କଣ T-20 ବିଶ୍ୱକପରେ ଧାୱନଙ୍କୁ ଟିମରେ ମିଳିବ ଜାଗା? ଏହି ପୂର୍ବ ଭାରତୀୟ କ୍ରିକେଟରଙ୍କ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ: ଅନୁଭବି ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ପଞ୍ଜାଵ କିଙ୍ଗସର ଏହି ବ୍ୟାଟ୍ସମ୍ୟାନ ସୋମବାରକୁ ସିଏସକେ ବିରୁଦ୍ଧରେ ୮୮ ରନର ନଟଆଉଟ ପାରି ଖେଳିଥିଲେ। ଏହି ପାରି ଦ୍ଵାରା ଧାୱନ ଆଇପିଏଲରେ ନିଜର ୬ ହଜାର ରନ ପୁରା କରିଛନ୍ତି।

Google

ଧାୱନଙ୍କ ବର୍ତ୍ତମାନର ଫର୍ମରେ କ୍ରିକେଟ ପ୍ରଶଂସକ ଓ କ୍ରିକେଟ ବିଶେଷଜ୍ଞ ବହୁତ ପ୍ରଭାବିତ ଅଛନ୍ତି।ଟିମ ଇଣ୍ଡିଆରର ପୂର୍ଵ କ୍ରିକେଟର ମହମ୍ମଦ କ୍ୟାଫ ଶିଖର ଧାୱନଙ୍କୁ ଟି-୨୦ର ଖଲିଫା କହିଛନ୍ତି। ଏହା ସହିତ କ୍ୟାଫ ଟି-୨୦ ବିଶ୍ୱକପ ପାଇଁ ଧାୱନଙ୍କୁ ଭାରତୀୟ ଟିମରେ ସାମିଲ କରିବା ପାଇଁ ମଧ୍ୟ କହିଛନ୍ତି।

ମହମ୍ମଦ କ୍ୟାଫ ଟ୍ୱିଟ କରିଛନ୍ତି,”ଧୋନି ଥାଲା ଅଟନ୍ତିଜ଼ କୋହଲି କିଙ୍ଗ ଓ ଶିଖର?,୬୦୦୦ ଆଇପିଏଲ ରନ ପ୍ରେସରରେ କରିବା ସେ ଟି-୨୦ର ଖଲିଫା ଅଟନ୍ତି। ତାଙ୍କୁ ଟି-୨୦ ବିଶ୍ୱକପ ପାଇଁ ଚୟନ କରାଯିବା କଥା,ମତେ ପଚାରନ୍ତୁନି କି କେଉଁଠି ଯଦି ମୁଁ ଚୟନକର୍ତା ହୋଇଥାନ୍ତି ଆପଣଙ୍କୁ କହିଥାନ୍ତି”। ଧାୱନ ଏବେ ପର୍ଯ୍ୟନ୍ତ ୨୦୦ ଆଇପିଏଲ ମ୍ୟାଚରେ ଦୁଇଟି ଶତକ ଓ ୪୬ ଅର୍ଦ୍ଧଶତକ ସାହାଯ୍ୟରେ ୬୦୮୬ ରନ କରିଛନ୍ତି।

Google

କୋହଲିଙ୍କ ପରେ ଧାୱନ ଦ୍ୱିତୀୟ ଖେଳାଳି:

ଧାୱନ ଆଇପିଏଲରେ ୬ ହଜାର ରନ ପୁରା କରିଥିବା ଦ୍ୱିତୀୟ ଖେଳାଳି ଅଟନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ହିଁ ଏପରି କରିଥିଲେ। କୋହଲି ୨୧୫ ଆଇପିଏଲ ମ୍ୟାଚରେ ୩୬.୫୮ ଔସତରେ ୬୪୦୨ ରନ କରିଛନ୍ତି। ବିରାଟ କୋହଲିଙ୍କ ନମାରେ ଗୋଟେ ସିଜନରେ ସବୁଠୁ ଅଧିକ ରନ କରିବାର ରେକର୍ଡ ମଧ୍ୟ ଅଛି। ଆଇପିଏଲ ୨୦୧୬ରେ ବିରାଟ କୋହଲି ୪ ଶତକ ଦ୍ଵାରା ୯୭୩ ରନ କରିଥିଲେ।

୨୦୨୧ରେ ଖେଳିଥିଲେ ଶେଷ ଟି-୨୦ ଇଣ୍ଟରନେସନାଲ:

ଧାୱନ ଅନେକ ସମୟରୁ ଭାରତୀୟ ଟି-୨୦ ଟିମରୁ ବାହାରେ ଅଛନ୍ତି। ଧାୱନ ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଶେଷ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଥିଲେ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତରେ ଧାୱନ ସେହି ସିରିଜରେ ଅଧିନାୟକତ୍ୱ କରିଥିଲେ କିନ୍ତୁ ଟିମ କୌଣସି ଖାସ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଆଇପିଏଲ ୨୦୨୧ରେ ସବୁଠୁ ଅଧିକ ରନ କରିବା ମାମଲାରେ ଧାୱନ ଚତ୍ରୁର୍ଥ ସ୍ଥାନରେ ଥିଲେ।

Google

ଟି-୨୦ବିଶ୍ୱକପ ୨୦୨୧ ମିଳିନଥିଲା ଜାଗା:

ଆଇପିଏଲ ୨୦୨୧ରେ ଭଲ ପ୍ରଦର୍ଶନ ପରେ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୧ପାଇଁ ଧାୱନଙ୍କୁ ଭାରତୀୟ ଟିମରେ ଚୟନ କରାଯାଇନଥିଲା। ଯୁବ ଖେଳାଳି ଇସାନ କିସନଙ୍କୁ ବିକଳ୍ପ ଓପନର ରୂପରେ ଚୟନ କରାଯାଇଥିଲା। ଏବେ ଦେଖିବାକୁ ହେବକି ଏହି ଆଇପିଏଲ ସିଜନରେ ସୁନ୍ଦର ପ୍ରଦର୍ଶନ ଦ୍ଵାରା ସେ ଚୟନକର୍ତାଙ୍କୁ ପ୍ରଭାବିତ କରିପାରୁଛନ୍ତି କି ନାହିଁ।

ଧାୱନ ଆଇପିଏଲ ୨୦୨୨ ମେଗା ନିଲାମୀରେ କିଣାଯାଇଥିବା ପ୍ରଥମ ଖେଳାଳି ଥିଲେ। ନିଲାମୀରେ ପଞ୍ଜାଵ କିଙ୍ଗସ ତାଙ୍କୁ ୮.୨୫ କୋଟିରେ କିଣିଥିଲା। ପୂର୍ଵ ସିଜନରେ ଧାୱନ ଦିଲ୍ଲୀ କ୍ୟାପିଟଲ୍ସ ଟିମରେ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *