ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ମେଗା ଅକ୍ସନ ସରିଯାଇଛି। ଏଥର ମେଗା ଅକ୍ସନରେ ୧୦ ଟି ଟିମ ଓହ୍ଲାଇଥିଲେ ଓ ଏହା ବହୁତ ରୋମାଞ୍ଚକର ଥିଲା। ଅନେକ ଖେଳାଳି ଏହି ନିଲାମୀରେ ୧୦ କୋଟି ଉପରେ ବିକ୍ରି ହୋଇଛନ୍ତି। ଅନେକ ଖେଳାଳିଙ୍କୁ ପୂର୍ଵ ଅପେକ୍ଷା ଅନେକ ଗୁଣ ଅଧିକ ଦାମରେ ଟିମ କିଣିଛି। ଏହି ନିଲାମୀରେ ସବୁଠୁ ଦାମୀ ଭାରତୀୟ ବୋଲର ବିକ୍ରି ହୋଇଛନ୍ତି ଦୀପକ ଚାହାର। ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟି ଦାମରେ ଟିମରେ ସାମିଲ କରିଛି।

ସେ ପୂର୍ଵ ୫ ବର୍ଷ ହେବ ସିଏସକେ ତରଫରୁ ଖେଳିଆସୁଛନ୍ତି। ଅକ୍ସନ ପୂର୍ବରୁ ଚେନ୍ନାଇ ତାଙ୍କୁ ରିଲିଜ କରିଥିଲା କିନ୍ତୁ ତାଙ୍କର ପୁରା ବିଶ୍ୱାସ ଥିଲାକି ଚେନ୍ନାଇ ତାଙ୍କୁ କିଣିବ। ଏହା ପରେ ସେ ଚେନ୍ନାଇ ଟିମକୁ ଧନ୍ୟବାଦ ଜଣାଇବା ସହଏତେ ଅଧିକ ଦାମରେ କିଣିବା ଦ୍ଵାରା ନିରାଶ ହୋଇଛନ୍ତି। ସେ କହିଛନ୍ତି କି ମତେ ଜଣାଥିଲା ଚେନ୍ନାଇ ମତେ କିଣିବ କିନ୍ତୁ ମୁଁ ଯେବେ ୧୩ କୋଟି ପର୍ଯ୍ୟନ୍ତ ଦାମ ଗଲା ଚାହିଁଥିଲି ଏତିକି ଥାଉ କାରଣ ଟିମ ବଳକା ପଇସାରେ ଅନ୍ୟ ଖେଳାଳିଙ୍କୁ କିଣି ଦଳ ମଝବୁତ କରୁ।
ଆପଣଙ୍କୁ କହିରଖିବୁ ଚେନ୍ନାଇ ୨୦୧୮ରେ ୮୦ ଲକ୍ଷରେ ଯୁବ ଦୀପକ ଚାହାରଙ୍କୁ ଟିମରେ ସାମିଲ କରିଥିଲା। ଦିନକୁ ଦିନ ସେ ନିଜ ସୁନ୍ଦର ପ୍ରଦର୍ଶନ କରି ଆଜି ଏହି ସ୍ଥାନ ହାସଲ କରିଛନ୍ତି।ସେ ବୋଲିଙ୍ଗ ସହିତ ଭଲ ବ୍ୟାଟିଙ୍ଗ କରୁଛନ୍ତି ଯାହା ଦ୍ଵାରା ଅକ୍ସନରେ ସବୁ ଟିମଙ୍କ ନଜର ତାଙ୍କ ଉପରେ ଥିଲା। ଦୀପକ କହିଛନ୍ତି ,”ଯେବେ ମୁଁ ୨୦୧୮ରେ ଟିମକୁ ଆସିଥିଲିଟିମ ମାଲିକ ଶ୍ରୀନିବାସନ ମତେ କହିଥିଲେ ତୁମେ ସର୍ଵଦା ଏହି ଟିମରେ ଖେଳିବ। ଏହି କାରଣରୁ ରିଲିଜ ପରେ ମଧ୍ୟ ମୋର ପୁରା ବିଶ୍ୱାସ ଥିଲାକି ଟିମ ମତେ କିଣିବ”। କିନ୍ତୁ ଚେନ୍ନାଇ ଦୀପକଙ୍କ ସାଥି ବୋଲର ସାରଦୁଲ ଠାକୁରଙ୍କୁ କିଣିବାରେ ସଫଳ ହୋଇପାରିନାହିଁ।
Deepak Chahar tells he felt bidding should stop at 13 crores for him and want CSK to spend more on other players.. CSK is not just another team.. Its an emotion 🙂 pic.twitter.com/xU3d6ELzuD
— mvrkguy (@mvrkguy) February 13, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।