ଦୀପକ ହୁଡ୍ଡା ବଦଳାଇଲେ ସ୍ୱର,କ୍ରୁନାଲ ପାଣ୍ଡ୍ୟାଙ୍କୁ କହିଲେ ଭାଇ! ଜୋର ଧରିଲା ଖବର!

ବ୍ୟୁରୋ ରିପୋର୍ଟ: କ୍ରିକେଟ ଏକ ଏପରି ଖେଳ ଯେଉଁଠି ଖେଳାଳିଙ୍କ ମଧ୍ୟରେ ଭଲ ସଂପର୍କ ଗଢିହୋଇଥାଏ। ବେଳେ ବେଳେ ଏପରି ହୋଇଯାଏ ଦୁଇ ଖେଳାଳିଙ୍କ ମଧ୍ୟରେ ମତଭେଦ କାରଣରୁ ଦୂରତ୍ୱ ବଢିଥାଏ। ଏପରି ଏହି ପୂର୍ଵ ବର୍ଷ ଘରୋଇ କ୍ରିକେଟ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦୀପକ ହୁଡା ଓ କୁନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ମତଭେଦ ହୋଇଯାଇଥିଲା। ଯାହା ପରେ କୁନାଲ ତାଙ୍କୁ ଟିମରୁ ବାହାର କରିବାର ଧମକ ମଧ୍ୟଦେଇଥିଲେ। ହୁଡା ପୁର୍ବ ବର୍ଷ ବଦୌଡା ଟିମର ଅଂଶ ଥିଲେ। ଗୁଜୁରାଟ କ୍ରିକେଟ ଆସୋସିଏସନକୁ ଲେଖିଥିବା ଇମେଲରେ ଦୀପକ କୁନାଲଙ୍କ ଉପରେ ଅଭିଯୋଗ କରିଥିଲେ। ଆଇପିଏଲ ୨୦୨୨ରେ ଦୁଇଜଣ ଯାକ ଲକ୍ଷନୌ ଟିମ ପଟୁ ଖେଳୁଛନ୍ତି।

Google

ଆଇପିଏଲ ୨୦୨୨ରେ ଲକ୍ଷନୌ ସୁପର ଜାଏଣ୍ଟସରେ ଦୀପକ ହୁଡା ଓ କୁନାଲ ପାଣ୍ଡ୍ୟା ସାମିଲ ହେବାପରେ ଦୁହେଁ ଚର୍ଚାକୁ ଆସିଥିଲେ। କ୍ରିକେଟ ପ୍ରସଂସକ ଏହାକୁ ନେଇ ଭାବୁଥିଲେ କି ଦୁହେଁ ଗ୍ରାଉଣ୍ଡରେ କଥା ହେବେକି ନାହିଁ। ଦୁହିଁଙ୍କ ମଧ୍ୟରେ ମତଭେଦକୁ ନେଇ ଟିମର ମେଣ୍ଟର ଗୌତମ ଗମ୍ଭୀର ପୂର୍ବରୁ ବୟାନ ଦେଇଥିଲେ। ସେ କହିଥିଲେ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ ପାଇଁ ସମ୍ପର୍କ ଭଲ ହେବାର ଆବଶ୍ୟକତା ନାହିଁ। ଦୁଇ କ୍ରିକେଟର ଜାଣିଛନ୍ତି କି ସେ ଲକ୍ଷନୌ ଟିମକୁ କଣ ପାଇଁ ଆସିଛନ୍ତି। କ୍ରୁନାଲ ଓ ଦୀପକଙ୍କ କଥା କହିବା ତ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ହେଉଛି। ଏହି କଥା ଦୀପକଙ୍କ ବୟାନରୁ ଜଣାପଡୁଛି।

କ୍ରୁନାଲ ପାଣ୍ଡ୍ୟା ମୋ ଭାଇ,ଅଳ୍ପଦିନ ତଳେ ଜାଗରଣକୁ ଦେଇଥିବା ଏକ ଇଣ୍ଟରଭିଉରେ ଦୀପକ ହୁଡା ଏହି କଥା କହିଥିଲେ। ତାଙ୍କୁ ଯେବେ ପଚରାଯାଇଥିଲା କି ଟିମରେ କୁନାଲ ପାଣ୍ଡ୍ୟା ଅଛନ୍ତି ସେ କହିଥିଲେ ସେ ମୋ ଭାଇ। ସେ ଆହୁରି ମଧ୍ୟ କହିଥିଲେ ଭାଇ ମାନଙ୍କ ମଧ୍ୟରେ ଝଗଡା ହୋଇଥାଏ ଆମେ ଗୋଟେ ଉଦେଶ୍ୟରେ ଖେଳୁଛୁ।ତାଙ୍କ କଥାରୁ ଏହା ସ୍ପଷ୍ଟ କି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ହେଉଛି।

Google

ଆଇପିଏଲ ୨୦୨୨ରେ ଲକ୍ଷନୌର ପ୍ରଦର୍ଶନ:

ଆଇପିଏଲ ୨୦୨୨ରେ ଲକ୍ଷନୌ ପ୍ରଦର୍ଶନ ଭଲ ରହିଛି। ଟିମ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛି ଯେଉଁଥିରୁ ଦୁଇଟି ଜିତିଥିବା ବେଳେ ଗୋଟେ ମ୍ୟାଚ ହାରିଛି। ଅଙ୍କ ତାଲିକାରେ ଲକ୍ଷନଉ ଟିମ ପଞ୍ଚମ ସ୍ଥାନରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *