ବ୍ୟୁରୋ ରିପୋର୍ଟ: IPL 2022ର ଆରମ୍ଭ ୨୬ ମାର୍ଚ୍ଚକୁ ହେବାକୁ ଯାଉଛି। ଏହି ଥର ୧୦ ଟିମ ଭିତରେ ପଡ଼ିଆରେ ଲଢେଇ ହେବାର ଅଛି। ତେବେ ଦିଲ୍ଲୀ କ୍ୟାପିଟାଲସର ଧୁଆଁଧାର ବୋଲର ଦଳକୁ ଫେରିଛନ୍ତି, ଯାହାକି ଦିଲ୍ଲୀ ପାଇଁ ଖୁସି ଖବର ଅଟେ। ମୁମ୍ବାଇରେ ପଂହଁଚିଯାଇଛନ୍ତି ଏନରିକ ନୋର୍କିଆ। ଗତ କିଛି ଦିନ ହେବ ଖବର ଯାହା ଶୁଣାଯାଉଥିଲା କି ନୋର୍କିଆ IPL 2022 ଖେଳିପାରିବେ ନାହିଁ।
୨୦୨୧ ଟି-୨୦ ବିଶ୍ୱକପ ପରେ ପ୍ରାୟ କ୍ରିକେଟ ଠୁ ଦୂରରେ ଥିଲେ ନୋର୍କିଆ। ଆହତ ସମସ୍ୟା ଦେଇ ସେ ଗତି କରୁଥିଲେ। ଦଳକୁ ଫେରିବା ଦିଲ୍ଲୀ କ୍ୟାପିଟାଲସ ପାଇଁ ଆସ୍ୱସ୍ତିକର ଖବର ହୋଇପାରେ। ୨୭ ମାର୍ଚ୍ଚରେ ଦିଲ୍ଲୀ ମୁମ୍ବାଇ ସହ ମ୍ୟାଚ ଖେଳିବାର ଅଛି।
Anrich Nortje has arrived in Mumbai, and all set to join Delhi Capitals team for the IPL 2022. pic.twitter.com/yBb2PEiRNg
— CricketMAN2 (@ImTanujSingh) March 20, 2022
ନୋର୍କିଆ ପଂହଁଚିଯିବା ପରେ ୱାର୍ଣ୍ଣର ଏବଂ ମାର୍ସଙ୍କ ଉପରେ ନଜର ଥାଇପାରେ। ପାକିସ୍ତାନ ଦୌଡ଼ରେ ଏହି ୨ ଖେଳାଳି ଅଛନ୍ତି। IPL ରେ ଦୁହେଁ ସେଠି ସିରିଜ ଖେଳିଲା ପରେ ସାମିଲ ହୋଇପାରନ୍ତି। ହେଲେ ଆରମ୍ଭ ମ୍ୟାଚ ଗୁଡିକରେ ଦିଲ୍ଲୀ ପକ୍ଷରୁ ପୃଥ୍ବୀ ସ୍ଵଙ୍କ ସହ କିଏ ଓପନ କରିବେ ତାହା ଚିନ୍ତାର ବିଷୟ ହୋଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।