ବ୍ୟୁରୋ ରିପୋର୍ଟ: ଦିଲ୍ଲୀ କ୍ୟାପିଟାଲସକୁ ଆଇପିଏଲ ସିଜନ ୧୫ର ଦ୍ଵିତୀୟ ମ୍ୟାଚରେ ହାରିବାକୁ ପଡିଥିଲା କିନ୍ତୁ ଏବେ ଦିଲ୍ଲୀ କ୍ୟାପିଟାଲ ପାଇଁ ଭଲ ଖବର ଆସିଯାଇଛି। କାରଣ ତାଙ୍କ ଟିମର ସବୁଠାରୁ ବିସ୍ପୋରକ ବ୍ୟାଟ୍ସମାନ ଡେଭିଡ ୱାରନର ଫେରିଆସିଛନ୍ତି। ଭାରତ ପହଞ୍ଚିବା ପରେ ଦିଲ୍ଲୀ କ୍ୟାପିଟାଲସର ଆଦେଶ ଦିଆଯାଇଥିଲା ସେ ସିଧା ମୈଦାନକୁ ଆସିବେ। କିନ୍ତୁ ତାଙ୍କୁ ଆଗ କ୍ୱାରେଣ୍ଟିନ ପିରିଅଡ଼ ପୁରା କରିବାର ଅଛି ଏହାପରେ ହିଁ ସେ ମ୍ୟାଚ ଖେଳିପାରିବେ।

ତେବେ ଆସନ୍ତୁ ଜାଣିବା ଡେଭିଡ ୱାରନର କେବେ ଏବଂ କେଉଁ ମ୍ୟାଚରେ ଖେଳିବେ। ଦିଲ୍ଲୀ କ୍ୟାପିଟାଲସ ଆଇପିଏଲରେ ଦୁଇ ମ୍ୟାଚ ଖେଳି ସାରିଛନ୍ତି ଯେଉଁଥିରେ ୫୦ ୫୦ର ରେଜଲ୍ଟ ଅଛି। ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ଏହାପରେ ଗୁଜୁରାଟ ଟାଇଟାନ୍ସ ଠାରୁ ଏକ ମ୍ୟାଚ ହାରିଥିଲା। ତେବେ ଡେଭିଡ ୱାରନର ଏବେ ଭାରତ ପହଞ୍ଚି ସାରିଛନ୍ତି। ତାଙ୍କୁ ଏବେ କ୍ୱାରେଣ୍ଟିନ ପୁରା କରିବାର ଅଛି ଏହାପରେ ସେ ଦିଲ୍ଲୀ କ୍ୟାପିଟାଲସ ସହିତ ଯୋଡିହୋଇଯିବେ।
ଯେତେବେଳେ ଗୁଜୁରାଟ ଓ ଦିଲ୍ଲୀର ମ୍ୟାଚ ଚାଲିଥିଲେ ସେତେବେଳେ ୱାରନର ଏକ ଭିଡିଓ ପୋଷ୍ଟ କରିଥିଲେ। ତାଙ୍କର ସେହି ଭିଡିଓରେ ମୁମ୍ବାଇର ସିଲିଂ ଦେଖାଯାଉଛି ଏବଂ ସେଥିରେ କ୍ୟାପସନ ଲେଖା ଯାଇଥିଲା ଯେ ଗେସ କରନ୍ତୁ ମୁଁ କେଉଁଠାରେ ଅଛି। ଏହାପରେ ଦିଲ୍ଲୀ କ୍ୟାପିଟାଲସ ଲେଖିଥିଲେ ଯେ ସେଠାରୁ ଏକ୍ସପ୍ରେସ ନିଅନ୍ତୁ ଏବଂ ଆମ ସହିତ ପୁନେରେ ଦେଖାହୁଅନ୍ତୁ।

ଏହା ଏଥିପାଇଁ ଯେ କାରଣ ଗୁଜୁରାଟ ଏବଂ ଦିଲ୍ଲୀର ମ୍ୟାଚ ପୁନେରେ ଚାଲୁଥିଲା। ଯେଉଁଥିରେ ଦିଲ୍ଲୀ ହାରିଯାଇଥିଲେ।ୱାରନର ଏବେ ତାଙ୍କର ତିନି ଦିନର କ୍ୱାରେଣ୍ଟାଇନ ପୁରଣ କରିବେ ଏହାପରେ ଟିମ ସହିତ ଯୋଡି ହେବେ। ୭ ଏପ୍ରିଲରେ ହେବାକୁଥିବା ମ୍ୟାଚରେ ୱାରନର ଖେଳିପାରିବବ। ସେହି ଦିନ ଦିଲ୍ଲୀ ଏବଂ ଲଖନୋ ମଧ୍ୟରେ ମ୍ୟାଚ ଅଛି। ୱାରନରଙ୍କ ଟିମକୁ ଆସିବା ମାତ୍ରେ ଦିଲ୍ଲୀ କ୍ୟାପିଟାଲସଙ୍କ ବ୍ୟଟିଂ ଲାଇନ ଅପ ମଜବୁତ ହୋଇଯିବ।ୱାରନରଙ୍କୁ ଦିଲ୍ଲୀ କ୍ୟାପିଟାଲସ ଛଅ କୋଟି ପଚିଶ ଲକ୍ଷରେ କିଣିଥିଲେ।
ୱାରନର ପାକିସ୍ତାନରେ ଟେଷ୍ଟ ସିରିଜ ଖେଳୁଥିଲେ ଏହାପରେ ସିଧା ଭାରତ ପହଞ୍ଚିଥିଲେ।ୱାରନର ଆଇପିଏଲର ୧୪୩ ମ୍ୟାଚରେ ୫୨୮୬ ରନ ବନାଇଛନ୍ତି।ତାଙ୍କର ଆଭରେଜ ୪୨.୬୩ ରହିଥିଲା। ଏହା ସହିତ ତାଙ୍କ ଖାତାରେ ୪୯ ଅର୍ଦ୍ଧ ଶତକ ଏବଂ ଚାରି ଶତକ ରହିଛି। ଦିଲ୍ଲୀ କ୍ୟାପିଟାଲସ ପାଇଁ ଆଇ ପି ଏଲ ୨୦୨୨ର ପ୍ରଥମ ମ୍ୟାଚ ବହୁତ ଭଲ ଥିଲା। ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ଚାରି ୱିକେଟରେ ହରାଇଥିଲା। ତେବେ ଆଗକୁ ୱାରନର ଆସିବା ପରେ ଏହି ଟିମ ଆହୁରି ଅଧିକ ମଜବୁତ ହୋଇଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।