ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରିବା ପାଇଁ ଏହି ଘୋଷଣା କରିଛନ୍ତି। କ୍ରିକେଟ ଦକ୍ଷିଣ ଆଫ୍ରିକା ଟ୍ୱିଟ କରି ଏହାର ଖବର ଦେଇଛନ୍ତି।
BREAKING: #Proteas wicket-keeper batsman, Quinton de Kock has announced his retirement from Test cricket with immediate effect, citing his intentions to spend more time with his growing family.
Full statement: https://t.co/Tssys5FJMI pic.twitter.com/kVO8d1e0Ex
— Cricket South Africa (@OfficialCSA) December 30, 2021
କ୍ରିକେଟ ଦକ୍ଷିଣ ଆଫ୍ରିକା ଲେଖିଛି,”ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ପ୍ରଭାବକୁ ନେଇ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରିବା ପାଇଁ ଏହି ଫଇସଲା ନେଇଛନ୍ତି।
କ୍ୱିଣ୍ଟନ ଡିକକ କହିଛନ୍ତି,”ଏହି ଘୋଷଣା କରିବା ମୋ ପାଇଁ ବହୁତ କଷ୍ଟକର ଥିଲା। ଏହା ପାଇଁ ମୁଁ ବହୁତ ଭାବିଛି କି ଏହା ଦ୍ଵାରା ମୋର ଭବିଷ୍ୟତ କିପରି ହେବ ଓ ମୋ ପାଇଁ ପ୍ରାଥମିକତା କଣ। ମୁଁ ନିଜ ପ୍ରଥମ ପିଲା ଆସିବା ପାଇଁ ଓ ପରିବାର ସହିତ ଅଧିକ ସମୟ ବିତାଇବା ପାଇଁ ଏହିପରି ନିସ୍ପତି ନେଇଛି”।
ଡିକକ କହିଛନ୍ତି,”ମତେ ଟେଷ୍ଟ କ୍ରିକେଟ ପସନ୍ଦ ଓ ମତେ ନିଜ ଦେଶ ପାଇଁ ଖେଳିବା ବହୁତ ପସନ୍ଦ। ମୁଁ ଦୁଃଖ ଖୁସି ଓ ଏହି ଫର୍ମାଟର ରୋମାଞ୍ଚକର ମଜା ନେଇଛି। ମତେ କିଛି ଏପରି ମିଳିଯାଇଛି ଯାହା ମତେ ଅଧିକ ପସନ୍ଦ”।
🚨JUST IN🚨
Quinton de Kock announces retirement from Test cricket with immediate effect. pic.twitter.com/tCY0dX3qXI
— Cricbuzz (@cricbuzz) December 30, 2021
ଡିକକ କହିଛନ୍ତି,”ମୁଁ ସେହିସବୁ ଲୋକଙ୍କୁ ଧନ୍ୟବାଦ ଦେବୀ ଯେଉଁମାନେ ଆରମ୍ଭରୁ ଟେଷ୍ଟରେ ମୋ ସହିତ ରହିଆସିଛନ୍ତି। ଟିମ, ସମର୍ଥକ, ଟିମ ମ୍ୟାନେଜମେଣ୍ଟର ବିନା ସହାୟତାରେ ମୁଁ ଏହି ପର୍ଯ୍ୟନ୍ତ ଆସିପାରିନଥାନ୍ତି। ମୁଁ ସୀମିତ ଓଭର ଫାର୍ମାଟରେ ଖେଳ ଜାରିରଖିବି ଓ ଦେଶ ପାଇଁ ଯୋଗଦାନ ଦେବୀ”।
ଟି-୨୦ ବିଶ୍ୱକପ ୨୦୨୧ରେ ବିଏଲଏମକୁ ନେଇ ଡିକକ ଚର୍ଚାକୁ ଆସିଥିଲେ। ୱେଷ୍ଟଇଣ୍ଡିଜ ସହିତ ମ୍ୟାଚରେ ସେ ଚୂଡାନ୍ତ ଏକାଦଶର ଅଂଶ ନଥିଲେ। ଏହା ପଛର କାରଣ ଡିକକଙ୍କର ବିଏଲଏମ ବିରୁଦ୍ଧ କାର୍ଯ୍ୟକଳାପ କୁହାଯାଇଥିଲା। ଏହା ପରେ ସେ କ୍ଷମା ମଧ୍ୟ ମାଗିଥିଲେ। ଏହା ପରେ ବାକି ମ୍ୟାଚରେ ସେ ଖେଳିବା ପାଇଁ ପ୍ରସ୍ତୁତ ହୋଇଥିଲେ।
Quinton De Kock retires from Test cricket with immediate effect. He was expected to take the paternity leave but to announce retirement. Well…didn’t see this coming. Nobody did, I guess. All of 29. Already done with the longest format.
— Aakash Chopra (@cricketaakash) December 30, 2021
୨୯ ବର୍ଷୀୟ ଡିକକ ଦକ୍ଷିଣ ଆଫ୍ରିକା ପାଇଁ ୫୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ସମୟରେ ସେ ୩୮.୮୨ର ଔସତରେ ୩୩୦୦ ରନ କରିଛନ୍ତି। ଟେଷ୍ଟରେ ସେ ୬ ଟି ଶତକ ଓ ୨୨ ଅର୍ଦ୍ଧଶତକ ମାରିଛନ୍ତି। ସେ ଟେଷ୍ଟରେ ୨୨୧ଟି କ୍ୟାଚ ଓ ୧୧ ଟି ଷ୍ଟମ୍ପିଙ୍ଗ କରିଥିଲେ।
ଭାରତ ବିରୁଦ୍ଧରେ ସେଂଚୁରିଆନ ଟେଷ୍ଟରେ ଡିକକ ଭାଗ ନେଇଥିଲେ। ପ୍ରଥମ ପାରିରେ ସେ ୩୪ ଓ ଦ୍ୱିତୀୟ ପାରିରେ ୨୧ ରନ କରିଥିଲେ। ଏବେ ଡିକକ ଅବସର ନେବା ପରେ ଭାରତ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।