ବ୍ୟୁରୋ ରିପୋର୍ଟ: IPL ୨୦୨୨ ମେଗା ଅକ୍ସନରେ ସିଏସକେ ୧୪ କୋଟି ଖର୍ଚ୍ଚ କରି ବୋଲର ଦୀପକ ଚାହାରଙ୍କୁ ନିଜ ସହିତ ଯୋଡିଥିଲା। ଚାହାର ଆଇପିଏଲରେ ଏହି ଅକ୍ସନରେ ଦ୍ୱିତୀୟ ସବୁଠୁ ଦାମୀ ଖେଳାଳି ରହିଥିଲେ। ଘରୋଇ କ୍ରିକେଟରେ ରାଜସ୍ଥାନ ଟିମର ଖେଳାଳି ଦୀପକ ଚାହାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚରେ ଆଘାତ ହୋଇଯାଇଥିଲେ। ଯାହା ପରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ସିରିଜରୁ ବାହାର ହୋଇଯାଇଥିଲେ। ରିପୋର୍ଟ ଅନୁସାରେ ଦୀପକ ଆଠ ସପ୍ତାହ ପାଇଁ କ୍ରିକେଟରୁ ଦୂରରେ ରହିବେ। ଆଇପିଏଲର ପ୍ରଥମ ଭାଗରେ ସେ ଉପଲବ୍ଧ ହେବେକି ନାହିଁ ଏହାକୁ ନେଇ ବିସିସିଆଇ ତରଫରୁ ଅଧିକାରୀକ ବୟାନ ଆସିବା ବାକି।

ସିଏସକେର ଓପନର ବ୍ୟାଟ୍ସମ୍ୟାନ ତଥା ଆଇପିଏଲର ପୂର୍ଵ ସିଜନର ସର୍ବାଧିକ ରନ ସ୍କୋରର ଋତୁରାଜ ଗାୟକବାଡ଼ ମଧ୍ୟ ଆଘାତ ଦେଇ ଗତି କରୁଛନ୍ତି। ତାଙ୍କ ହାତରେ ଆଘାତ ଲାଗିବାରୁ ସେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରୁ ବାହାର ହୋଇଯାଇଥିଲେ। ତାଙ୍କ ଜାଗାରେ ମୟଙ୍କ ଅଗ୍ରୱାଲଙ୍କୁ ଟିମରେ ସାମିଲ କରାଯାଇଥିଲା। ପୂର୍ଵ ଚମ୍ପିୟାନ ସିଏସକେ ୨୬ ମାର୍ଚ୍ଚକୁ ପୂର୍ଵ ବର୍ଷର ଉପବିଜେତା କେକେଆର ସହିତ ପ୍ରଥମ ମ୍ୟାଚ ଖେଳିବ। ସିଏସକେକୁ ଆଶା ଅଛିକି ତାର ଦୁଇ ଷ୍ଟାର ଖେଳାଳି ଜଲ୍ଦି ଠିକ ହୋଇଯିବେ।
ସିଏସକେର ସିଇଓ ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ:
ସିଏସକେର ସିଇଓ ବିଶ୍ୱନାଥନ ଦୀପକ ଓ ଋତୁରାଜଙ୍କୁ ନେଇ କହିଛନ୍ତି,”ଟିମ ପ୍ରବଂଧନ ଏବେ ମଧ୍ୟ ନିଜ ପ୍ରମୁଖ ଖେଳାଳିଙ୍କ ଫିଟନେସ ଅପଡେଟକୁ ନେଇ ଅପେକ୍ଷା କରିଛି। ଚେନ୍ନାଇର ବାକି ଖେଳାଳି ସୁରଟର ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ବିଶ୍ୱନାଥନ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି,”ଆମେ ଦୁଇ ଖେଳାଳିଙ୍କ ଫିଟନେସ ଅପଡେଟ ବିଷୟରେ ଏବେ ପର୍ଯ୍ୟନ୍ତ ଜାଣିନାହୁଁ। ଆପଣଙ୍କୁ ଏହା କହିପାରିବୁନିକି ସେ କେବେ ପର୍ଯ୍ୟନ୍ତ ଠିକ ହେବେ”।

ବିସିସିଆଇ ଦେବ ଫିଟନେସର ସୂଚନା:
ବିଶ୍ୱନାଥନ ଆଗକୁ କହିଛନ୍ତି,”ବିସିସିଆଇ ଆମକୁ କହିଛନ୍ତିକି ଦୁଇ ଖେଳାଳି ଯେବେ ଫିଟ ହୋଇଯିବେ ସେ ଆମକୁ ସୂଚନା ଦେବେ। ଦୁଇ ଖେଳାଳି ଏବେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।