IPL 2022: ଧୋନୀଙ୍କୁ ଅକ୍ସନକୁ ଛାଡିବନି ଚେନ୍ନାଇ, କରିବ ରିଟେନ! ଜୋର ଧରିଲା ଖବର, କଣ କହୁଛନ୍ତି ଫ୍ୟାନ୍ସ?

ଆଇପିଏଲର ଦ୍ୱିତୀୟ ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ ନିଜ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଗାମୀ ତିନୋଟି ସିଜନ ପାଇ ରିଟେନ କରିବାର ପ୍ରସ୍ତୁତିରେ ଅଛି ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି। ଧୋନିଙ୍କ ଛଡା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ଙ୍କୁ ମଧ୍ୟ ସିଏସକେ ରିଟେନ କରିବାର ଚାନ୍ସ ଅଛି।

Google

ବିସିସିଆଇ ଅନୁସାରେ କୌଣସି ଟିମ ଅତିବେଶୀରେ ୪ ଟି ଖେଳାଳିଙ୍କୁ ହିଁ ରିଟେନ କରିବ। ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ସିଏସକେ ଇଂଲଣ୍ଡର ଅଲରାଉଣ୍ଡଙ୍କ ସହ କଥା ହେଉଛନ୍ତି। ବିସିସିଆଇ ସଚିବ ଜୟ ସାହା କହିସାରିଛନ୍ତିକି ଆଇପିଏଲର ଆଗାମୀ ସିଜନ ଭାରତରେ ଖେଳାଯିବ ତେଣୁ ଚେନ୍ନାଇର ଧିମା ପିଚରେ ମୋଇନ ଅଲ୍ଲୀ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ଯଦି ସେ ରିଟେନ ପାଇଁ ରାଜି ହେବେ ନାହିଁ ତେବେ ଚେନ୍ନାଇ ସାମ କରନଙ୍କୁ ରିଟନ କରିପାରେ।

ସୁରେଶ ରାଇନାଙ୍କୁ ରିଲିଜ କରିପାରେ ସିଏସକେ: ସବୁ ଟିମକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ନିଜ ରିଲିଜ ଲିଷ୍ଟ ଦେବାକୁ ହେବ କାରଣ ଆଗାମୀ ମାସରେ ମେଗା ଅକ୍ସନ ହେବ। ଅଳ୍ପ ଦିନ ତଳେ ଚେନ୍ନାଇର ଏକ ଇଭେଣ୍ଟରେ ଧୋନି କହିଥିଲେ ତାଙ୍କର ଶେଷ ମ୍ୟାଚ ଚେନ୍ନାଇରେ ହେବ। ଖବର ଅନୁସାରେ ପ୍ରଥମ ଥର ଚେନ୍ନାଇ ସୁରେଶ ରାଇନାଙ୍କୁ ରିଲିଜ କରିପାରେ।

Google

ସେ ସମ୍ପର୍କରୁ ମଧ୍ୟ ବାହାରିଯାଇଛନ୍ତି ଓ ସେ ଆଇପିଏଲର ପୂର୍ଵ ସିଜନରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ସେହିପରି ଦିଲ୍ଲୀ କ୍ୟାପିଟଲ୍ସ ରିଷଭ ପନ୍ତ, ଅଲରାଉଣ୍ଡର ଅକ୍ଷର ପଟେଲ, ପୃଥୀ ସ୍ୱ ଓ ଏନରିକ ନୋରକିଆଙ୍କୁ ରିଟେନ କରିବା ପାଇଁ ପ୍ରସ୍ତୁତି ହେଉଛି। ଶ୍ରେୟସ ଅୟର ଦିଲ୍ଲୀର ଅଧିନାୟକତ୍ୱ କରିବାକୁ ଚାହୁଁଥିଲେ କିନ୍ତୁ ଟିମ ରିଷଭ ପନ୍ତଙ୍କୁ ଅଧିନାୟକ ରଖିବାକୁ ଚାହୁଁଛି। ଏହି କାରଣରୁ ଟିମ ଅୟରଙ୍କୁ ରିଲିଜ କରିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *