ବ୍ୟୁରୋ ରିପୋର୍ଟ: ଭାରତ ଓ ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ୧୮ ଅଗଷ୍ଟରୁ ଆରମ୍ଭ ହୋଇଯାଇଛି। ଏହି ସିରିଜ ସହିତ ପାଖାପାଖି ୬ ମାସ ପରେ ପେସର ଦୀପକ ଚାହାର ଦଳକୁ ଫେରିଛନ୍ତି। ସେ ସିରିଜର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି।

ଏହି ଖେଳାଳିଙ୍କର ଟିମରେ ବଢ଼ିଲା ଚିନ୍ତା:
ଜିମ୍ବାୱେ ବିରୁଦ୍ଧରେ ଖେଳାଯାଇଥିବା ପ୍ରଥମ ଏକଦିବସିୟରେ ଦୀପକ ଚାହାର ସୁନ୍ଦର ବୋଲିଙ୍ଗ ଦ୍ଵାରା ପ୍ରଭାବିତ କରିଛନ୍ତି। ସେ ୬ ମାସ ପରେ ଟିମକୁ ଫେରି ଧମାକାଦାର ଖେଳ ଦେଖାଇଛନ୍ତି। ସେ ପ୍ରଥମ ମ୍ୟାଚରେ ୭ ଓଭର ବୋଲିଙ୍ଗ କରି ୨୭ ରନ ଦେଇ ତିନୋଟି ୱିକେଟ ନେଇଥିଲେ।
ଏସିଆ କପରେ ମଧ୍ୟ ନେଇପାରନ୍ତି ଜାଗା:
ଆଭେଶ ଖାନଙ୍କୁ ଏସିଆ କପ ୨୦୨୨ ଟିମରେ ଚୟନ କରାଯାଇଛି। ସେହିପରି ଦୀପକ ଚାହାରଙ୍କୁ ଏସିଆକପ ୨୦୨୨ପାଇଁ ଷ୍ଟାଣ୍ଡବାଇ ଖେଳାଳିଙ୍କ ରୂପରେ ରଖାଯାଇଛି। ଆପଣଙ୍କୁ କହିରଖିବୁ ଏବେ ମଧ୍ୟ ଏସିଆ କପ ଟିମରେ ପରିବର୍ତ୍ତନ କରାଯାଇପାରେ। ଯଦି ଆଗାମୀ ମ୍ୟାଚରେ ମଧ୍ୟ ଦୀପକ ଚାହାର ଏପରି ଖେଳ ଜାରି ରଖିବେ ତେବେ ଏସିଆ କପରେ ମଧ୍ୟ ସେ ଆଭେଶଙ୍କ ଜାଗା ନେଇପାରନ୍ତି।

ଦୀପକ ଚାହାରଙ୍କ ପାଖରେ ଅଧିକ ଅନୁଭବ:
ଏସିଆ କପ ୨୦୨୨ରେ ଯଶପ୍ରୀତ ବୁମରାଙ୍କ ପରି ଅନୁଭବୀ ଖେଳାଳି ଟିମ ଇଣ୍ଡିଆର ଅଂଶ ନାହିଁ। ତେଣୁ ଦୀପକ ଚାହାରଙ୍କ ଅନୁଭବ ଟିମର ବହୁତ କାମରେ ଆସିପାରେ। ଆଭେଶ ଖାନଙ୍କୁ ଏବେ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପାଇଁ ୧୨ ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୮.୬୮ ଇକୋନୋମିରେ ୧୧ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ଦୀପକ ଚାହାର ଏବେ ପର୍ଯ୍ୟନ୍ତ ୨୦ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୨୬ ୱିକେଟ ନେଇଛନ୍ତି। ଦୀପକ ଚାହାର ଭାରତ ପାଇଁ ୮ ଏକଦିବସିୟ ମ୍ୟାଚ ମଧ୍ୟ ଖେଳିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।