ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୫୦ ତମ ମ୍ୟାଚ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ ମୁମ୍ବାଇର ବ୍ରେଭନ ଷ୍ଟାଡିୟମରେ ଖେଳାଯିବାର ଅଛି। ହାଇଦ୍ରାବାଦ ଏହି ମ୍ୟାଚ ଜିତି ପୁଣିଥରେ ଟପ-୪ରେ ପହଁଚିବାକୁ ଚାହିଁପରେ। ସେହିପରି ଦିଲ୍ଲୀ ଏହି ମ୍ୟାଚ ଜିତି ପ୍ଲେ ଅଫର ଦୌଡ଼ରେ ରହିବା ପାଇଁ ଚାହିଁପରେ। ହାଇଦ୍ରାବାଦ ପୂର୍ଵ ଦୁଇଟି ମ୍ୟାଚ ହାରିଯାଇଛି ଓ ସେହିପରି ଦିଲ୍ଲୀ ମଧ୍ୟ ନିଜ ପୂର୍ଵ ମ୍ୟାଚ ହାରିଛି। ଆସନ୍ତୁ ଖେଳ ପୂର୍ବରୁ ଜାଣିବା ପିଚ ରିପୋର୍ଟ ଓ ପାଣିପାଗ ଅବସ୍ଥା।

ଆଇପିଏଲ ୨୦୨୨ରେ ହାଇଦ୍ରାବାଦର ଆରମ୍ଭ ଭଲ ହୋଇନଥିଲା। ଟିମ ପ୍ରଥମ ଦୁଇଟି ମ୍ୟାଚ ହାରିଯାଇଥିଲା କିନ୍ତୁ ପରେ ଲଗାତର ମ୍ୟାଚ ଜିତି ଟପ-୪କୁ ଆସିଥିଲା। ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ଓ ବୋଲର ଦୁହିଁଙ୍କର ସମାନ ପ୍ରଦର୍ଶନ ରହିଛି। ଅଙ୍କ ତାଲିକାରେ ନଜର ପକାଇବା ତ ହାଇଦ୍ରାବାଦ ୧୦ ଅଙ୍କ ସହ ପଞ୍ଚମ ସ୍ଥାନରେ ଅଛି। କେନ ବିଲିୟସସନଙ୍କ ଟିମ ଏହି ସିଜନରେ ୯ ରୁ ୫ ଟି ମ୍ୟାଚ ଜିତିଛି ଓ ୪ ଟି ମ୍ୟାଚ ହାରିଛି।
ଲୟରେ ରହିନାହିଁ ଦିଲ୍ଲୀ:
ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୨ର ଆରମ୍ଭ ବିଜୟ ସହ କରିଥିଲା କିନ୍ତୁ ଆଗକୁ ଟିମ ଭଲ ପ୍ରଦର୍ଶନ କରିପାରିନଥିଲା। ଟିମ କେବେ ଗୋଟେ ମ୍ୟାଚ ଜିତିଲାତ ଦୁଇଟି ମ୍ୟାଚ ହାରିଲା। ଅଙ୍କ ତାଲିକାରେ ନଜର ପକାଇବା ତ ଦିଲ୍ଲୀ ୮ ଅଙ୍କ ସହ ସପ୍ତମ ସ୍ଥାନରେ ଅଛି। ରିଷଭ ପନ୍ତଙ୍କ ଟିମ ୯ ମ୍ୟାଚରୁ ୪ ଟି ଜିତିଥିବା ବେଳେ୫ ଟି ମ୍ୟାଚ ହାରିଛି।

ପାଣିପାଗ ରିପୋର୍ଟ–
ୱେଦର ଡ଼ଟ କମର ରିପୋର୍ଟ ଅନୁସାରେ ୫ ମଇକୁ ମୁମ୍ବାଇ ସହରର ତାପମାତ୍ରା ୩୩ ଡିଗ୍ରୀ ସେଲସିଅସ ରହିବାର ଅଛି। ରାତିରେ ତାପମାତ୍ରା କମି ୨୭ ଡିଗ୍ରୀ ପର୍ଯ୍ୟନ୍ତ ପଂହଁଚିବାର ଅଛି। ଦିନରେ ଆଦ୍ରତା ୬୬ % ରହିବ ଓ ରାତିକୁ ଏହା ୮୧% ପର୍ଯ୍ୟନ୍ତ ପହଞ୍ଚିଯାଇପାରେ। ଆଜି ବହୁତ ଗରମ ପାଣିପାଗ ରହିବ। ପୁରା ଦିନ ଓ ରାତିରେ ଆକାଶ ସଫା ରହିବ ଓ ବର୍ଷା ହବାର ସମ୍ଭାବନା ନାହିଁ।
ପିଚ ରିପୋର୍ଟ:
ବ୍ରେବୋନ ପିଚ ବ୍ୟାଟିଙ୍ଗ ଓ ଵୋଲିଙ୍ଗ ପାଇଁ ଅନୁକୂଳ ଅଟେ। ଏହି ଗ୍ରାଉଣ୍ଡରେ ଡିଓ ମୁଖ୍ୟ ଅଟେ, ଏହି ଗ୍ରାଉଣ୍ଡ ଛୋଟ ଓ ତୀବ୍ର ଆଉଟଫିଲ୍ଡ ହୋଇଥିବାରୁ ବ୍ୟାଟ୍ସମ୍ୟାନ ସହଜରେ ଅଧିକ ରନ କରିଥାନ୍ତି। ଏହି ଗ୍ରାଉଣ୍ଡରେ ପ୍ରଥମ ପାରିର ଔସତ ସ୍କୋର ୧୬୪ ରହିଛି। ଏଠାରେ ଲକ୍ଷ୍ୟର ପିଛା କରୁଥିବା ଟିମ ୬୦% ମ୍ୟାଚ ଜିତିଥାଏ। ମାନେ ଟସ୍ ଜିତିବା ଟିମ ପ୍ରଥମେ ବୋଲିଙ୍ଗ କରିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।