IPL 2022 ର ଏକ ମ୍ୟାଚ ଯାହା ଦିଲ୍ଲୀ ଏବଂ ପଞ୍ଜାବ ଭିତରେ ଖେଳାଯାଉଛି। ଆଗ ବ୍ୟାଟିଂ କରି ପଞ୍ଜାବ ୧୧୫ ରନ ହିଁ କରିପାରିଛି। ଦିଲ୍ଲୀର ବୋଲରଙ୍କ ସୁନ୍ଦର ବୋଲିଂର ପ୍ରଦର୍ଶନ। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୨୪ କରିଥିଲେ । ଯେବେକି ଜିତେଶ ଶର୍ମା ୨୩ ବଲରେ ୩୨ କରିଥିଲେ। ରାହୁଲ ଚାହର ୧୨, ସହାରୁଖ ଖାନ ୧୨ କରିଥିଲେ। ଆଉ କେଉଁ ବ୍ୟାଟ୍ସମାନ ଦୁଇ ଅଙ୍କର ରନ କରିପାରେ ସକ୍ଷମ ହୋଇନଥିଲେ।

ମୟଙ୍କ ତାଙ୍କର ଏହି ୨୪ ରନର ପାରିରେ ୪ଟି ଚୌକା ଲଗାଇଥିଲେ। ଯେବେକି ଜିତେଶ ତାଙ୍କର ଏହି ପାରିରେ ୫ଟି ଚୌକା ଲଗାଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ୨ କରି ଆଉଟ ହୋଇଯାଇଥିଲେ। ଜନି ବେୟାରଷ୍ଟୋ ୯ ରନରେ ଆଉଟ ହୋଇଥିଲେ।
ଦିଲ୍ଲୀର ବୋଲିଂ କଡାକଡି ହୋଇଥିଲା। ସାରଦୁଲ ଠାକୁର ୨ ଓଭର ବୋଲିଂ କରି ୨୦ ରନ ଦେଇଥିଲେ। ଖଲିଲ ଅହମ୍ମଦ ୪ ଓଭରରେ ୨୧ ରନ ଦେଇ ୨ଟି ୱିକେଟ ନେଇଥିଲେ। ଲଲିତ ଯାଦବ ୨ଟି, କୁଲଦୀପ ଯାଦବ ୨ଟି, ଅକ୍ସର ପଟେଲ ୨ଟି ଏବଂ ମୁସ୍ତାଫିଜୁର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।