IPL ପାଇଁ ଝାଳ ବୁହାଉଛନ୍ତି କି ଦୀପକ ଚାହାର? CSK କୁ ମିଳିପାରେ ଖୁସି ଖବର! ଦେଖନ୍ତୁ ଏହି ଭିଡିଓ

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନ ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଏବେ ସବୁ ଟିମ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଡିଫେଣ୍ଡିଙ୍ଗ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗସ ନିଜର କ୍ୟାମ୍ପ ମଧ୍ୟ ଲଗାଇସାରିଛି। କିନ୍ତୁ କହିରଖିବୁ ଚେନ୍ନାଇର ଜଣେ ଖେଳାଳି ଆଘାତ ଅଛନ୍ତି ଓ ସେ ଆଇପିଏଲ ଆରମ୍ଭ ପୂର୍ବରୁ ଫିଟହେବାକୁ କଡା ଅଭ୍ୟାସ କରୁଛନ୍ତି । ସେହି ଖେଳାଳି ଆଉକେହି ନୁହେଁ ବରଂ। ଦୀପକ ଚାହାର ଅଟନ୍ତି ଯାଜଙ୍କୁ ଏହି ଅକ୍ସନରେ ସିଏସକେ ୧୪ କୋଟିରେ ଟିମ ସାମିଲ କରିଥିଲା।

Google

ସିଏସକେର ଷ୍ଟାର ବୋଲର ଦୀପକ ଚାହାର ଏବେ ଫିଟ ନାହଁନ୍ତି ଓ ସେ ଫିଟ ହେବାପାଇଁ କଠିନ ପରିଶ୍ରମ କରୁଛନ୍ତି। ଧୋନିଙ୍କ ଏହି ପସନ୍ଦର ବୋଲରଙ୍କୁ ଆଇପିଏଲ ଅକ୍ସନ ପୂର୍ଵ ଟିମ ରିଟ କରିନଥିଲେ କିନ୍ତୁ ଅକ୍ସନରେ ସିଏସକେ ତାଙ୍କୁ୧୪ କୋଟିରେ ଦଳରେ ସାମିଲ କରଯାଇଥିଲା। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚରେ ସେ ଆଘାତ ହୋଇଥିଲେ ଏପରିକି ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜ ମଧ୍ୟ ସେ ଖେଳିପାରିନଥିଲେ। ଖବର ଆସିଥିଲାକି ଦୀପକ ଗମ୍ଭୀର ଆଘାତ ଦ୍ଵାରା ଆଇପିଏଲର କିଛି ମ୍ୟାଚ ଖେଳିପାରିବେ ନାହିଁ। କିନ୍ତୁ ଦୀପକ ବହୁତ ଜିଦିଆ ଅଟନ୍ତି ସେ ଏହାକୁ ପସନ୍ଦ ନକରି କଡା ପରିଶ୍ରମ କରିବାଆରମ୍ଭ କରିଦେଇଛନ୍ତି ଯେପରି ସେ ଆଇପିଏଲର ପୁରା ମ୍ୟାଚ ଖେଳିବେ।

ସେ ଜିମରେ କଡା ପରିଶ୍ରମର ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସଫା ସଫା ଦେଖାଯାଉଛି ସେ ଫିଟ ହେବା ପାଇଁ କଡା ପରିଶ୍ରମ କରିଛନ୍ତି। ଆସନ୍ତୁ ଜାଣିବା ଆଇପିଏଲ ୨୦୨୨ ପାଇଁ ସିଏସକେର ପୁରା ମ୍ୟାଚ ସେଡ୍ୟୁଲ। ସିଏସକେକୁ ନିଜର ପ୍ରଥମ ମ୍ୟାଚ ୨୬ ମାର୍ଚ୍ଚକୁ କେକେଆର ସହ ଖେଳିବାର ଅଛି, ଦ୍ୱିତୀୟ ମ୍ୟାଚ ୩୧ ମାର୍ଚ୍ଚକୁ ଲକ୍ଷନଉ ସହ, ତୃତୀୟ ମ୍ୟାଚ ୩ଏପ୍ରିଲକୁ ପଞ୍ଜାଵସହ, ୪ ନମ୍ବର ମ୍ୟାଚ ୯ ଏପ୍ରିଲକୁ ହାଇଦ୍ରାବାଦ ସହ, ୫ ମ ମ୍ୟାଚ ୧୨ ଏପ୍ରିଲକୁ ଆରସିବି ସହ, ୬ ନମ୍ବର ମ୍ୟାଚ ୧୭ ଏପ୍ରିଲକୁ ଗୁଜୁରାଟ ସହ, ୭ ନମ୍ବର ମ୍ୟାଚ ୨୧ ଏପ୍ରିଲକୁ ମୁମ୍ବାଇ ସହ, ୮ ମ ମ୍ୟାଚ ୨୫ ଏପ୍ରିଲକୁ ପଞ୍ଜାଵସହ, ୯ ମ ମ୍ୟାଚ ୧ ମଇକୁ ହାଇଦ୍ରାବାଦ ସହ, ୧୦ ନମ୍ବର ମ୍ୟାଚ ୪ ମଇକୁ ଆରସିବିସହ, ୧୧ ନମ୍ବର ମ୍ୟାଚ ୮ ମଇକୁ ଦିଲ୍ଲୀ ସହ, ୧୨ ନମ୍ବର ମ୍ୟାଚ ୧୨ ମଇକୁ ମୁମ୍ବାଇ ସହ, ୧୩ ନମ୍ବର ମ୍ୟାଚ ୧୫ ମଇକୁ ଗୁଜୁରାଟ ସହ, ଶେଷ ମ୍ୟାଚ ୨୦ ମଇକୁ ରାଜସ୍ଥାନ ସହ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *