (@ChennaiIPL) May 8, 2022
କନୱେଙ୍କ ୮୭ ରନର ପାରି ଦ୍ଵାରା ସିଏସକେ ୬ ୱିକେଟ ହରାଇ ୨୦୮ ରନ କରିଥିଲା:
ଡେଭନ କନୱେଙ୍କ ସୁନ୍ଦର ଅର୍ଦ୍ଧଶତକ ଓ ଋତୁରାଜଙ୍କ ସହ ତାଙ୍କର ଶତକୀୟ ପାର୍ଟନରସିପ ପାଇଁ ସିଏସକେ ୬ ୱିକେଟ ହରାଇ ୨୦୮ ରନ କରିଥିଲା। କନୱେ (୮୭), ରୂତୁରାଜ(୪୧), ଦୁବେ (୩୨) ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ଶେଷରେ ମହେନ୍ଦ୍ର ସିଂହ ଧୋନି ୮ ବଲରେ ୨୧ ରନ କରି ନଟଆଉଟ ରହିଥିଲେ।
ଦିଲ୍ଲୀ ତରଫତୁ ନୋର୍କିଆ ତିନୋଟି ୱିକେଟ ନେଇଥିଲେ:
ଦିଲ୍ଲୀ ତରଫରୁ ଏନରିକ ନୋର୍କିଆ ସବୁଠୁ ସଫଳ ବୋଲର ହୋଇଥିଲେ। ସେ ୪୨ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସେହିପରି ଖଲିଲ ଅହମ୍ମଦ ୨୮ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ରିଷଭ ପନ୍ତ ଟସ୍ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲେ। ସିଏସକେର ଦୁଇ ଓପନର ଋତୁରାଜ ଗାୟକୱାଡ଼ ଓ ଡେଭନ କନୱେ ସୁନ୍ଦର ଆରମ୍ଭ କରିଥିଲେ ଓ ପ୍ରଥମ ୱିକେଟ ପାଇଁ ୧୧୦ ରନର ପାର୍ଟନରସିପ କରିଥିଲେ।
DJ delivers the W! ✅#CSKvDC #WhistlePodu #Yellove 🦁💛 @DJBravo47 pic.twitter.com/V073uDRTyq
— Chennai Super Kings (@ChennaiIPL) May 8, 2022
ଏହାପରେ ଗାୟକୱାଡ଼ଙ୍କ ରୂପରେ ସିଏସକୁ ପ୍ରଥମ ଝଟକା ଲାଗିଥିଲା। ସାରଦୁଲଙ୍କ ବଲରେ ଅକ୍ଷର ପଟେଲ ଦୁବେଙ୍କ କ୍ୟାଚ ଛାଡିଥିଲେ ଯାହା ପରେ ଦୁବେ ଆକ୍ରାମକ ପାରି ଖେଳିଥିଲେ।ଏହାପରେ କନୱେ ଖଲିଲ ଅହମ୍ମଦଙ୍କ ବଲରେ କ୍ୟାଚ ଆଉଟ ହୋଇଗଲେ। ଏହା ପର ଓଭରରେ ମିଚେଲ ମାର୍ସ ମଧ୍ୟ ଦୁବେଙ୍କୁ ଆଉଟ କରିଦେଲେ। ଧୋନି ଆସିବା କ୍ଷଣି ସୁନ୍ଦର ବ୍ୟାଟିଂ କରିଥିଲେ। ଏହା ପରେ ଅମ୍ବାତି ରାୟୁଡୁ ବିନା ରନ କରି ଆଉଟ ହୋଇଥିଲେ। ଶେଷ ଓଭରରେ ମୋଇନ ଅଲ୍ଲୀ ଛକା ମାରି ଟିମର ସ୍କୋର ୨୦୦ ପାର କରାଇଥିଲେ। ଏହା ପର ବଲରେ ମୋଇନ ଆଉଟ ହେଲେ ଓ ପର ବଲରେ ଉଥାପା ମଧ୍ୟ ଆଉଟ ହୋଇଗଲେ।
MO reasons to #WhistlePodu 🥳#CSKvDC #Yellove 🦁💛 pic.twitter.com/UwI4dNWRxg
— Chennai Super Kings (@ChennaiIPL) May 8, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।