ବ୍ୟୁରୋ ରିପୋର୍ଟ: ଦୀପକ ଚାହାରଙ୍କୁ ନେଇ ଟିମ ଇଣ୍ଡିଆ ଓ ଚେନ୍ନାଇ ସୁପର କିଙ୍ଗସ ପ୍ରାୟ ଚିନ୍ତାରେ ପଡିଯାଇଛି। ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚିନ୍ତା ହୁଏତ ବଢିଯାଇଛି। ୱେଷ୍ଟଇଣ୍ଡିଜ ସହ ଟି-୨୦ ସିରିଜର ଶେଷ ମ୍ୟାଚରେ ତାଙ୍କ ମାଂସପେଶୀରେ ଆଘାତ କାରଣରୁ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ଯିବାକୁ ପଡିଥିଲା। ଚାହାର ତୃତୀୟ ମ୍ୟାଚରେ ୧.୫ ଓଭର ହିଁ ବୋଲିଙ୍ଗ କରିପାରିଥିଲେ।

ସେ ଗ୍ରାଉଣ୍ଡରୁ ବାହାରକୁ ଯିବା କ୍ଷଣି ହିଁ ରୋହିତ ଓ ଧୋନିଙ୍କ ଚିନ୍ତା ହୁଏତ ବଢିଯାଇଥିବ। ରୋହିତଙ୍କର ଚିନ୍ତା ଏଥିପାଇଁ କି ଗୁରୁବାରରୁ ଶ୍ରୀଲଙ୍କା ବିରୁଦ୍ଧରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ସେ ଖେଳିବା ପାଇଁ ସନ୍ଦେହ ସୃଷ୍ଟି ହୋଇଛି। ଧୋନିଙ୍କ ଚିନ୍ତା ଏହା ହୋଇପାରେ କି ତାଙ୍କ ଆଘାତ ଗମ୍ଭୀର ନ ହେଉ କାରଣ ଆଗାମୀ ମାସରେ ଆଇପିଏଲ ଆରମ୍ଭ ହେବାର ଚାନ୍ସ ଅଛି।
ଗ୍ରେଡ଼ ଏକର ଆଘାତକୁ ଠିକ ହେବାକୁ ଲାଗିଥାଏ ପାଖାପାଖି ୬ ସପ୍ତାହର ସମୟ:
ଦୀପକ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ମ୍ୟାଚରେ ଆରମ୍ଭ ଦୁଇଟି ଯାକ ୱିକେଟ ନେଇଥିଲେ। ଓଭରର ଶେଷ ବଲରେ ସେ ଛୋଟାଇବା ଦ୍ଵାରା ଗ୍ରାଉଣ୍ଡ ବାହାରକୁ ଯାଇଥିଲେ। ତାଙ୍କ ଆଘାତର ସ୍ଥିତିର ଗମ୍ଭୀରତା ଠିକ ଭାବରେ ଜଣାପଡିନାହିଁ। ଯଦି ଏହା ଟିଅର ତେବେ ତାଙ୍କ ଆଇପିଏଲ ଖେଳିବା ମଧ୍ୟ ସନ୍ଦେହ ପୁର୍ଣ ଅଟେ। ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଆଇପିଏଲ ଅକ୍ସନରେ ୧୪ କୋଟିରେ କିଣିଥିଲା। ଗ୍ରେଡ଼ ଏ ର ଟିୟର ଠିକ ହେବାକୁ ରିହୈବିଲିଟେସନରେ ପାଖାପାଖି ୬ ସପ୍ତାହର ସମୟ ଲାଗିଥାଏ।
Get well soon! Deepak Chahar 💛
2 Wickets in 11 balls 🦁💥#WhistlePodu | #INDvWI pic.twitter.com/ucOETyT1Gq
— CSK Fans Army™ (@CSKFansArmy) February 20, 2022
ଏବେ ତାଙ୍କର ଶ୍ରୀଲଙ୍କା ବିରୁଦ୍ଧରେ ୨୪ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରେ ଖେଳିବା ମଧ୍ୟ ସନ୍ଦେହ ପୂର୍ଣ୍ଣ ଅଟେ। ଚାହାର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ମ୍ୟାଚରେ ୧୫ ରନ ଦେଇ କାଇଲ ମାୟର୍ସ ଓ ସାଇ ହୋପଙ୍କୁ ଆଉଟ କରିଥିଲେ। ଏହି ସିରିଜରେ ସେ ତିନୋଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଦ୍ୱିତୀୟ ମ୍ୟାଚରେ ସେ କୌଣସି ୱିକେଟ ନେଇ ପାରିନଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।