ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତୃତୀୟ ଅର୍ଥାତ ଅନ୍ତିମ ଦିନିକିଆ ମ୍ୟାଚ ହରାରେ ସ୍ପୋର୍ଟସ କ୍ଳବରେ ଖେଳାଯିବାର ଅଛି। ଏହି ମ୍ୟାଚରେ ବିଜୟ ହୋଇ ଭାରତ ୩-୦ ରେ ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ତେବେ ଏହି ଅନ୍ତିମ ମ୍ୟାଚରେ ଅନେକ ନୂତନ ଖେଳାଳିଙ୍କୁ ମୌକା ମିଳିପାରେ।

ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ଜିମ୍ବାୱେ ଦଳକୁ ମାତ୍ର ୧୬୧ ରନରେ ଆଉଟ କରି ଦେଇଥିଲେ ମଧ୍ୟ ନିଜେ ଏହାକୁ ପୁରା କରିବା ପାଇଁ ପାଞ୍ଚୋଟି ୱିକେଟ ହରାଇଥିଲା। ଏଥିମଧ୍ୟରେ ଶିଖର ଧାୱନ ୩ୟ ODI ରେ ଖେଳି ନ ପାରନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ଼ଙ୍କୁ ସ୍ଥାନ ମିଳିପାରେ। କାରଣ ସେ ଚୂଡାନ୍ତ ଏକାଦଶରେ ଏହା ପୂର୍ବରୁ ସ୍ଥାନ ପାଇ ନାହାନ୍ତି।
କେ ଏଲ ରାହୁଲ ଏସିଆ କପ ପୁର୍ବରୁ କିଛି ମ୍ୟାଚ ଅଧିକ ସମୟ ବ୍ୟାଟିଂ କରି ପାରିଲେ ନାହିଁ, ଯାହାକି ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇପାରେ। କାରଣ ବର୍ତ୍ତମାନ ହିଁ ସେ ଇଂଜୁରୀରୁ ଭଲ ହୋଇ ଫେରିଛନ୍ତି। ତେଣୁ ତାଙ୍କର ଅଧିକରୁ ଅଧିକ ଅଭ୍ୟାସ ଅବଶ୍ୟକ। ତେବେ ତୃତୀୟ ଦିନିକିଆ ମ୍ୟାଚରେ ଶୁଭମନ ଗିଲଙ୍କ ସହ କିଏ ଓପନିଙ୍ଗ କରିବା ତାହା ଠିକ ହୋଇ ନାହିଁ। ତେବେ ଋତୁରାଜ ଏବଂ ରାହୁଲଙ୍କ ସ୍ଥାନରେ ପରିବର୍ତ୍ତନ ହୋଇପାରେ। ଦୁହିଁଙ୍କ ମଧ୍ୟରୁ ଜଣେ ଓପନିଙ୍ଗ କରିବେ ଏବଂ ଅନ୍ୟ ଜଣେ ତୃତୀୟ ସ୍ଥାନରେ ଆସିବେ।

ଏହି ମ୍ୟାଚର ମିଡ଼ିଲ ଅର୍ଡରରେ ସଂଜୁ ସାମସନ ଏବଂ ଇଶାନ କିଷାନଙ୍କ ଉପରେ ନଜର ରହିବ। ସଂଜୁ ସାମସନ ପୂର୍ବ ଦ୍ଵିତୀୟ ଦିନିକିଆ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଇଶାନ କିଷାନ ମାତ୍ର ୬ ରନ କରି ପାରିଥିଲେ ଏବଂ ତାଙ୍କୁ ପ୍ରଥମ ଦିନିକିଆରେ ବ୍ୟାଟିଂ ସୁଯୋଗ ମଧ୍ୟ ମିଳି ପାରି ନଥିଲା। ଦୀପକ ହୁଡ୍ଡା ଏବଂ ଅକ୍ସର ପଟେଲଙ୍କ ସ୍ଥାନ ପକ୍କା ରହିଛି।
ପେସର ଦୀପକ ଚାହର ଏହି ମ୍ୟାଚରେ ପୁଣି ଥରେ ଖେଳି ପାରନ୍ତି। ସେ ଦ୍ଵିତୀୟ ଦିନିକିଆରେ ଖେଳୁ ନଥିଲେ। ତାଙ୍କ ବଦଳରେ ଖେଳୁଥିବା ସାର୍ଦୁଲ ଠାକୁର ତିନୋଟି ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ୟାଦବ ଏହି ମ୍ୟାଚରେ ମଧ୍ୟ ଖେଳିବେ। ପ୍ରସିଦ୍ଧ କ୍ରିଷ୍ଣା ଦ୍ଵିତୀୟ ମ୍ୟାଚରେ ମାତ୍ର ୪.୫ ଇକୋନୋମିରେ ଗୋଟିଏ ୱିକେଟ ନେଇଥିଲେ।

ଏସିଆ କପକୁ ମାତ୍ର ଗୋଟିଏ ସପ୍ତାହ ରହିଛି। ଏଥିରେ ଦୀପକ ହୁଡ୍ଡା, ଆଭେସ ଖାଁ ଏବଂ କେ ଏଲ ରାହୁଲ ମଧ୍ୟ ଯୋଗ ଦେବାର ଅଛି। ଅକ୍ସର ପଟେଲ ଏବଂ ଦୀପକ ଚାହାରଙ୍କୁ ଏସିଆ କପ ସ୍କ୍ୱାର୍ଡର ରିଜର୍ଭ ଖେଳାଳି ଭାବରେ ଯୋଗ ଦେବେ। ଜିମ୍ବାୱେ ସିରିଜ ପରେ ଖେଳାଳି ଏସିଆ କପ ପାଇଁ ଅଭ୍ୟାସ କରିବେ।
ତୃତୀୟ ଏକଦିବସୀୟ ପାଇଁ ଚୂଡାନ୍ତ ଏକାଦଶ:- ଋତୁରାଜ ଗାଏକୱାଡ଼, କେ ଏଲ ରାହୁଲ(ଅଧିନାୟକ), ଶୁଭମନ ଗିଲ, ଇଶାନ କିଶାନ, ସଞ୍ଜୁ ସାମସନ, ଦୀପକ ହୁଡ୍ଡା, ଅକ୍ସର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ସାର୍ଦୁଲ ଠାକୁର ଦୀପକ ଚାହର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।