ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଆଜି ୩୪ ତମ ମ୍ୟାଚ ଦିଲ୍ଲୀ କ୍ୟାପିଟଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଅଛି। ଦୁହିଁଙ୍କ ମଧ୍ୟରେ ଏହି ମ୍ୟାଚ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୁନେରେ ହୋଇଥାନ୍ତା କିନ୍ତୁ ଦିଲ୍ଲୀର କୋଭିଡ ମାମଲା କାରଣରୁ ଏହି ମ୍ୟାଚକୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀ ନିଜର ପୂର୍ଵ ମ୍ୟାଚ ଜିତିଥିଲା ଓ ଏହି ମ୍ୟାଚରେ ମଧ୍ୟ ବିଜୟ ହାସଲ କରିବା ପାଇଁ ଚାହିଁବ। ରାଜସ୍ଥାନ ଏହି ସିଜନରେ ସୁନ୍ଦର ପ୍ରଦର୍ଶନ କରିଛି ଓ ଟିମ ନିଜ ଶେଷ ମ୍ୟାଚ କେକେଆର ବିରୁଦ୍ଧରେ ଜିତିଥିଲା। ଆସନ୍ତୁ ଜାଣିବା ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ କଣ ହୋଇପାରେ।

ଆଇପିଏଲ ୨୦୨୨ରେ ଦିଲ୍ଲୀ କ୍ୟାପିଟଲ୍ସ ସୁନ୍ଦର ଆରମ୍ଭ କରିଥିଲା। କିନ୍ତୁ କିଛି ମ୍ୟାଚ ହାରିବା ପରେ ଦିଲ୍ଲୀର ଲୟ ବିଗିଡିଯାଇଥିଲା। କିନ୍ତୁ ପୂର୍ଵ ମ୍ୟାଚରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟଲ୍ସ ପୁଣି ଫର୍ମକୁ ଆସି ଓ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ସୁନ୍ଦର ବିଜୟ ହାସଲ କରିଥିଲା। ପଏଣ୍ଟ ଟେବୁଲ କଥା କହିବାତ ଦିଲ୍ଲୀ ୬ ଅଙ୍କ ସହିତ ୬ ନମ୍ବର ସ୍ଥାନରେ ଅଛି। ଏହି ସିଜନରେ ଦିଲ୍ଲୀ ୬ ଟି ମ୍ୟାଚରୁ ତିନୋଟି ଜିତିଛି ଓ ତିନୋଟି ହାରିଛି।
ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ଦିଲ୍ଲୀ କ୍ୟାପିଟଲ୍ସ: ପୃଥୀ ସ୍ୱ, ଡେଭିଡ ୱାନର, ଋଷଭ ପନ୍ତ(ଅଧିନାୟକ),ଲଲିତ ଯାଦବ,ରୋବମେନ ପାବେଲ,ଅକ୍ଷର ପଟେଲ, ସାରଦୁଲ ଠାକୁର,ସରଫରାଜ ଖାନ, କୁଲଦୀପ ଯାଦବ, ମୁସ୍ତଫିଜୁର ରହମାନ, ଖଲିଲ ଅହମ୍ମଦ।

ରାଜସ୍ଥାନ ରୟାଲ୍ସ: ଦେବଦତ ପାଡିକଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), କରୁଣ ନାୟର, ସିମରାନ ହେଟମାୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ୱିନୀ, ଟ୍ରେଣ୍ଟ ବୋଲଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚାହଲ, ଓବେଡ଼ ମେକାୟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।