DC vs KKR: ଆଜି କିଏ ଜିତିବ? କୋଲକତା ସାମ୍ନାରେ ଦିଲ୍ଲୀ! ଜାରି ହେଲା ପିଚ ରିପୋର୍ଟ ଏବଂ ପାଣିପାଗ ରିପୋର୍ଟ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚ ଦିଲ୍ଲୀ ଓ କୋଲକତା ମଧ୍ୟରେ ହେବାର ଅଛୁ। ଏହି ମ୍ୟାଚ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯିବାର ଅଛି। ଏହି ମ୍ୟାଚରେ କଡା ଟକର ଦେଖିବାକୁ ମିଳିବ। କୋଲକତା ପ୍ରଥମ ମ୍ୟାଚରେ ଦିଲ୍ଲୀ ଠୁ ପରାଜୟର ହିସାବ ସମାନ କରିବାକୁ ଓହ୍ଲାଇବ। ଏହି ସିଜନରେ ଏହା ଦୁହିଁଙ୍କ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅଟେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ପ୍ରଥମ ମ୍ୟାଚରେ ଦିଲ୍ଲୀ କୋଲକତାକୁ ୪୪ ରନରେ ହରାଇଥିଲା। ପ୍ଲେଅଫରେ ପହଁଚିବା ପାଇଁ ଦୁଇ ଟିମଙ୍କ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ଅଟେ। ଆସନ୍ତୁ ଜାଣିବା ମ୍ୟାଚ ପୂର୍ବରୁ ପିଚ ରିପୋର୍ଟ ଓ ପାଣିପାଗର ଅବସ୍ଥା।

Google

ଦୁଇ ଟିମ ଆଇପିଏଲ ୨୦୨୨ର ଆରମ୍ଭ ବିଜୟ ସହିତ କରିଥିଲେ କିନ୍ତୁ ବିଜୟର ଲୟ ରଖିପାରିନଥିଲେ। ଦିଲ୍ଲୀ ପଏଣ୍ଟ ଟେବୁଲରେ ଟପ-୪ ରେ ନାହିଁ। ଶ୍ରେୟସ ଅୟରଙ୍କ ଟିମ କେକେଆର ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚରୁ ତିନୋଟି ବିଜୟ ଓ ୫ ଟି ପରାଜୟ ସହ ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ୮ ମ ନମ୍ବରରେ ଅଛି।ଦିଲ୍ଲୀ ୭ ଟି ମ୍ୟାଚରୁ ତିନୋଟି ବିଜୟ ସହ ୭ ମ ସ୍ଥାନରେ ଅଛି।

ପାଣିପାଗ ରିପୋର୍ଟ:

ୱେଦର ଡ଼ଟ କମ ଅନୁସାରେ ୨୮ ଏପ୍ରିଲକୁ ମୁମ୍ବାଇ ସହରର ତାପମାତ୍ରା ୩୫-୪୦ ଡିଗ୍ରୀ ରହିବାର ସମ୍ଭାବନା ଅଛି। ରାତିରେ ତାପମାତ୍ରା କମି ୨୯ ପର୍ଯ୍ୟନ୍ତ ପହଁଚିପାରେ ଓ ଆଦ୍ରତା ୭୪% ରହିପାରେ। ବର୍ଷା ହେବାର ସମ୍ଭାବନା ୫% ଅଟେ। ଏହି ସମୟରେ ୧୫-୨୦ କିଲୋମିଟର ବେଗରେ ଘଣ୍ଟା ପ୍ରତି ପବନ ବହିପାରେ।

Google

ପିଚ ରିପୋର୍ଟ:

ୱାନଖଡେ ଷ୍ଟାଡିୟମ ସବୁବେଳେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ ହୋଇଥାଏ। ଆରମ୍ଭରେ ପ୍ରେସର ବୋଲରଙ୍କୁ ଅଳ୍ପ ସାହାଯ୍ୟ ମିଳିଥାଏ କିନ୍ତୁ ବଲ ପୁରୁଣା ହେବା ଦ୍ଵାରା ବ୍ୟାଟ୍ସମ୍ୟାନଙ୍କ ପାଇଁ ଖେଳିବା ସହଜ ହୋଇଥାଏ। ଏହି ଗ୍ରାଉଣ୍ଡରେ ୧୮୦-୧୯୦ ସ୍କୋର ସହଜରେ ହୋଇଥାଏ।ଦ୍ୱିତୀୟ ପାରିରେ ପିଚ ସ୍ଲୋ ହୋଇଥାଏ ତେଣୁ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ଟିମ ଫାଇଦାରେ ରହିଥାଏ। ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଶେଷ ୫ ମ୍ୟାଚ ପ୍ରଥମେ ବ୍ୟାଟିଙ୍ଗ କରିଥିବା ଟିମ ଜିତିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *