IND vs ZIM: ପ୍ରଥମେ ଚାହାର ଏବଂ ପରେ ଧାୱନ-ଗିଲ କଲେ କମାଲ! ଜିମ୍ବାୱେ ବିରୁଦ୍ଧରେ ଭାରତର ରୋମାଂଚକର ବିଜୟ

ବ୍ୟୁରୋ ରିପୋର୍ଟ: ବୋଲରଙ୍କ ସୁନ୍ଦର ପ୍ରଦର୍ଶନ ପରେ ଶିଖର ଧାୱନ ଓ ଶୁଭମନ ଗିଲଙ୍କ ଶତକୀୟ ପାର୍ଟନରସିପ ଦ୍ଵାରା ଭାରତ ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ଏକଦିବସିୟ ୧୦ ୱିକେଟରେ ଜିତିଛି। ଗୁରୁବାରକୁ ଖେଳାଯାଇଥିବା ଏହି ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଙ୍ଗ କରି ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ ହୋଇଥିଲା। ଏହା ପରେ ଭାରତୀୟ ଟିମ ଲକ୍ଷକୁ ୩୦.୫ ଓଭରରେ କୌଣସି ୱିକେଟ ନହରାଇ ହାସଲ କରିନେଇଥିଲା। ଶିଖର ଧାୱନ ୮୧ ଓ ଶୁଭମନ ଗିଲ ୮୨ ରନର ନଟଆଉଟ ପାରି ଖେଳିଥିଲେ। ପେସର ଦୀପକ ଚାହାର,ପ୍ରସିଦ୍ଧ କ୍ରିଷ୍ଣା ଓ ସ୍ପିନର ଅକ୍ସର ପଟେଲ ୩-୩ ୱିକେଟ ନେଇଥିଲେ।

Google

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଭାରତୀୟ ଟିମ ସୁନ୍ଦର ଆରମ୍ଭ କରିଥିଲା। ଦୁଇ ଓପନର ଶିଖର ଧାୱନ ଓ ଶୁଭମନ ଗିଲ ସୁନ୍ଦର ଭାବେ ବ୍ୟାଟିଙ୍ଗ କରି କୌଣସି ୱିକେଟ ହରାଇ ୧୯୨ ରନର ନଟ ଆଉଟ ପାର୍ଟନରସିପ କରି ଭାରତୀୟ ଟିମକୁ ବିଜୟ ଦେଇଥିଲେ।

ଏହା ପୂର୍ବରୁ ଭାରତ ଦୀପକ ଚାହାରଙ୍କ ସୁନ୍ଦର ବୋଲିଙ୍ଗ ପ୍ରଦର୍ଶନ ଦ୍ଵାରା ଜିମ୍ବାୱେକୁ ୧୮୯ ରନରେ ଅଲ ଆଉଟ କରିଥିଲା। ଆଘାତ ହେବା ପରେ ପାଖାପାଖି ୬ ମାସ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ଦୀପକ ଚାହାର ୨୭ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସେହିପରି ପ୍ରସିଦ୍ଧ କ୍ରିଷ୍ଣା ୫୦ ରନ ଦେଇ ତିନୋଟି ଓ ଅକ୍ସର ପଟେଲ ୨୪ ରନ ଦେଇ ତିନୋଟି ୱିକେଟ ନେଇଥିଲେ।

Google

ଜିମ୍ବାୱେ ୧୧୦ ରନରେ ୮ ୱିକେଟ ହରାଇ ଦେଇଥିଲା। ଏହା ପରେ ରିଚର୍ଡ଼ ଏନଗାରବା (୩୪) ଓ ବ୍ରେଡ ଇବାନ୍ସ(୩୩) ନଟ ଆଉଟ ଦ୍ଵାରା ଜିମ୍ବାୱେ ୧୮୯ ରନ ପର୍ଯ୍ୟନ୍ତ ପହଁଚିପାରିଥିଲା। ଗୋଟେ ସମୟରେ ଜିମ୍ବାୱେ ୨୫ ରନରେ କୌଣସି ଉୱିକେ ହରାଇନଥିଲା ଏହା ପରେ ଜିମ୍ବାୱେ ୩୧ ରନ ସ୍କୋର ବେଳକୁ ୪ ଟି ୱିକେଟ ହରାଇ ଦେଇଥିଲା। ଦୀପକ ଚାହାର ଲଗାତର ତିନୋଟି ୱିକେଟ ନେଇ ଜିମ୍ବାୱେର ବ୍ୟାଟିଂ କ୍ରମ ଭାଙ୍ଗି ଦେଇଥିଲେ।

ଭାରତୀୟ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ଶୁଭମନ ଗିଲ କରିଦେଲେ। ସୁନ୍ଦର ବୋଲିଙ୍ଗ ପାଇଁ ଦୀପକ ଚାହାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ମିଳିଲା। ଏବେ ଦୁଇ ଦେଶ ମ୍ୟାଚରେ ସିରିଜର ଦ୍ୱିତୀୟ ମ୍ୟାଚ ୨୦ ଅଗଷ୍ଟକୁ ଓ ତୃତୀୟ ମ୍ୟାଚ ୨୨ ଅଗଷ୍ଟକୁ ଖେଳାଯିବାର ଅଛି।

Google

ତେବେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ ସହ ବୋଲିଂର ପ୍ରଦର୍ଶନ କରିଥିଲେ। ଦୀପକ ଚାହାର ଆକର୍ଷଣୀୟ ବୋଲିଂ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *