ପାକିସ୍ତାନ ବୋଲରଙ୍କୁ ଧୋନି ପଠାଇଲେ ଗିଫ୍ଟ! ଗିଫ୍ଟ ପାଇବା ପରେ ସେହି ବୋଲର କହିଲେ ଏମିତି, ଦେଖନ୍ତୁ ଟ୍ୱିଟ

ପାକିସ୍ତାନ କ୍ରିକେଟର ହାରିଫ ରଉଫ ପୂର୍ଵ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବଡ଼ ପ୍ରସଂସକ ଅଟନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ମ୍ୟାଚ ପରେ ହାରିସ ନିଜ ଆଦର୍ଶଙ୍କ ସହ ଭେଟ ହୋଇଥିଲେ ଓ ଦୁହିଁଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିଲା। ଟି-୨୦ ବିଶ୍ୱକପ ସମୟର ଧୋନି ରଉଫଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଟି-୨୦ ବିଶ୍ୱକପର ସେହି ମ୍ୟାଚର ତିନିମାସପରେ ଯେଉଁ ପାକିସ୍ତାନ ଭାରତ ସହ ୧୦ ୱିକେଟରେ ଜିତିଥିଲା। ଧୋନି ରଉଫଙ୍କ ପାଇଁ ଖାସ ପୁରସ୍କାର ପଠାଇଛନ୍ତି। ଯାହାକୁ ପାଇଁ ପାକିସ୍ତାନର ଖେଳାଳି ବହୁତ ଖୁସି ହୋଇଯାଇଛନ୍ତି।

ଧୋନି ରଉଫଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗସର ନିଜର ଏକ ଜର୍ସି ପଠାଇଛନ୍ତି। ପାକିସ୍ତାନର ପ୍ରେସର ମହେନ୍ଦ୍ର ସିଂହ ଧୋନିଙ୍କ ଜର୍ସି ପାଇବା ପରେ ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୮ ବର୍ଷୀୟ ଏହି ପାକିସ୍ତାନି ଖେଳାଳି ଧୋନିଙ୍କ ଠୁ ମିଳିଥିବା ଏହି ଜର୍ସିର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଓ ହୃଦୟକୁ ଛୁଇଁଲା ଭଳି ଧନ୍ୟବାଦ ନୋଟ ଲେଖିଛନ୍ତି।

ହାରିସ ରଉଫ ଲେଖିଛନ୍ତି,”ଦି ଲିଯେଣ୍ଡ ଏବଂ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି ଏହି ସୁନ୍ଦର ଉପହାର ସହିତ ନିଜ ଜର୍ସି ସହିତ ସମ୍ମାନିତ କରିଛନ୍ତି। ଦି”୭”, ନିଜର ଦୟାବାନ ସ୍ଵଭାବ ଦ୍ଵାରା ଲୋକଙ୍କ ହୃଦୟ ଜିତୁଛନ୍ତି”। ରଫଉ ଚେନ୍ନାଇ ସୁପର କିଙ୍ଗସର ଟିମ ମ୍ୟାନେଜର ରସେଲଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯିଏକି ସୀମା ପାର କରି ଉପହାରକୁ ପଠାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ରଉଫଙ୍କର ଏହି ଟ୍ୱିଟରେ ସିଏସକେର ମ୍ୟାନେଜର ମଧ୍ୟ ହୃଦୟ ଜିତିବା ଭଳି ଜବାବ ଦେଇଛନ୍ତି। ସେ କହିଛନ୍ତି,”ଆମ ଅଧିନାୟକ ଧୋନି ଯାହା କହିଥାନ୍ତି ତାହା କରିଥାନ୍ତି, ଖୁସି ହେଲା କି ତମକୁ ଏହା ପସନ୍ଦ ଆସିଲା”। ସୋସିଆଲ ମିଡିଆରେ ମଧ୍ୟ ପ୍ରସଂସକ ଧୋନିଙ୍କ ଏହି ପଦକ୍ଷେପ ଦ୍ଵାରା ତାଙ୍କୁ ପ୍ରଶଂସା କରୁଛନ୍ତି।

 

କହିରଖିବୁକି ହାରିସ ରଉଫ ଏହି ସମୟରେ ଅଷ୍ଟ୍ରେଲିଆରେ ୨୦୨୧-୨୨ ବିଗ ବାସ ଲିଗରେ ମେଲବର୍ଣ ଷ୍ଟାର୍ସ ତରଫରୁ ଖେଳୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲରେ ମଧ୍ୟ ପାକିସ୍ତାନର ମୁଖ୍ୟ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ। ସେ ପାକିସ୍ତାନ ତରଫରୁ ଦ୍ୱିତୀୟ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଥିଲେ। ସେ ସ୍ପିନର ସାଦାଵ ଖାନଙ୍କ ଠୁ ମାତ୍ର ଗୋଟେ ୱିକେଟ ପଛରେ ଥିଲେ। ସେ ଟି-୨୦ ବିଶ୍ୱକପ ୨୦୨୧ରେ ଆଠଟି ୱିକେଟ ନେଇଥିଲେ। ସେହିପରି ଟି-୨୦ ବିଶ୍ୱକପ ୨୦୨୧ରେ ଧୋନି ଟିମର ମେଣ୍ଟର ରୂପରେ ଯୋଡି ହୋଇଥିଲେ। ଭାରତ ପ୍ରଥମ ଦୁଇଟି ମ୍ୟାଚ ପାକିସ୍ତାନ ସହ ଓ ନ୍ୟୁଜିଲାଣ୍ଡ ସହ ହାରିବା ପରେ ସେମି ଫାଇନାଲରୁ ବାହାର ହୋଇଯାଇଥିଲା।

ହାରିସ ରଫଉ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସେହି ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କ ୱିକେଟ ଅକ୍ତିଆର କରିଥିଲେ। ସେହି ମ୍ୟାଚକୁ ପାକିସ୍ତାନ ୧୦ ୱିକେଟରେ ଜିତିଥିଲା। ଆଇସିସି ବିଶ୍ୱକପରେ ଏହା ପ୍ରଥମ ଥର ଥିଲା ଯେବେ ଭାରତକୁ ପାକିସ୍ତାନ ହରାଇଲା। ପାକିସ୍ତାନକୁ ସେମିଫାଇନାଲରେ ଅଷ୍ଟ୍ରେଲିଆ ହରେଇଦେଇଥିଲା।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *