IPL ପାଇଁ ପ୍ରସ୍ତୁତ ଦିଲ୍ଲୀ କ୍ୟାପିଟାଲସ୍! ଦଳ ପାଖରେ ନାହିଁ ପାୱାର ହିଟରଙ୍କ କମି, ଜାଣନ୍ତୁ ଦଳର କମଜୋରି!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଏଥର ବହୁତ କିଛି ପରିବର୍ତ୍ତନ ହୋଇଛି। ଏଥର ୮ ବଦଳରେ ୧୦ ଟିମ ଖେଳିବାର ଅଛି। କରୋନା କାରଣରୁ ସବୁ ମ୍ୟାଚ ମୁମ୍ବାଇ ଓ ପୁନେର ଚାରିଟି ଷ୍ଟାଡିୟମରେ ହିଁ ଖେଳାଯିବାର ଅଛି। ଏଥର ଅକ୍ସନରେ ଖେଳାଳି ମଧ୍ୟ ବଦଳିଯାଇଛନ୍ତି ତେଣୁ କେଉଁ ଟିମ ପ୍ଲେ ଅଫରେ ପହଁଚିବ କହିବା କଷ୍ଟକର। ଟିମ ଓ ପୂର୍ଵ ତିନିବର୍ଷର ପ୍ରଦର୍ଶନ ଦେଖିବା ତ ଦିଲ୍ଲୀ ପ୍ଲେ ଅଫରେ ପହଁଚିବାର ସମ୍ଭାବନା ବହୁତ କମ। ଟିମ ଲଗାତର ତିନୋଟି ସିଜନରୁ ପ୍ଲେ ଅଫ ଖେଳୁଛନ୍ତି।

Google

ଏହି ଥର ହିଁ ଅଧିନାୟକ ରିଷଭ ପନ୍ତ ଓ ଖେଳାଳି ପୂର୍ଵ ପ୍ରଦର୍ଶନର ଆଶା କରିଛନ୍ତି। ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୨ର ଆରମ୍ଭ ୨୭ ମାର୍ଚ୍ଚକୁ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ କରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଯୁବ ଖେଳାଳି ଭରି ହୋଇରହିଛନ୍ତି ଓ ତାଙ୍କୁ ସଠିକ ମାର୍ଗ ଦେଖାଇବା ପାଇଁ ଅନୁଭବୀ ଖେଳାଳି ଅଛନ୍ତି। ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟଲ୍ସ ଚାରି ଖେଳାଳିଙ୍କୁ ରିଟେନ କରିଥିଲା ରିଷଭ ପନ୍ତ, ପୃଥୀ ସ୍ୱ, ଅକ୍ସର ପଟେଲ ଓ ଦକ୍ଷିଣ ଆଫ୍ରିକାର ଏନରିକ ନୋର୍କିଆ।

ନୋର୍କିଆ ଖେଳିବେ କି ନାହିଁ ତାହା ପ୍ରାୟ ସ୍ପଷ୍ଟ ହୋଇନାହିଁ। ଡେଭିଡ ୱାରନର ଓ ମିଚେଲ ମାର୍ସ ମଧ୍ୟ ଟିମର ଆରମ୍ଭ ମ୍ୟାଚରେ ଖେଳିବେ ନାହିଁ। ଏହା ଛଡା ମଧ୍ୟ ଟିମକୁ ଆଉକିଛି ବିଦେଶୀ ଖେଳାଳିଙ୍କ ବିନା ଆରମ୍ଭ ମ୍ୟାଚ ଖେଳିବାକୁ ହେବ।ଟିମ ସାମ୍ନାରେ ଆରମ୍ଭ ମ୍ୟାଚରେ ବଡ଼ ଚ୍ୟାଲେଞ୍ଜ ରହିବ।

Google

ଦିଲ୍ଲୀର ଶକ୍ତି:

ଦିଲ୍ଲୀର ମଜବୁତ ପକ୍ଷ ହେଉଛି ତାର ବ୍ୟାଟିଙ୍ଗ,ଏଥର ହାଇଦ୍ରାବାଦର ପୂର୍ଵ ଅଧିନାୟକ ଡେଭିଡ ୱାରନର ମଧ୍ୟ ଟିମ ସହ ଯୋଡି ହୋଇଛନ୍ତି ତେଣୁ ଟିମର ବ୍ୟାଟିଙ୍ଗ ଆହୁରି ମଜବୁତ ହୋଇଛି। ଅଧିନାୟକ ରିଷଭ ପନ୍ତ ମଧ୍ୟ ଏକାକୀ ମ୍ୟାଚ ଜିତାଇବାରେ ସକ୍ଷମ ଅଟନ୍ତି। ୱାରନର ଟପ ଅର୍ଡରରେ ଆସି କୌଣସି ବି ଟିମର ବୋଲିଙ୍ଗ ଷ୍ଟ୍ରେନଥକୁ ଗଡ଼ବଡ଼ କରିପାରିବାର କ୍ଷମତା ରଖନ୍ତି। ପୃଥୀ ସ୍ୱ ମଧ୍ୟ ଆକ୍ରାମକ ଅନ୍ଦାଜରେ ବ୍ୟାଟିଙ୍ଗ କରନ୍ତି। ସେ ଓ ୱାନରନଙ୍କ ବାମହାତୀ ଓ ଡାହାଣହାତୀ ଓପନିଙ୍ଗ ଯୋଡି କମାଲ କରିପାରେ।

ଟିମରେ ପାୱାର ହିଟରଙ୍କର ନାହିଁ କମି:

ତିନି ନମ୍ବରରେ ମିଚେଲ ମାର୍ସ ଆସି ସୁନ୍ଦର ପ୍ରଦର୍ଶନ କରିପାରିବେ। ସେ ସ୍ପିନ ବଲ ମଧ୍ୟ ଭଲ ଖେଳିଥାନ୍ତି ଏହା ସହ ସେ ନିଜକୁ ସାବ୍ୟସ୍ତ ମଧ୍ୟ କରିସାରିଛନ୍ତି।ଏହା ପରେ ରୋବମ୍ୟାନ ପାୱେଲ, ସରଫରାଜ ଖାନ ଓ ନିଜେ ଅଧିନାୟକ ପନ୍ତ ଅଛନ୍ତି। ପାୱେଲ ଅଳ୍ପ କିଛି ସପ୍ତାହ ପୁର୍ବରୁ ଭାରତ ବିରୁଦ୍ଧରେ ଟି-୨୦ ସିରିଜରେ ୩୬ ବଲରେ ୬୮ ରନ କରି ନିଜ ଜଲୱା ଦେଖାଇଥିଲେ। ଟିମ ପାଖରେ ୮ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିପାରିଲା ଭଳି ଖେଳାଳି ଅଛନ୍ତି।

Google

ଦିଲ୍ଲୀ କ୍ୟାପିଟଲ୍ସର କମଜୋରି:

ଦିଲ୍ଲୀ କ୍ୟାପିଟଲ୍ସର ଏଥର ସବୁଠୁ ବଡ଼ ମକଜୋରି ହେଉଛି ପ୍ରେସ ବୋଲିଙ୍ଗ। ପୂର୍ବ କିଛି ସିଜନ ଅପେକ୍ଷା ଏଥର ବୋଲିଙ୍ଗରେ କମି ରହିଛି। ଅକ୍ସନରେ ରବାଡ଼ା ଅନ୍ୟ ଟିମକୁ ଯାଇଛନ୍ତି ଓ ନୋର୍କିଆ ଆଘାତ ଅଛନ୍ତି ତେଣୁ ଟିମର ପେସ ବୋଲିଙ୍ଗ ପକ୍ଷ କମଜୋର ହୋଇଯାଇଛି। ଟିମ ପାଖରେ ମୁସ୍ତଫିଜୁର ରେହମାନ ଓ ଲୁଙ୍ଗି ଏନଗିଡି ଅଛନ୍ତି। ସେହିପରି କମଲେସ ନାଗରକୋଟି ଓ ଖଲିଲ ଅହମ୍ମଦଙ୍କ ରୂପରେ ଭାରତୀୟ ପେସର ଅଛନ୍ତି।

ଦିଲ୍ଲୀ କ୍ୟାପିଟଲ୍ସ ସ୍କାର୍ଡ:

ରିଟେନ ଖେଳାଳି:ରିଷଭ ପନ୍ତ, ପୃଥୀ ସ୍ୱ, ଅକ୍ସର ପଟେଲ ଓ ଏନରିକ ନୋର୍କିଆ।

Google

ନିଲାମୀରେ କିଣାହୋଇଥିବା ଖେଳାଳି:ଡେଭିଡ ୱାରନର, ଅଶ୍ୱିନୀ ହେବ୍ବର,ମଂନଦୀପ ସିଂହ, ରୋବମ୍ୟାନ ପାବେଲ,ଚେତନ ସକାରିୟା,ଖଲିଲ ଅହମ୍ମଦ, କୁଲଦୀପ ଯାଦବ,ଲୁଙ୍ଗି ଏନଗିଡି,ମୁସ୍ତଫିଜୁର ରହମାନ,ସାରଦୁଲ ଠାକୁର, କମଲେସ ନାଗରକୋଟି,ଲଲୀତ ଯାଦବ, ମିଚେଲ ମାର୍ସ,ପ୍ରବୀଣ ଦୁବେ,ରିପଲ ପଟେଲ,ସରଫରାଜ ଖାନ,ବିକ୍କୀ ଓସ୍ତବାଲା ,ଯସ ଢୁଲ, ଶ୍ରୀକର ଭରତ,ଓ ଟିମ ସିଫର୍ଟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *