ଧାୱନଙ୍କ ନାମରେ ବଡ଼ କୀର୍ତ୍ତିମାନ! ପଛରେ ପଡିଲେ କୋହଲି ଓ ରୋହିତ! ପଢନ୍ତୁ ପୁରା ଖବର

ଭାରତୀୟ ଦଳ ଜିମ୍ବାୱେ ବିପକ୍ଷ ଖେଳିଥିବା ପ୍ରଥମ ଦିନିକିଆରେ ୧୦ ୱିକେଟରେ ଜିତି ଏକ ବଡ ବିଜୟ ହାସଲ କରିଛି। ଯଦି ବୋଲର ମାନଙ୍କ ପ୍ରଦର୍ଶନ କଥା କହିବା ତା ହେଲେ ଦୀପକ ଚାହର ସବୁଠାରୁ ଭଲ ପ୍ରଦର୍ଶନ କରିଥିଲେ। ଆଉ ଯଦି ବ୍ୟାଟିଂ କଥା କହିବା ତାହେଲେ ୟଙ୍ଗ ଖେଳାଳି ଶୁଭମନ ଗିଲ ଏବଂ ଅନୁଭବୀ ବ୍ୟାଟ୍ସମାନ ଶିଖର ଧାୱନ ଭଲ ପ୍ରଦର୍ଶନ କରିଛନ୍ତି।

Google

ଶିଖର ଧାୱନ ୮୧ ରନ କରିଥିଲେ ଯେଉଁଥିରେ ସେ ୯ ଟି ଚାର ମଧ୍ୟ ଲଗାଇଥିଲେ। ଆଉ ଏହାପରେ ମଧ୍ୟ ଶିଖର ଧାୱନ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି କି ୨୦୧୯ ପରେ ଭାରତୀୟ ଦଳର ଦିନିକିଆ ରନ ସ୍କୋର ଅନୁସାରେ ସେ ଭାରତୀୟ ମାନଙ୍କ ମଧ୍ୟରେ ଏବେ ସବୁଠାରୁ ଆଗରେ ଅଛନ୍ତି।

ଏହା ସହିତ ସେ ରୋହିତ ଶର୍ମା ଏବଂ ବିରାଟ କୋହଲି ପରି ବଡ ଖେଳାଳି ମାନଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି।ଆଉ ଶିଖର ଧାୱନ ଏହି ଲିଷ୍ଟରେ ସବୁଠାରୁ ଆଗରେ ଅଛନ୍ତି। ଧାୱନ ଯାହାଙ୍କ ଲକ୍ଷ୍ୟ ରହିଛି କି ସେ ୨୦୨୩ ବିଶ୍ୱକପ ଖେଳିବେ ବୋଲି ସେ ତାର ସମକକ୍ଷ ମଧ୍ୟ ପହଞ୍ଚିବାକୁ ଯାଉଛନ୍ତି।

Google

ତାହେଲେ ଆମେ ଆପଣଙ୍କୁ ଜଣାଇବାକୁ କି ୨୦୧୯ ପରେ ଶିଖର ଧାୱନଙ୍କ ଦିନିକିଆରେ କେତେ ରନ ସଂଗ୍ରହ କରିଛନ୍ତି। ୨୦୧୯ ପରେ ଶିଖର ଧାୱନ ୫୨ ହାରରେ ୧୦୯୪ ରନ ସ୍କୋର କରିଛନ୍ତି। ଏହାପରେ ଆସୁଛନ୍ତି ବିରାଟ କୋହଲି ଯିଏ କି ୪୪ ହାରରେ ୧୦୫୮ ରନ ସଂଗ୍ରହ କରିଛନ୍ତି। ଏହାପରେ ଅଛନ୍ତି ରାହୁଲ ଯିଏ କି ଜିମ୍ବାୱେ ଗସ୍ତରେ ଭାରତର ଅଧିନାୟକ ପଦ ସମ୍ଭାଳୁଛନ୍ତି ସେ ୫୪.୭୦ ହାରରେ ୯୩୦ ରନ ସଂଗ୍ରହ କରିଛନ୍ତି।

ଏହାପରେ ଆସୁଛନ୍ତି ଶ୍ରେୟସ ଆୟର ଯିଏ କି ୪୨.୭୬ ହାରରେ ୮୯୮ ରନ ସଂଗ୍ରହ କରିଛନ୍ତି। ତାପରେ ଆସୁଛନ୍ତି ଆମର ରୋହିତ ଶର୍ମା ଯିଏ କି ୪୪.୮୭ ହାରରେ ୭୧୮ ରନ ସଂଗ୍ରହ କରିଛନ୍ତି। ଶିଖର ଧାୱନ ଏବେ ଟି-୨୦ କ୍ରିକେଟ ପ୍ରାୟ ଖେଳୁ ନାହାନ୍ତି। ମାତ୍ର ସେ ଲଗାତାର ଭାରତୀୟ ଦଳର ଦିନିକିଆ ଟିମରେ ସ୍ଥାନ ପାଉଛନ୍ତି।

Google

ସେ ଶତକ ଏତେ କରୁନଥିଲେ ମଧ୍ୟ ସେ ନିଜର ଭଲ ଇନିସ ଫଳରେ ଭାରତୀୟ ଦଳରେ ନିଜର ଜାଗା ପକ୍କା କରିଛନ୍ତି।ଆପଣ ତ ଜାଣିଲେ ଭାରତୀୟ ଟିମର କଉ ଖେଳାଳି ୨୦୧୯ ପରେ ସବୁଠାରୁ ଅଧିକ ରନ କରିଛନ୍ତି। ମାତ୍ର ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁକି ୱେଷ୍ଟଇଣ୍ଡିଜର ଖେଳାଳି ସାଇ ହୋପ ୧୭୨୦ ରନ କରି ଏହି ଲିଷ୍ଟରେ ସବୁଠାରୁ ଆଗରେ ଅଛନ୍ତି।

ଏହାପରେ ପାକିସ୍ତାନର ଅଧିନାୟକ ବାବର ଆଜମ ଯିଏ କି ୨୦୧୯ ବିଶ୍ୱକପ ପରେ ୧୩୬୦ ରନ କରିଛନ୍ତି। ଏହା ପରେ ତମିମ ଇକବାଲ ଅଛନ୍ତି ଯାହାଙ୍କ ନାମରେ ୧୨୦୩ ରନ ରହିଛି। ତେଣୁ ଆଗକୁ ଦେଖିବାର ଅଛି କି କଣ ଶିଖର ଧାୱନ ୨୦୨୩ ରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଓପନର ହିସାବରେ ଖେଳୁଛନ୍ତି କି ନାହିଁ।ତେବେ ଏହା ଏକ ରିପୋର୍ଟରୁ ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *