ବ୍ୟୁରୋ ରିପୋର୍ଟ: ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଜିତିବାକୁ ପ୍ରସ୍ତୁତ ହେଉଛି କାରଣ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଜିତିଥିଲା। ପ୍ରଥମ ମ୍ୟାଚରେ ଭାରତୀୟ ଟିମ ୨୧୧ ରନର ବଡ଼ ସ୍କୋର କରି ମଧ୍ୟ ହାରିଯାଇଥିଲା। ଏବେ ଦ୍ୱିତୀୟ ମ୍ୟାଚ ରବିବାରକୁ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଅଛି। ଏହି ମ୍ୟାଚରେ କେତେକଙ୍କ ଲକ୍ଷ୍ୟ ପେସରଙ୍କ ଉପରେ ରହିପାରେ। କାରଣ ପ୍ରଥମ ମ୍ୟାଚରେ ପେସର ବହୁତ ରନ ଦେଇଥିଲେ। ତେଣୁ ଦ୍ୱିତୀୟ ମ୍ୟାଚରେ ଉମରାନ ମଲ୍ଲିକଙ୍କୁ ମୌକା ଦିଆଯାଇପାରେ। ଅନ୍ତିମ ସମୟରେ କେ ଏଲ ରାହୁଲ ଆଘାତ ହେବା ଦ୍ଵାରା ସିରିଜରୁ ବାହାର ହେବା ଦ୍ଵାରା ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇଛି।

ପେସର ଭୁବନେଶ୍ୱର କୁମାର ଦ୍ୱିତୀୟ ମ୍ୟାଚ ପୂର୍ବରୁ ମିଡ଼ିଆରେ କହିଛନ୍ତି,”ଖରାପ ବୋଲିଙ୍ଗ କାରଣରୁ ଆମେ ପ୍ରଥମ ମ୍ୟାଚ ହାରିଥିଲୁ। ଅଧିନାୟକ କିଛି କରିପରିବନି ଯଦି ବୋଲର ଭଲ ପ୍ରଦର୍ଶନ କରିବନାହିଁ ତେବେ।ଏବେ ତାଙ୍କର ଏହି ବୟାନ ଦ୍ଵାରା ବୋଲିଙ୍ଗକୁ ନେଇ ଚିନ୍ତା ବଢିଯାଇଛି। ସିନିୟର ବୋଲର ଭୁବନେଶ୍ୱର କୁମାର ମଧ୍ୟ ପ୍ରଥମ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୪୩ ରନ ଦେଇ ଗୋଟେ ୱିକେଟ ନେଇଥିଲେ।
ହର୍ଷଲ ଓ ଆଭେଶ ମଧ୍ୟ ଏତେ ଖାସ୍ ପ୍ରଦର୍ଶନ କରିପାରିଲେ ନାହିଁ:
ହର୍ଷଲ ପଟେଲଙ୍କୁ ଟି-୨୦ର ଜଣେ ଭଲ ବୋଲର ମାନାଯାଇଥାଏ କିନ୍ତୁ ପ୍ରଥମ ମ୍ୟାଚରେ ସେ ମଧ୍ୟ ୪ ଓଭରରେ ୪୩ ରନ ଦେଇଥିଲେ। ଯୁବ ବୋଲର ଆବେଶ ଖାନ ୪ ଓଭରରେ ୩୫ ରନ ଦେଇଥିଲେ ଓ ହାର୍ଦିକ ପାଣ୍ଡ୍ୟା ମାତ୍ର ଗୋଟେ ଓଭର ପକାଇଥିଲେ ଓ ୧୮ ରନ ଦେଇଥିଲେ। ହର୍ଷଲ ଓ ଭୁବନେଶ୍ୱର ଶେଷ ଓଭର ମାନଙ୍କରେ ଭଲ ବୋଲିଙ୍ଗ ପାଇଁ ଜଣାଯାଇଥାନ୍ତି କିନ୍ତୁ ସେ ପ୍ରଥମ ମ୍ୟାଚରେ ଏପରି କରିବା ପାଇଁ ଅସଫଳ ରହିଥିଲେ। ଦକ୍ଷିଣ ଆଫ୍ରିକା ଶେଷ ୪ ଓଭରରେ ୫୬ ରନ କରିଥିଲେ।
How will #TeamIndia approach the second @Paytm #INDvSA T20I at Cuttack? ? ?
Hear what @BhuviOfficial said ? pic.twitter.com/3LXj8F4t6F
— BCCI (@BCCI) June 11, 2022
ହର୍ଷଲ ୧୭ ତମ ଓଭରରେ ୨୨ ରନ ଦେଇଥିଲେ ଓ ଭୁବନେଶ୍ୱର କୁମାର ୧୮ ତମ ଓଭରରେ ୨୨ ରନ ଦେଇଥିଲେ। ମାତ୍ର ଦୁଇ ଓଭରରେ ହିଁ ମ୍ୟାଚର ରୂପ ବଦଳିଯାଇଥିଲା। ଉମରାନ ମଲ୍ଲିକ ୧୫୦ କିଲୋମିଟର ବେଗରେ ଲଗାତର ବୋଲିଙ୍ଗ କରିଥାନ୍ତି ଓ ସେ ଆଇପିଏଲ ୨୦୨୨ରେ ଶେଷ ଓଭରରେ ଭଲ ବୋଲିଙ୍ଗ କରିଥିଲେ। ତେଣୁ କୋଚ ରାହୁଲ ଦ୍ରାଭିଡ ତାଙ୍କୁ ମୌକା ଦେଇପାରନ୍ତି। ବାମହାତୀ ପେସର ଅର୍ସଦୀପ ସିଂହ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।