ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଆଜି ସନ୍ଧ୍ୟା ୭.୩୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ହେବାର ଅଛି। ଏହା ଏହି ସିଜନରେ ଦୁହିଁଙ୍କ ମଧ୍ୟରେ ପ୍ରଥମ ମ୍ୟାଚ ଅଟେ। କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀ ପାଇଁ ଖରାପ ଖବର ଆସି ପହଁଚିଛି।ଟିମର ନେଟ ବୋଲର କରୋନା ପିଜେଟିଭ ହୋଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ଦିଲ୍ଲୀ କ୍ୟାପିଟଲ୍ସ ନେଟ ବୋଲରଙ୍କ ସହ ସେହି ବୋଲରଙ୍କୁ ମଧ୍ୟ ଆଇସୋଲେସନକୁ ପଠାଇ ଦେଇଛନ୍ତି ଯିଏ ତାଙ୍କ ସହ ହୋଟେଲ ରୁମରେ ରହିଥିଲେ।
IPL 2022: Bad news for DC, a member turned corona positive before the match against CSK https://t.co/BOSOMoUKbb
— NEWS BUZZ (@NewsbuzzLive) May 8, 2022
ବିସିସିଆଇ ଆଇପିଏଲ ପାଇଁ ଯେଉଁ କରୋନା ପୋଟକଲ କରିଛନ୍ତି ତାହା ଅନୁସାରେ ଦିଲ୍ଲୀ କ୍ୟାପିଟଲ୍ସକୁ କରୋନା ଟେଷ୍ଟର ଆଉ ଏକ ରାସ୍ତା ଦେଇ ଗତିକରିବାକୁ ହେବ ଓ ସେବେ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟଲ୍ସର ସବୁ ଖେଳାଳିଙ୍କୁ ଆଇସୋଲେଟ ରବିବାକୁ ହେବ। ଦିଲ୍ଲୀ କ୍ୟାପିଟଲ୍ସକୁ ଆଜି ସଂନ୍ଦ୍ୟାରେ ମୁମ୍ବାଇର ଡି ବାଇ ପାଟେଲ ଷ୍ଟାଡିୟମରେ ସିଏସକେ ବିରୁଦ୍ଧରେ ମ୍ୟାଚ ଖେଳିବାର ଅଛି। ଦିଲ୍ଲୀ କ୍ୟାପିଟଲ୍ସ ଏବେ ପଏଣ୍ଟ ଟେବୁଲରେ ପହଞ୍ଚ ସ୍ଥାନରେ ଅଛି।ଦିଲ୍ଲୀ ଏହି ସିଜନରେ ୧୦ ଟି ମ୍ୟାଚରୁ ୫ ଟି ମ୍ୟାଚ ଜିତିଥିବା ବେଳେ ୫ ଟି ମ୍ୟାଚ ହାରିଛି। ସେହିପରି ସିଏସକେ ଏବେ ଅଙ୍କ ତାଲିକାରେ ୯ମ ସ୍ଥାନରେ ଅଛି। ଦିଲ୍ଲୀର ନେଟ ବୋଲର ସଂକ୍ରମଣ ହେବା ଦ୍ଵାରା ସିଏସକେ ବିରୁଦ୍ଧରେ ମ୍ୟାଚ ସିଡ୍ୟୁଲରେ କୌଣସି ପରିବର୍ତ୍ତନ ହେବ କି ନାହିଁ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।
ଏହା ପୂର୍ବରୁ ଦିଲ୍ଲୀର ହେର୍ଡ କୋଚ ରିଙ୍କି ପଏଣ୍ଟିଙ୍ଗଙ୍କ ପରିବାର ସଦସ୍ୟଙ୍କ କରୋନା ରିପୋର୍ଟ ମଧ୍ୟ ପିଜେଟିଭ ଆସିଥିଲା। ଏହା ପରେ ସେ କିଛି ଦିନ ପାଇଁ ଆଇସୋଲେସନରେ ରହିଥିଲେ। ପୂର୍ଵ ମାସରେ ଦିଲ୍ଲୀ କ୍ୟାପିଟଲ୍ସର ବିଦେଶୀ ଖେଳାଳି ଟିମ ସଇଫର୍ଟ, ମିଚେଲ ମାର୍ସ ଓ ୪ ଜଣ ସପୋର୍ଟ ଷ୍ଟାପ କରୋନା ପିଜେଟିଭ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ହିଁ ଏହି ସିଜନରେ ଏକମାତ୍ର ଟିମ ଯେଉଁ ଟିମ ପଟୁ କରୋନା ମାମଲା ସାମ୍ନାକୁ ଆସିଛି। ଏହା ପାଇଁ ଟିମର ମ୍ୟାଚ ସିଡ୍ୟୁଲରେ ମଧ୍ୟ ପରିବର୍ତ୍ତନ ହୋଇଥିଲା।
Corona’s re-entry in IPL: Quarantine two players of Delhi Capitals before the match against Chennai https://t.co/S7QP3r11RV
— Agra Leaks (@AgraLeaks) May 8, 2022
ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାଵ କିଙ୍ଗସ ମଧ୍ୟରେ ପୂର୍ଵ ମାସରେ ଯେଉଁ ମ୍ୟାଚ ପୁନେରେ ଖେଳାଯିବାର ଥିଲା ତାହା ପରେ ମୁମ୍ବାଇର ବ୍ରେବୋନ ଷ୍ଟାଡିୟମକୁ ପରିବର୍ତ୍ତନ କରିଦିଯାଇଥିଲା। କରୋନା ଭାଇରସ ସଂକ୍ରମଣ ନବାପିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। କାରଣ ଏହା ଦ୍ଵାରା ଦୁଇ ଟିମଙ୍କୁ ବସରେ ଲମ୍ବା ଯାତ୍ରା କରିବାକୁ ପଡିଥାନ୍ତା। ଯାହା ଦ୍ୱାରା ବାକି ଖେଳାଳି ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।