IPL 2022 ର ଆଉ ଏକ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ଆଗକୁ ବଢିଛି ଦିଲ୍ଲୀ। ୨୧ ରେ ରନରେ ମ୍ୟାଚ ଜିତିଛି ଦିଲ୍ଲୀ। ଦିଲ୍ଲୀ ଆଗ ବ୍ୟାଟିଂ କରି ୨୦୭ ରନ କରିଥିଲା ଏହାର ଜବାବରେ ହାଇଦ୍ରାବାଦ ୧୮୬ ରନ ହିଁ କରିପାରିଲା।

ଦିଲ୍ଲୀ ପକ୍ଷରୁ ଡେଭିଡ ୱାର୍ଣ୍ଣର ଚମତ୍କାର ବ୍ୟାଟିଂ କରିଥିଲେ। ସେ ୫୮ ବଲରେ ୯୨ କରି ନଟ ଆଉଟ ଥିଲେ। ତାଙ୍କର ରହି ପାରିରେ ୧୨ ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ତାଙ୍କ ଛଡା ରୋଭମାନ ପାୱେଲ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୱାର୍ଣ୍ଣରଙ୍କ ସହ ମିଶି ଶତକୀୟ ପାର୍ଟନରସିପ ପୁରା କରିଥିଲେ। ପାୱେଲ ୩୫ ବଲରେ ୬୭ କରି ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା ଓ ୬ଟି ଛକା। ଷ୍ଟ୍ରାଇକ ରେଟ ତାଙ୍କର ଥିଲା ୧୯୧.୪୩। କ୍ୟାପଟେନ ଋଷଭ ପନ୍ତ ୧୬ ବଲରେ ୨୬ କରି ଆଉଟ ହୋଇଯାଇଥିଲେ।
ହାଇଦ୍ରାବାଦ ଏହି ଲକ୍ଷ୍ୟର ପିଛା କରି ଭଲ ଆରମ୍ଭ କରିନଥିଲା ମାତ୍ର ନିକୋଲସ୍ ପୁରନ ଏବଂ ମାର୍କମ ସୁନ୍ଦର ବ୍ୟାଟିଂ କରିଥିଲେ। ଓପ୍ନର ଅଭିଷେକ ୭ ଏବଂ କେନ ୱିଲିୟମସନ ୪ କରି ଆଉଟ ହୋଇଯାଇଥିଲେ। ରାହୁଲ ତ୍ରିପାଠୀ ୨୨ କରି ଆଉଟ ହୋଇଯାଇଥିଲେ।

ପୂରନ ଏବଂ ମାର୍କମ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ମାର୍କମ ୨୫ ବଲରେ ୪୨ କରି ଆଉଟ ହୋଇଥିଲେ। ସେ ୪ଟି ଚୌକା ଓ ୩ଟି ଛକା ଲଗାଇଥିଲେ। ପୁରନ ୩୪ ବଲରେ ୬୨ କରି ଆଉଟ ହୋଇଯାଇଥିଲେ। ସେ ୨ଟି ଚୌକା ଓ ୬ଟି ଛକା ଲଗାଇଥିଲେ।
ଏହି ବିଜୟ ସହ ନମ୍ବର ୫ରେ ପଂହଁଚିଯାଇଛି ଦିଲ୍ଲୀ। ମ୍ୟାଚଟି ରୋମାଂଚକ ପୂର୍ଣ୍ଣ ହୋଇଥିଲା। ଶେଷରେ ଦିଲ୍ଲୀ ୨୧ ରନରେ ମ୍ୟାଚ ଜିତିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।