ବ୍ୟୁରୋ ରିପୋର୍ଟ: ସିଏସକେ ଫ୍ୟାନଙ୍କ ପାଇଁ ଆସିଲା ଏକ ଖୁସି ଖବର। ଆପଣ ଭାବୁଥିବେ କି ଚେନ୍ନାଇ ଫ୍ୟାନ ମାନଙ୍କୁ ଏମିତି କଣ ଖୁସି ଖବର ମିଳିଗଲା। ଚେନ୍ନାଇ ପାଇଁ ଆଇପିଏଲ ୨୦୨୨ର ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ତିନୋଟି ମ୍ୟାଚରେ ହାରି ଯାଇଥଲେ।

ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ୨୧୦ ରନ କରିଥିଲା ହେଲେ ଟିମ ଜିତି ପାରି ନଥିଲା। ଟିମର ବୋଲିଂ ଦୁର୍ବଳ ଥିଲା। ।ତେବେ ପ୍ରଶ୍ନ ଉଠୁଛି ଏବେ ଚେନ୍ନାଇକୁ କେଉଁଠାରୁ ଖୁସି ଖବର ମିଳିଗଲା। ତେବେ ଚେନ୍ନାଇକୁ ଖୁସି ଖବର ମିଳିଛି ଦୀପକ ଚାହରଙ୍କ ଠାରୁ। ଦୀପକ ଚାହର ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ଓ ଖେଳିବାକୁ ମଧ୍ୟ ବହୁତ ଶୀଘ୍ର ଆସି ପାରନ୍ତି।
ରବୀନ୍ଦ୍ର ଜାଡେଜା କ୍ୟାପଟେନ ହୋଇ ଚେନ୍ନାଇର ପ୍ରଥମ ୩ଟି ମ୍ୟାଚ ହାରି ଯାଇଛି। ଚେନ୍ନାଇକୁ ପ୍ରଥମରୁ କୋଲକାତାର ଠାରୁ ହାରିବାକୁ ପଡ଼ିଥିଲା।ଏହା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ୨୧୦ ରନ କରିଥିଲା।କିନ୍ତୁ ଏହି ହାଇ ସ୍କୋର ମୁକାବିଲାରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସକୁ ହରାଇବାକୁ ପଡ଼ିଥିଲା। ୩ୟ ମୁକାବିଲାରେ ପଞ୍ଜାବ ଠୁ ହାରିଥିଲା CSK।

ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଛି। ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମ ୩ଟି ମ୍ୟାଚ ହାରିଛି।ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗସ୍ ଦୀପକ ଚହରଙ୍କୁ ୧୪ କୋଟିରେ କିଣିଥିଲେ।
କିନ୍ତୁ ଦୀପକ ଚାହର ଏନସିଏରେ ଅଛନ୍ତି। ଗୋଟିଏ ରିପୋର୍ଟ ମୁତାବକ ଆଉ ଦୁଇ ସପ୍ତାହ ପରେ ଦୀପକ ଚାହରଙ୍କୁ ଛଡା ଯିବ। ଏହା ପରେ ସେ ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ୍ ସହ ମିଶି ଯିବେ। ଯଦି ସବୁ କିଛି ଠିକ ରହେ ଦୀପକ ପଞ୍ଜାବ ବିପକ୍ଷରେ ୨୫ ଏପ୍ରିଲରେ ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଖେଳିପାରନ୍ତି।

ସେ ୱେଷ୍ଟ ଇଣ୍ଡିଜ ସହ ହେଉଥିବା ସିରିଜ ବେଳେ ଆହତ ହୋଇଥିଲେ। ସେଥି ପାଇଁ ସେ ଶ୍ରୀଲଙ୍କା ବିପକ୍ଷରେ ଥିବା ଟି-୨୦ ସିରିଜ ମଧ୍ୟ ମିସ କରିଥିଲେ। ଏହା ପରେ ସେ ନିଜକୁ ଫିଟ କରିବା ପାଇଁ ଏନସିଏ ଚାଲି ଯାଇଥିଲେ। ଆଉ ସେ ଦୁଇ ସପ୍ତାହ ପରେ ଭଲ ଭାବେ ଫିଟ ହୋଇ ପାରନ୍ତି। ଆଡମ ଏକ ମ୍ୟାଚ ସମୟରେ କ୍ଷତ ହୋଇ ଯାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।