IPL କ୍ୟାପଟେନସିର ବଦଲା ନେଲେ ୱାର୍ଣ୍ଣର! ୱିଲିୟମସନଙ୍କ ଟିମକୁ ହରାଇ ନେଲେ ପ୍ରତିଶୋଧ?

ଡେଭିଡ ୱାରନର ଟି-୨୦ ବିଶ୍ୱକପ ଫାଇନାଲରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ୫୩ ରନର ପାରି ଖେଳିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ କରିଥିଲା।ଜବାବରେ ଅଷ୍ଟ୍ରେଲିଆ ଟାର୍ଗେଟକୁ ୧୮.୫ ଓଭରରେ ୨ ୱିକେଟ ହରାଇ ହାସଲ କରିନେଲା।

Google

ୱାରନରଙ୍କ ସହ ମିଚେଲ ମାର୍ସ ମଧ୍ୟ ୭୭ ରନର ନଟ ଆଉଟ ପାରି ଖେଳିଥିଲେ। ଆଇପିଏଲ ୨୦୨୧ ଅଧାରୁ ସନରାଇଜର୍ସ ହାଇଦ୍ରାବାଦ ଟିମ ୱାନରଙ୍କୁ ଅଧିନାୟକ ପଦରୁ ହଟାଇ କେନ ୱିଲିୟମସନଙ୍କୁ ଅଧିନାୟକ କରିଥିଲେ। କେବଳ ଏତିକି ନୁହେଁ ତାଙ୍କୁ ଶେଷ କିଛି ମ୍ୟାଚରେ ଚୂଡାନ୍ତ ଏକାଦଶରେ ମଧ୍ୟ ସାମିଲ କରାଗଲା ନାହିଁ। କିନ୍ତୁ ସେ ଟି-୨୦ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରି ସମସ୍ତଙ୍କୁ ଜବାବ ଦେଇଥିଲେ।

ଡେଭିଡ ୱାରନରଙ୍କୁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟର ଟ୍ରଫି ମଧ୍ୟ ମିଳିଲା। ସେ ୭ ଟି ପାରିରେ ୪୮ର ଔସତରେ ୨୮୯ ରନ କରିଛନ୍ତି। ଏଥିରେ ସେ ୩ ଟି ଅର୍ଦ୍ଧଶତକ ଲଗାଛନ୍ତି ଓ ଏହି ସମୟରେ ତାଙ୍କ ଷ୍ଟାଇକରେଟ ୧୪୭ର ରହିଥିଲା। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୮୯ ରନର ନଟ ଆଉଟ ପାରି ଖେଳିଥିଲେ। ଟି-୨୦ ବିଶ୍ୱକପର ଶେଷ ତିନୋଟି ପାରିରେ ୱାନର ୮୯,୪୯ ଓ ୫୩ ରନ କରିଛନ୍ତି। ମାନେ ଟିମର ଆବଶ୍ୟକ ସମୟରେ ନିଜକୁ ସାବ୍ୟସ୍ତ କରିଛନ୍ତି। କିନ୍ତୁ ଏହି ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ରନ ପାକିସ୍ତାନର ବାବର ଆଜମ ୩୦୩ ରନ ବନାଇଛନ୍ତି। ୱାରନର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Google

ଡେଭିଡ ୱାରନର ଆଇପିଏଲରେ ସବୁଠୁ ଅଧିକ ରନ କରିଥିବା ବିଦେଶୀ ଖେଳାଳି ଅଟନ୍ତି। ମୋଟ ଟି-୨୦ କଥା କହିବା ତ ସେ ୩୧୨ ଟି-୨୦ ମ୍ୟାଚରେ ୧୦୨୫୫ ରନ କରିଛନ୍ତି। ସେ ୮ ଟି ଶତକ ଓ ୮୪ ଟି ଅର୍ଦ୍ଧଶତକ ଲଗାଇଛନ୍ତି। ମାନେ ୯୨ଥର ୫୦ ରୁ ଅଧିକ ରନ କରିଛନ୍ତି। ଏହା ଦ୍ଵାରା ତାଙ୍କ ପ୍ରଦର୍ଶନର ଅନ୍ଦାଜ ଲଗାଇଯାଇପାରେ।ସେ ଟି-୨୦ ଇଣ୍ଟରନେସନାଲରେ ଗୋଟେ ଶତକ ଓ ୨୦ ଅର୍ଦ୍ଧଶତକ ମାରିଛନ୍ତି।

ଡେଭିଡ ୱାରନର ପୂର୍ବରୁ ହିଁ ଘୋଷଣା କରିଛନ୍ତିକି ସେ ଆଇପିଏଲ ୨୦୨୨ର ଅକ୍ସନରେ ଓହ୍ଲାଇବେ। ସେ ଆଇପିଏଲର ଦୁଇଟି ନୂଆ ଟିମ ଲଖନଉ ଓ ଅହମ୍ମଦାବାଦର ଅଧିନାୟକ ହୋଇପାରନ୍ତି।

ତେବେ ଏଥର ହାଇଦ୍ରାବାଦ ଟିମ କାହାକୁ କ୍ୟାପଟେନ କରିବ ତାହା ଦେଖିବା ବାକି ରହିଲା। କେନ ହେବେ ନା ୱାର୍ଣ୍ଣର। ଆପଣଙ୍କ ମତ କଣ କମେଣ୍ଟରେ ଜଣାଇବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *