ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଜିମ୍ବାୱେ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟ ୫ ୱିକେଟରେ ଜିତିଯାଇଛି। ଏହା ସହିତ ଟିମ ଇଣ୍ଡିଆ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ଓ ସିରିଜ ମଧ୍ୟ ଜିତିଛି। ଦ୍ୱିତୀୟ ଏକଦିବସିୟ ଜିତିବା ପାଇଁ ଭାରତୀୟ ଟିମକୁ ଅଧିକ ଜୋର ଲଗାଇବା ପାଇଁ ପଡିଲା। ଟିମ ଇଣ୍ଡିଆ ସିରିଜ ନିଜ ନାମରେ କଲା ଓ ଦୀପକ ହୁଡ୍ଡା ଏକ ଖାସ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଏହି ବର୍ଷ ଟିମ ଇଣ୍ଡିଆରେ ଡେବ୍ୟୁ କରିଛନ୍ତି ଓ ବିଜୟର ଗ୍ୟାରେଣ୍ଟି ହୋଇଯାଇଛନ୍ତି। ତାଙ୍କ ଉପସ୍ଥିତରେ ଟିମ ଇଣ୍ଡିଆ ସବୁ ସିରିଜ ଜିତିଛି।

ଦୀପକ ହୁଡ୍ଡା ଟିମ ଇଣ୍ଡିଆରେ ଡେବ୍ୟୁ କରି ଟି-୨୦ ଓ ଏକଦିବସିୟ ମିଶି ମୋଟ ୧୬ ମ୍ୟାଚ ଖେଳିଛନ୍ତି। ସେ ୭ ଟି ଏକଦିବସିୟ ଓ ୯ ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ପ୍ରମୁଖ କଥା ଏହାକି ଏହି ସବୁ ୧୬ ମ୍ୟାଚ ଟିମ ଇଣ୍ଡିଆ ଜିତିଛି।ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ ପରେ କୌଣସି ଖେଳାଳି ଲଗାତର ପଏତେ ମ୍ୟାଚ ଜିତିନାହଁନ୍ତି।
ହୁଡ୍ଡାଙ୍କ ନାମରେ ହେଲା ଖାସ ରେକର୍ଡ:
ହୁଡ୍ଡା ଏହି ମାମଲାରେ ରୋମାନିୟା ସାତ୍ଵିକ ନାଦିଗୋଟାଲାଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଯାହାଙ୍କ ନାମରେ ଡେବ୍ୟୁ ପରେ ଲଗାତର ୧୫ ମ୍ୟାଚ ଜିତିବାର ରେକର୍ଡ ଥିଲା। ଦୁହିଁଙ୍କ ଛଡା ରୋମାନିୟାର ହିଁ ସାନ୍ତନୁ ବରିଷ୍ଟ ଓ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଡେବ୍ୟୁ ପରେ ଲଗାତର ୧୩-୧୩ ମ୍ୟାଚ ଜିତିଥିଲେ। ହୁଡ୍ଡାଙ୍କ ନିଜସ୍ୱ ପ୍ରଦର୍ଶନ ମଧ୍ୟ ଏବେ ପର୍ଯ୍ୟନ୍ତ ବହୁତ ସୁନ୍ଦର ରହିଛି। ତାଙ୍କୁ ଯେ କୌଣସି ନମ୍ବରରେ ବ୍ୟାଟିଙ୍ଗ ପାଇଁ ପଠାଗଲା ସେ ସୁନ୍ଦର ବ୍ୟାଟିଙ୍ଗ ପ୍ରାୟ କରିଛନ୍ତି।

ମାଆ ମ୍ୟାଚ ପୂର୍ବରୁ ରେକର୍ଡ ବିଷୟରେ କହିଥିଲେ:ଦୀପକ:
ଜିମ୍ବାୱେ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟ ପରେ ହୁଡ୍ଡା କହିଛନ୍ତି,”ହଁ, ମୋ ମା ମ୍ୟାଚ ପୂର୍ବରୁ ମତେ କହିଥିଲେ କିଛି ରେକର୍ଡ ଅଛି। ମୁଁ ଏହା ଉପରେ ଅଧିକ ଧ୍ୟାନ ଦେଇନଥିଲି। ଟିମ ପାଇଁ ଯେତିକି ବି ହେଉ ଯୋଗଦାନ ଦେବା ଭଲ ଲାଗେ”।
ଜିମ୍ବାୱେ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟରେ ମଧ୍ୟ ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଯୋଗଦାନ ଦେଇଥିଲେ। ପ୍ରଥମେ ସେ ବୋଲିଙ୍ଗ କରି ୱିଲିୟମସ(୪୨)ଙ୍କୁ ଆଉଟ କରିଥିଲେ। ଏହା ପରେ ଯେବେ ଭାରତର ୧୦୦ ରନ ଭିତରେ ୪ ଟି ୱିକେଟ ଗଳିଥିଲା ସେ ସଞ୍ଜୁ ସାମସନଙ୍କ ସହ ମିଶି ୫୬ ରନର ପାର୍ଟନରସିପ କରିଥିଲେ ଓ ନିଜେ ୨୫ ରନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।