ବ୍ୟୁରୋ ରିପୋର୍ଟ: ପାଖାପାଖି ଛଅ ମାସ ପରେ ଗ୍ରାଉଣ୍ଡକୁ ଫେରିଥିବା ଦୀପକ ଚାହାର ଜିମ୍ବାୱେ ବିପକ୍ଷରେ କରିଛନ୍ତି ଜୋରଦାର ବୋଲିଂ। ଭାରତୀୟ ଏହି ପେସର ହରାରେ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଏକ ଦିବସିୟରରେ ଜିମ୍ବାୱେର ଲଗାତର ତିନୋଟି ୱିକେଟ ନେଇଥିଲେ। ଯାହା ଦ୍ୱାରା ଜିମ୍ବାୱେ ୪୦ ରନରେ ପହଁଚିବା ପୂର୍ବରୁ ମାତ୍ର ୩୧ ରନରେ ୪ଟି ୱିକେଟ ହରାଇ ଦେଇଥିଲା। ଏଥିରୁ ତିନୋଟି ୱିକେଟ ଦୀପକ ଚାହାର ନେଇଥିଲେ।
#TeamIndia pacers have put on an exhibition so far! 6️⃣ wickets taken amongst Deepak Chahar, Siraj and Prasidh Krishna. 🔥
Halfway stage of the innings and 🇿🇼 are 95/6. #PlayBold #ZIMvIND pic.twitter.com/xVVNhqc2P3
— Royal Challengers Bangalore (@RCBTweets) August 18, 2022
ଭାରତ ଓ ଜିମ୍ବାୱେ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ଗୁରୁବାରକୁ ଖେଳାଯାଉଛି। ଏହି ସିରିଜରେ କେଏଲ ରାହୁଲ ଅଧିନାୟକତ୍ୱ କରୁଛନ୍ତି। ଦୀପକ ଚାହାର ୬ ମାସ ପରେ ଗ୍ରାଉଣ୍ଡକୁ ଓହ୍ଲାଉଛନ୍ତି।ସେ ପାଖାପାଖି ଶେଷ ଥର ଫେବୃଆରୀରେ ଭାରତୀୟ ଟିମ ପାଇଁ ଖେଳିଥିଲେ। ଏହାପରେ ସେ ଆଘାତ କାରଣରୁ ଟିମରୁ ବାହାର ହୋଇଯାଇଛନ୍ତି। ଆଇପିଏଲ ୨୦୨୨ରେ ମଧ୍ୟସେ ଖେଳିପାରିନଥିଲେ।
ଜିମ୍ବାୱେ ଏହି ମ୍ୟାଚର ଆରମ୍ଭ ୬ ଓଭରରେ ଗୋଟେ ମଧ୍ୟ ୱିକେଟ ହରାଇନଥିଲା। ଏପରି ଲାଗୁଥିଲା ଓପନର ଧିମା କିନ୍ତୁ ଭଲ ଆରମ୍ଭ କରିଛନ୍ତି। କିନ୍ତୁ ଦୀପକ ଚାହାର ଏପରି ହେବାକୁ ଦେଇନଥିଲେ ସେ ୭ମ ଓଭରରେ ଇନୋସେଣ୍ଟ କାଇୟାଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
A brilliant comeback for @deepak_chahar9 as he is adjudged Player of the Match for his bowling figures of 3/27 👏👏#TeamIndia go 1-0 up in the three-match ODI series.#ZIMvIND pic.twitter.com/HowMse2blr
— BCCI (@BCCI) August 18, 2022
କାଇୟା ଆଉଟ ହେବା ବେଳେ ଜିମ୍ବାୱେର ସ୍କୋର ୨୫ ରନ ଥିଲା। ସ୍କୋରରେ ଆଉ ଏକ ରନ ଯୋଡ଼ା ହେବା ଖଣି ଦୀପକ ଚାହାର ଜିମ୍ବାୱେକୁ ଆଉ ଏକ ଝଟକା ଦେଇଥିଲେ। ସେ ନିଜର ଦ୍ୱିତୀୟ ଆଉଟ ଅନ୍ୟ ଓପନର ଟି ମୁରାମାନିଙ୍କୁ କରିଥିଲେ। ସେ ଦୁହିଁଙ୍କୁ ୱିକେଟକିପର ସଞ୍ଜୁ ସୈମସନଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ।
ଦୀପକ ଚାହାର ଏତିକିରେ ଅଟକି ନଥିଲେସେ ବେଶଲି ମଧେବେୟରଙ୍କୁ ମଧ୍ୟ ଆଉଟ କରିଥିଲେ।ତାଙ୍କୁ ଦୀପକ ଏଲବୀଡବ୍ଲୁ ଆଉଟ କରିଥିଲେ।ବେଶଲି ଆଉଟ ହେବା ସମୟରେ ଜିମ୍ବାୱେର ସ୍କୋର ୩୧ରନ ଥିଲା। ଦୀପକ ଏହି ମ୍ୟାଚରେ ଦୀପକ ବୋଲିଙ୍ଗର ଆରମ୍ଭ କରିଥିଲେ। ସେ ଲଗାତର ୭ ଓଭର ପକାଇଥିଲେ। ପ୍ରଥମ ସ୍ପେଲ ପରେ ତାଙ୍କ ବୋଲିଙ୍ଗ ଏନାଲିସିସ ୭-୦-୨୭-୩ ରହିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।