ୱାର୍ଣ୍ଣରଙ୍କୁ ମିଳିଲା ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟର ଆୱାର୍ଡ। ୱାର୍ଣ୍ଣରଙ୍କ ପତ୍ନୀ ଦେଲେ ଆଲୋଚନାକାରୀ ମାନଙ୍କୁ ଜବାବ, କହିଦେଲେ ଏହି ବଡ଼ କଥା..

ଟି-୨୦ ବିଶ୍ୱକପ ୨୦୨୧ ସରିଯାଇଛି ଓ ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମ ଟି-୨୦ ବିଶ୍ୱକପ ବିଜେତା ହୋଇଯାଇଛି। ୧୪ ବର୍ଷର ପରେ ଅଷ୍ଟ୍ରେଲିଆ ଟିମର ଏହି ଶୂନ୍ୟସ୍ଥାନ ପୁରଣ ହୋଇଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାରନର ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ତାଙ୍କ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ କରାଯାଇଛି। ସେ ଅଷ୍ଟ୍ରେଲିଆ ପଟୁ ଏହି ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ରନ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଏହି ଟି-୨୦ ବିଶ୍ୱକପ ପୂର୍ବରୁ ଖରାପ ଫର୍ମରେ ଚାଲୁଥିଲେ।

Google

ଏହା ପୂର୍ବରୁ ଆଇପିଏଲ ୨୦୨୧ରେ ୱାରନରଙ୍କ ଖରାପ ଫର୍ମ କାରଣରୁ ପ୍ରଥମେ ହାଇଦ୍ରାବାଦ ଟିମ ତାଙ୍କୁ ଅଧିନାୟକ ପଦରି ବାହାର କରିବା ସହ ଚୂଡାନ୍ତ ଏକାଦଶରେ ମଧ୍ୟ ମୌକା ଦେଇନଥିଲା। ଯାହା ପରେ ତାଙ୍କ ଖରାପ ଫର୍ମକୁ ନେଇ ଆଲୋଚନା ହେଉଥିଲା ଓ ତାଙ୍କୁ ଅଷ୍ଟ୍ରେଲିଆ ଦଳରେ ଜାଗା ମିଳିବ କି ନାହିଁ ପ୍ରଶ୍ନ ଉଠୁଥିଲା। କିନ୍ତୁ ଅଷ୍ଟ୍ରେଲିଆ ଟିମ ତାଙ୍କ ଉପରେ ଭରସା କଲା ଓ ସେ ଏହାକୁ ସତ ସାବ୍ୟସ୍ତ କରିଦେଖାଇଲେ।

ସେ ପୁରା ଟୁର୍ଣ୍ଣାମେଣ୍ଟରେ ସୁନ୍ଦର ଭାବରେ ରନ ବନେଇଥିଲେ। ଖାସ କରି ସେ ସେମିଫାଇନାଲ ଓ ଫାଇନାଲରେ ମ୍ୟାଚ ବିଜୟୀ ପାରି ଖେଳି ଅଷ୍ଟ୍ରେଲିଆକୁ ଚମ୍ପିୟାନ କରିବାରେ ମାର୍ସଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ଟି-୨୦ ବିଶ୍ୱକପ କଥା କହିବା ତ ୱାରନର ୭ ଟି ମ୍ୟାଚରେ ୪୮.୧୯ ର ଔସତରେ ୨୮୯ ରନ ବନାଇଛନ୍ତି। ଏହି ସମୟରେ ସେ ୩ ଟି ଅର୍ଦ୍ଧଶତକ ଲଗାଇଛନ୍ତି ଓ ସେଥିରୁ ଗୋଟେ ଫାଇନାଲରେ ଲଗାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୱାରନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ୧୪ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ସହ ୬୨ ରନ କରିଥିଲେ,ତୃତୀୟ ମ୍ୟାଚରେ ଇଂଲଣ୍ଡ ସହ ୧ ରନ କରିଥିଲେ, ଚତ୍ରୁର୍ଥ ମ୍ୟାଚରେ ବଙ୍ଗଳାଦେଶ ସହ ୧୮ ରନ କରିଥିଲେ। ପଞ୍ଚମ ମ୍ୟାଚରେ ୱେଷ୍ଟଇଣ୍ଡିଜ ସହ ସୁନ୍ଦର ୮୯ ରନ ବନେଇଥିଲେ।

ସେହିପରି ସେମିଫାଇନାଲରେ ପାକିସ୍ତାନ ବିରୁଦ୍ଧରେ ୪୯ ଓ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ସେ ୫୩ ରନର ପାରି ଖେଳିଥିଲେ। ଏହି ଟି-୨୦ ବିଶ୍ଵକପ ପୂର୍ବରୁ ସେ ଭଲ ରନ କରିବେ କି ନାହିଁ ପ୍ରଶ୍ନ କରାଯାଉଥିଲା। ଏବେ ସେ ମ୍ୟାଚ ଅଫ ଦି ଟୁର୍ଣ୍ଣାମେଣ୍ଟ ହେବାପରେ ତାଙ୍କ ପତ୍ନୀ କ୍ୟାଣ୍ଡିସ ୱାରନର ଆଲୋଚନା କରିଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି। ସେ ଏକ ଟ୍ୱିଟ କରି ଲୋକଙ୍କୁ ଜବାବ ଦେଇଛନ୍ତି। ତାଙ୍କର ଟ୍ୱିଟ ଆପଣ ଉପରେ ଦେଖିପାରୁଥିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *